ନୂଆଦିଲ୍ଲୀ: ଭାରତୀୟ ପ୍ରଶାସନିକ ସେବା (ଆଇଏଏସ୍) ଅଧିକାରୀ ସଞ୍ଜୀବ ହଂସ ଏବଂ ପୂର୍ବତନ ବିଧାୟକ ଗୁଲାବ ଯାଦବଙ୍କୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଗିରଫ କରିଛି। ମନି ଲଣ୍ଡରିଂ ମାମଲାରେ ଇଡି ଟିମ୍ ସଞ୍ଜୀବ ହଂସଙ୍କୁ ପାଟନାସ୍ଥିତ ତାଙ୍କ ସରକାରୀ ବାସଭବନରୁ ଗିରଫ କରିଥିବା ବେଳେ ଗୁଲାବ ଯାଦବଙ୍କୁ ଦିଲ୍ଲୀର ଏକ ରିସୋର୍ଟରୁ ଗିରଫ କରାଯାଇଛି। ହଂସ ହେଉଛନ୍ତି ୧୯୯୭ ବ୍ୟାଚ୍ର ଭାରତୀୟ ପ୍ରଶାସନିକ ସେବା (ଆଇଏଏସ୍) ଅଧିକାରୀ।
ଇଡି ଅନୁଯାୟୀ ସଞ୍ଜୀବ ହଂସ ପଞ୍ଜାବର ମୋହାଲି ଏବଂ କସୌଲିରେ କୋଟି କୋଟି ଟଙ୍କାର ବେନାମୀ ସମ୍ପତ୍ତି କିଣିଛନ୍ତି। କୋଟିକୋଟି ଟଙ୍କାର ସମ୍ପତ୍ତି ଅଧିଗ୍ରହଣ ମାମଲାରେ ଇଡି ତାଙ୍କୁ ଗିରଫ କରିଛି। ସଞ୍ଜୀବ ହଂସଙ୍କ ସହ ଗିରଫ ହୋଇଥିବା ଗୁଲାବ ଯାଦବ ଦିଲ୍ଲୀରେ ତାଙ୍କ ଘନିଷ୍ଠ ସହଯୋଗୀ ଥିଲେ।
ବିହାର ସ୍ବତନ୍ତ୍ର ଭିଜିଲାନ୍ସ ୟୁନିଟ୍ (ଏସ୍ ଭିୟୁ)କୁ ଇଡି ଦେଇଥିବା ସୂଚନା ଅନୁଯାୟୀ, ସେପ୍ଟେମ୍ବର ୧୪ତାରିଖରେ ଏହି ମାମଲା ରୁଜୁ ହୋଇଥିଲା। ଏସଭିୟୁ ଅଧିକାରୀଙ୍କ ଏକ ଟିମ୍ କେନ୍ଦ୍ରୀୟ ତଦନ୍ତକାରୀ ଏଜେନ୍ସିର ସୂଚନା ଯାଞ୍ଚ କରୁଛନ୍ତି। ଏତଲାରେ ହଂସ, ଯାଦବ ଏବଂ ତାଙ୍କ ପରିବାର ସଦସ୍ୟଙ୍କ ସମେତ ପ୍ରାୟ ୧୪ ଜଣଙ୍କୁ ଅଭିଯୁକ୍ତ କରାଯାଇଛି। ପଚରାଉଚରା ପାଇଁ ଏସଭିୟୁ ମଧ୍ୟ ତାଙ୍କୁ ରିମାଣ୍ଡରେ ନେବାକୁ ଯାଉଛି," କହିଛନ୍ତି ହଂସ, ଯିଏ କି ଅଗଷ୍ଟରେ ତାଙ୍କ ବିରୋଧରେ ଇଡି ଚଢ଼ାଉ ପରେ ରାଜ୍ୟ ସରକାରଙ୍କ ସାଧାରଣ ପ୍ରଶାସନ ବିଭାଗକୁ ବଦଳି ହୋଇଥିଲେ।
ଅଧିକ ପଢ଼ନ୍ତୁ: ଦିଲ୍ଲୀରୁ ଲଣ୍ଡନ ଯାଉଥିବା ବିମାନକୁ ମିଳିଲା ବୋମା ଧମକ