ଗୁରୁବାର ବିହାରର ବିଜେପିରେ ଯୋଗ ଦେଇଛନ୍ତି ପ୍ରସିଦ୍ଧ ୟୁଟ୍ୟୁବର ମନୀଷ କାଶ୍ୟପ । ଆଜି ଦିଲ୍ଲୀରେ ଦଳର ଜାତୀୟ ସଭାପତି ଜେପି ନଡାଙ୍କୁ ଭେଟି ପଦ୍ମ ଧରିଛନ୍ତି। ବିଜେପିରେ ସାମିଲ ହେଇ ମନୀଷ କଶ୍ୟପ କହିଛନ୍ତି,ମୋର ଆଦର୍ଶ ବିଜେପି ସହ ମେଳ ଖାଉଛି। ସେଥିପାଇଁ ମୁଁ ବିଜେପିରେ ଯୋଗଦେଇଛି। ବିଜେପି ନେତା ମନୋଜ ତିୱାରୀ ମୋ ମା’ଙ୍କୁ ଡାକି ମୋତେ ଭାଜପାରେ ଯୋଗଦେବାକୁ କହିଥିଲେ। ମୁଁ ମୋ ମା’ଙ୍କ କଥାକୁ ଏଡାଇ ପାରିବି ନାହିଁ।
ଆଗାମୀ ଦିନରେ ମନୀଷ ବିଧାନ ପରିଷଦ ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିବେ ବୋଲି ଆଶା କରାଯାଉଛି। ପୂର୍ବରୁ ସେ ୨୦୨୪ ଲୋକ ସଭା ନିର୍ବାଚନରେ ପଶ୍ଚିମ ଚମ୍ପାରନ ଲୋକ ସଭା ଆସନରୁ ସ୍ବାଧୀନ ପ୍ରାର୍ଥୀ ଭାବେ ପ୍ରତିଦ୍ୱନ୍ଦ୍ୱିତା କରିବାକୁ ଘୋଷଣା କରିଥିଲେ।