ଭୁବନେଶ୍ୱର: ନ୍ୟାୟ ଭିକ୍ଷା କରି ନିରାଶ ହେବା ପରେ ଶେଷରେ ଆତ୍ମହତ୍ୟାକୁ ଶେଷ ରାସ୍ତାଭାବେ ବାଛି ନେଇଥିବା ସୌମ୍ୟାଶ୍ରୀ ବିଶିଙ୍କ ମୃତ୍ୟୁକୁ ନେଇ ଆରମ୍ଭ ହୋଇଯାଇଛି ହୀନ ରାଜନୀତି । ସୌମ୍ୟାଶ୍ରୀ ତ ଆଉ ଏ ଦୁନିଆକୁ ଫେରିବେ ନାହିଁ, କିନ୍ତୁ ତାଙ୍କୁ ନେଇ ରାଜନୀତି କରି କିପରି ଶ୍ରେୟ ପାଇବେ ସେଥିପାଇଁ ହୀନ ପ୍ରୟାସ ଆରମ୍ଭ କରିଛନ୍ତି । ଆସନ୍ତା ୧୭ ତାରିଖ ଗୁରୁବାର ଓଡ଼ିଶା ବନ୍ଦ ଡାକରା ଦେଇଛି କଂଗ୍ରେସ । ଏଥିରେ ଆଉ ୭ଟି ବାମ ଦଳ ମଧ୍ୟ ସାମିଲ ହୋଇଛନ୍ତି । ଏ ନେଇ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ପିସିସି ସଭାପତି ଭକ୍ତଚରଣ ଦାସ । ଆସନ୍ତା ଗୁରୁବାର ରାଜ୍ୟର ସମସ୍ତ ଶିକ୍ଷାନୁଷ୍ଠାନ, ଦୋକାନ ବଜାର ଏବଂ ଗମନାଗମନ ବନ୍ଦ କରି ଶାନ୍ତିପୂର୍ଣ୍ଣ ଆନ୍ଦୋଳନ କରିବାକୁ ପିସିସି ସଭାପତି କହିଛନ୍ତି ।
ସେପଟେ ବିଜେଡ଼ି ଏହି ଘଟଣାରେ ବିଚାର ବିଭାଗୀୟ ତଦନ୍ତ ଦାବି କରିଛି । ସୌମ୍ୟାଶ୍ରୀଙ୍କୁ ନ୍ୟାୟ ଦେବାକୁ ଦାବି କରିଛି ବିଜେଡ଼ି ।