ଉତ୍ତରାଖଣ୍ଡ: ଚପାୱତ ଆସନରୁ ଉପନିର୍ବାଚନ ଲଢ଼ିବେ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂହ ଧାମୀ! ଖୁବ ଶୀଘ୍ର ହୋଇପାରେ ଘୋଷଣା
Khabar Odisha:Politics-Pushkar-Singh-Dhami-Champawat-MLA-Kailash-Chandra-Gahtori-in-Dehradun

ଡେରାଡୁନ୍‌, ଏପ୍ରିଲ ୧୮ (ଖବର ଓଡ଼ିଶା): ଦେବଭୂମି ଉତ୍ତରାଖଣ୍ଡର ମୁଖ୍ୟମନ୍ତ୍ରୀ ପୁଷ୍କର ସିଂହ ଧାମୀ ଚମ୍ପାୱତ ଆସନରୁ ବିଧାନସଭା ଉପନିର୍ବାଚନ ଲଢ଼ିପାରନ୍ତି । ଜାତୀୟ ଗଣମାଧ୍ୟମର ରିପୋର୍ଟ ଅନୁସାରେ ଏହା ଏକ ପ୍ରକାର ସ୍ପଷ୍ଟ ହୋଇଛି । ସୂଚନାଯୋଗ୍ୟ ଚମ୍ପାୱତ ବିଧାୟକ କୈଳାଶ ଗହତୋଡୀ ସର୍ବ ପ୍ରଥମେ ମୁଖ୍ୟମନ୍ତ୍ରୀ ଧାମୀଙ୍କ ପାଇଁ ଏହି ଆସନ ଛାଡ଼ିବାକୁ ଉଦ୍ୟମ କରିଥିଲେ । 

ଚମ୍ପାୱତ ବିଧାନସଭା ଆସନ ମୁଖ୍ୟମନ୍ତ୍ରୀ ଧାମୀଙ୍କ ପରଂପରାଗତ ଆସନ ଖଟିମା ନିକଟରେ ରହିଛି । ସେହିଭଳି ଚମ୍ପାୱତର ବନବସା ଓ ଟନକପୁର ଅଞ୍ଚଳରେ ମୂଳରୂପରେ ପିଥୋରାଗଡ଼ ଜନପଦର ନିବାସୀ ଥିବା ମତଦାତାଙ୍କ ସଂଖ୍ୟା ଅଧିକ । ନିଜେ ମୁଖ୍ୟମନ୍ତ୍ରୀ ପିଥୋରାଗଡ଼ ଜନପଦ ନିବାସୀ ଅଟନ୍ତି । ଏମ୍‌ଏଲଏ କୈଳାଶ ଗହତୋଡୀ ଖୁବ ଶୀଘ୍ର ବିଧାୟକ ପଦରୁ ଇସ୍ତଫା ଦେବେ । 

ସୂଚନାଯୋଗ୍ୟ, ଗତ ଫେବ୍ରୁଆରୀ ମାସରେ ହୋଇଥିବା ବିଧାନସଭା ନିର୍ବାଚନରେ ପୁଷ୍କର ସିଂହ ଧାବୀ ହାରି ଯାଇଥିଲେ । କିନ୍ତୁ ଉତ୍ତରାଖଣ୍ଡରେ ବିଜେପି ଲଗାତାର ଦ୍ୱିତୀୟ ଥର ପାଇଁ ସରକାର ଗଢ଼ିଛି । 

 

  • Tags:

Subscribe

National International State Sports Entertainment