ନୂଆପଡ଼ା: ନୂଆପଡ଼ା ବିଧାନସଭା ଆସନ ଉପନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି । ନୂଆପଡ଼ା ନିର୍ବାଚନ ମଣ୍ଡଳୀରେ ସ୍ୱତନ୍ତ୍ର ସଂକ୍ଷିପ୍ତ ସଂଶୋଧନ (ଏସ୍ଏସ୍ଆର୍) କରାଯିବ । ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ବିଜ୍ଞପ୍ତି ପ୍ରକାଶ ପାଇଛି ।
ବିଜ୍ଞପ୍ତି ଅନୁସାରେ, ସ୍ୱଚ୍ଛ ଏବଂ ଅବାଧ ନିର୍ବାଚନ ପାଇଁ ନୂଆପଡ଼ାରେ ଏସ୍ଏସ୍ଆର୍ ଲାଗୁ କରାଯିବ । ନିର୍ବାଚନ ମଣ୍ଡଳୀରେ ମତଦାନ କେନ୍ଦ୍ର ପୁନଃ ବ୍ୟବସ୍ଥାପନ ଓ ପରିବର୍ତ୍ତନ କରାଯିବ । ଅର୍ଥାତ ମତଦାନ କେନ୍ଦ୍ର ପରିବର୍ତ୍ତନ କିମ୍ବା ନୂଆ କରିବା ଉପରେ ତର୍ଜମା କରାଯାଇ ସେପ୍ଟେମ୍ବର ୧୪ ସୁଦ୍ଧା ସାରଣୀ ପ୍ରକାଶ ପାଇବ । ସେପ୍ଟେମ୍ୱର ୧୫ ତାରିଖ ସୁଦ୍ଧା ଚିଠା ଭୋଟର ତାଲିକା ପ୍ରକାଶ ପାଇବ । ସେହିପରି ଯଦି କାହାର କୌଣସି ଦାବି କିମ୍ବା ଅଭିଯୋଗ ଥିବା ସେପ୍ଟେମ୍ବର ୧୫ରୁ ୨୯ ମଧ୍ୟରେ ତାହା ଗ୍ରହଣ କରାଯିବ ଏବଂ ୭ ଅକ୍ଟୋବର ସୁଦ୍ଧା ସମାଧାନ କରାଯିବ । ଅକ୍ଟୋବର ୯ ତାରିଖରେ ଚୂଡାନ୍ତ ଭୋଟର ତାଲିକା ପ୍ରକାଶ ପାଇବ । ଏହାପରେ ମୁଖ୍ୟ ନିର୍ବାଚନ ଅଧିକାରୀ ଉପ ନିର୍ବାଚନ ତାରିଖ ଘୋଷଣା କରାଯିବ ।
ପ୍ରକାଶ ଯୋଗ୍ୟ, ନିକଟରେ ନୂଆପଡ଼ା ବିଜେଡ଼ି ବିଧାୟକ ରାଜେନ୍ଦ୍ର ଢୋଲକିଆଙ୍କ ପରଲୋକ ଘଟିଛି । ହୃଦଘାତର ଶିକାର ହେବା ପରେ ଚେନ୍ନାଇର ଏକ ଘରୋଇ ହସ୍ପିଟାଲ ଢୋଲକିଆଙ୍କ ପରଲୋକ ହୋଇଥିଲା । ମୃତ୍ୟୁ ବେଳକୁ ତାଙ୍କୁ ୬୯ ବର୍ଷ ହୋଇଥିଲା । ନୂଆପଡ଼ା ବିଧାନସଭା ଆସନରୁ ସେ ୪ ଥର ବିଧାୟକ ହୋଇଥିଲେ । ତାଙ୍କ ମୃତ୍ୟୁ ପରେ ଏହି ଆସନ ଖାଲି ରହିଛି ।