ସନ୍ଧ୍ୟା ସୁଦ୍ଧା ପୋଷ୍ଟର ହଟାଇବା ପାଇଁ ନିର୍ଦ୍ଦେଶ ଦେଲେ ନିର୍ବାଚନ କମିଶନର । ସାଧାରଣ ନିର୍ବାଚନକୁ ଆଉ ଅଳ୍ପଦିନ ବାକି ରହିଲା । ନିର୍ବାଚନରେ ଟିକେଟ ପାଇବା ପାଇଁ କସରତ ଚଳାଇଛନ୍ତି ସମସ୍ତ ଦଳ । ତେବେ ଚଳିତ ବର୍ଷ ନିର୍ବଚନକୁ କଡାକଡି କରିବା ପାଇଁ ସବୁ ସ୍ତରରେ ବ୍ୟବସ୍ଥା କରାଯାଉଛି । ଏଥିସହ ନିର୍ବାଚନୀ ବିଗୁଲ ବାଜିବା ସହ ଆଦର୍ଶ ଆଚରଣ ବିଧି ଲାଗୁ କରିବା ଫଳରେ ସବୁଆଡେ ରାନୈତିକ ପୋଷ୍ଟର ବାହାର କରାଯାଉଛି ।
ନିର୍ବାଚନ କମିଶନରଙ୍କ ନିର୍ଦ୍ଦେଶ କ୍ରମେ ସହର ଠାରୁ ଗାଁ ପର୍ଯ୍ୟନ୍ତ ସବୁଠି ଆଜି ସନ୍ଧ୍ୟା ସୁଦ୍ଧା ବେଆଇନ ନିର୍ବାଚନୀ ପୋଷ୍ଟର ହଟାଯିବ । ଏପରିକି ନିର୍ବାଚନୀ ପୋଷ୍ଟର ସହ ବ୍ୟାନର ଓ ହୋର୍ଡି ମଧ୍ୟ ହଟାଯିବ । ଏନେଇ କେନ୍ଦ୍ର ଓ ସମସ୍ତ ରାଜ୍ୟକୁ ନିର୍ଦ୍ଦେଶ ଦେଇଛନ୍ତି ନିର୍ବାଚନ କମିଶନର । ଗାଁ ଠୁ ସହର ପର୍ଯ୍ୟନ୍ତ ବେଆଇନ ପୋଷ୍ଟର, ହୋର୍ଡିଂ, ବ୍ୟାନର ଓ କାନ୍ଥ ଲେଖା ହଟାଇବାକୁ ନିର୍ଦ୍ଦେଶ ଦିଆଯାଇଛି । ଏଥିସହ ଏହି ପୋଷ୍ଟର ହଟାଇବାକୁ ନେଇ ଇସିଙ୍କୁ ରିପୋର୍ଟ ମଧ୍ୟ ଦିଆଯିବ । ଚଳିତ ବର୍ଷ ସ୍ୱଚ୍ଛ ଓ ମୁକ୍ତ ନିର୍ବାଚନ ପାଇଁ ବିଭିନ୍ନ ନିୟମ କରାଯାଇଛି । ତେଣୁ ସର୍ବସାଧାରଣରେ ନିର୍ବାଚନୀ ବା ରାଜନୈତିକ ପୋଷ୍ଟର, ହୋର୍ଡିଂ, ବ୍ୟାନର ଓ କାନ୍ଥ ଲେଖା ହଟାଇବାକୁ ମଧ୍ୟ କଡା ନିୟମ କରାଯାଇଛି ।
ଅଧିକ ପଢନ୍ତୁ :ବାଦାମବାଡ଼ି ବସଷ୍ଟାଣ୍ଡରେ ଧାରଣାରେ ବସିଲେ ଓଏସଆରଟିସି ଡ୍ରାଇଭର