ପଦ୍ମ ଧରିଲେ ପୂର୍ବତନ ଦିଲ୍ଲୀ କଂଗ୍ରେସ ଅଧ୍ୟକ୍ଷ ଅରବିନ୍ଦର ସିଂହ ଲଭଲୀ I କିଛି ଦିନ ପୂର୍ବରୁ ଦିଲ୍ଲୀ କଂଗ୍ରେସ ଅଧ୍ୟକ୍ଷ ପଦରୁ ଇସ୍ତଫା ଦେଇଥିବା ଅରବିନ୍ଦର ଶନିବାର ବିଜେପିରେ ଯୋଗ ଦେଇଛନ୍ତି । ଦିଲ୍ଲୀରେ କଂଗ୍ରେସ ଆପ୍ ସହ ମେଣ୍ଟ କରିବାରୁ ସେ ଅସନ୍ତୋଷ ବ୍ୟକ୍ତ କରି ଦଳ ଛାଡ଼ିଥିଲେ ଏବଂ ଅନ୍ୟ କେଉଁ ଦଳରେ ଯୋଗ ଦେବେ ନାହିଁ ବୋଲି କହିଥିଲେ କିନ୍ତୁ ଆଜି ବିଜେପି ସେ ସାମିଲ ହୋଇଛନ୍ତି ।
ବିଜେପି ମୁଖ୍ୟଳୟରେ ଅନୁଷ୍ଠିତ ମିଶ୍ରଣ ପର୍ବରେ କେନ୍ଦ୍ରମନ୍ତ୍ରୀ ହରଦୀପ ସିଂହ ପୁରୀ, ଦିଲ୍ଲୀ ବିଜେପି ମୁଖ୍ୟ ବିରେନ୍ଦ୍ର ସଚଦେବା ଏବଂ ଦଳର ଜାତୀୟ ସାଧାରଣ ସମ୍ପାଦକ ବିନୋଦ ତାୱଡ଼େଙ୍କ ଉପସ୍ଥିତିରେ ଅରବିନ୍ଦର ସିଂହ ଲଭଲୀ ବିଜେପିରେ ସାମିଲ୍ ହୋଇଛନ୍ତି । ଲଭଲୀଙ୍କ ସମେତ ପୂର୍ବତନ କଂଗ୍ରେସ ବିଧାୟକ ରାଜ କୁମାର ଚୌହ୍ଵାନ, ନସୀବ ସିଂହ, ନୀରଜ ବସୋୟା ଏବଂ ପୂର୍ବତନ ଯୁବ କଂଗ୍ରେସ ଅଧ୍ୟକ୍ଷ ଅମିତ ମଲ୍ଲିକ ମଧ୍ୟ ବିଜେପିରେ ଯୋଗ ଦେଇଛନ୍ତି ।
ଅଧିକ ପଢନ୍ତୁ :- ରାୟବରେଲୀରୁ ଲଢିବେ ରାହୁଲ ଗାନ୍ଧି