qସେ କହିଛନ୍ତି, ଏ ପର୍ଯ୍ୟନ୍ତ ସେ ଫଳାଫଳ ଦେଖି ନାହାନ୍ତି । ଦେଖିବା ପରେ ହିଁ କିଛି କହି ପାରିବେ । ଯେଉଁ ପ୍ରାରମ୍ଭିକ ଟ୍ରେଣ୍ଡ ସାମ୍ନାକୁ ଆସିଛି, ସେଥିରେ ସବୁଠୁ ବଡ ଝଟକା ଆମ୍ ଆଦମୀ ପାର୍ଟିକୁ ଲାଗିଛି । ବିଜେପିକୁ ସ୍ପଷ୍ଟ ବହୁମତ ମିଳୁଛି । ଏମିତି ହେଲେ ବିଜେପି ୨୭ ବର୍ଷ ପରେ ରାଜଧାନୀରେ କ୍ଷମତାସୀନ ହେବ ।
ବିଜେପି ଶେଷ ଥର ୧୯୯୩ରେ ନିର୍ବାଚନ ଜିତିଥିଲା । ଏହା ପରେ ବିଜେପି ଆଉ କେବେ ବି ଦିଲ୍ଲୀ କ୍ଷମତାକୁ ଫେରି ପାରି ନ ଥିଲା । ଏହା ପରେ ଶୀଲା ଦୀକ୍ଷିତଙ୍କ ନେତୃତ୍ୱରେ କଂଗ୍ରେସ ଲଗାତାର ତିନି ଥର ସରକାର ଗଢିଥିଲା । ୨୦୧୩ରେ ଆମ୍ ଆଦମୀ ପାର୍ଟି ପ୍ରଥମ ଥର ସରକାରକୁ ଆସିଥିଲା । ସେହି ସମୟରେ ଆପ ୩୧ ସିଟ୍ ଜିତିଥିବା ବେଳେ ବିଜେପିକୁ ୨୮ ଏବଂ କଂଗ୍ରେସକୁ ୮ ସିଟ୍ ମିଳିଥିଲା । ୨୦୧୩ରେ ଆପ୍ ଓ କଂଗ୍ରେସ ମେଣ୍ଟ କରି ସରକାର ଗଢିଥିଲେ, ଯାହା ମାତ୍ର ୪୯ ଦିନ ପର୍ଯ୍ୟନ୍ତ ଚାଲିଥିଲା ।
ଏହା ପରେ ୨୦୧୫ରେ ନିର୍ବାଚନ ଅନୁଷ୍ଠିତ ହୋଇଥିଲା । ଏଥିରେ ଆପକୁ ପ୍ରଚଣ୍ଡ ବହୁମତ ମିଳିଥିଲା ଏବଂ ଦଳ ୬୭ ସିଟ୍ ହାତେଇଥିଲା । ବିଜେପିକୁ ମାତ୍ର ୩ଟି ସିଟ୍ ମିଳିଥିବା ବେଳେ କଂଗ୍ରେସ ଖାତା ବି ଖୋଲି ପାରି ନ ଥିଲା । ୨୦୨୦ରେ ହୋଇଥିବା ନିର୍ବାଚନରେ ଆପର ଆସନ ସଂଖ୍ୟା ହ୍ରାସ ପାଇଥିଲେ ମଧ୍ୟ ଦଳ ୬୨ଟି ସିଟ୍ ଜିତି ଲଗାତାର ତୃତୀୟ ଥର ସରକାର ଗଢିଥିଲା । ବିଜେପିକୁ ୮ଟି ସିଟରେ ସନ୍ତୁଷ୍ଟ ହେବାକୁ ପଡିଥିଲା ।