କୋଲକାତା: ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ମୁସଲିମ ସମୁଦାୟଙ୍କ ସଂପତ୍ତିର ସୁରକ୍ଷା କରିବେ ବୋଲି ଘୋଷଣା କରିଛନ୍ତି । ତାଙ୍କର ଏହି ବୟାନ ଏମିତି ସମୟରେ ଆସିଛି ଯେତେବେଳେ ରାଜ୍ୟରେ ୱାକଫ ଆଇନକୁ ନେଇ ଖୁବ୍ ହିଂସା ଦେଖିବାକୁ ମିଳିଛି । ମୁର୍ଶିଦାବାଦରେ ଉପଦ୍ରବୀମାନେ ଅନେକ ଗାଡିରେ ନିଆଁ ଲଗାଇ ଦେଇଥିଲେ । ପୋଲିସ ସହ ଉପଦ୍ରବୀଙ୍କ ଧସ୍ତାଧସ୍ତି ହୋଇଥିଲା ।
ମୁଖ୍ୟମନ୍ତୀ ମମତା ବାନାର୍ଜୀ ବିଶ୍ୱ ନବକାର ମହାମନ୍ତ୍ର ଦିବସ କାର୍ଯ୍ୟକ୍ରମରେ ଯୋଗ ଦେଇଛନ୍ତି । ଏହି ଅବସରରେ ସେ ଏକତା ହେବାକୁ ଅପିଲ୍ କରି ଧର୍ମ ଆଧାରରେ ପଶ୍ଚିମବଙ୍ଗକୁ ବିଭାଜନ ହେବାକୁ ଦେବି ନାହିଁ । ମୁଁ ସବୁ ଧର୍ମର ସ୍ଥଳକୁ ଯିବି । ଆପଣ ମୋତେ ଗୁଳି କରି ଦେଲେ ବି ମୁଁ ସବୁ ଧର୍ମକୁ ସମ୍ମାନ ଦେବି । ଆପଣ ମୋତେ ଏକତାରୁ ଅଲଗା କରି ପାରିବେ ନାହିଁ ।
ମମତା କହିଛନ୍ତି, ପଶ୍ଚିମବଙ୍ଗକୁ ବିଭାଜନ ହେବାକୁ ଦେବି ନାହିଁ । ଯଦି କାହାରିକୁ ମୋର ସଂପତ୍ତି ନେବାର ଅଧିକାର ନାହିଁ ତେବେ ମୁଁ କେମିତି କହିିପାରିବି ଯେ, ଅନ୍ୟ ସଂପତ୍ତି ହଡପ କରନ୍ତୁ । ଆମକୁ ୩୦ ପ୍ରତିଶତକୁ ନେଇ ଚାଲିବାକୁ ପଡିବ । ମନେ ରଖନ୍ତୁ ଦିିଦି ଆପଣଙ୍କ ସଂପତ୍ତିର ରକ୍ଷା କରିବ ।
ସୂଚନାଯୋଗ୍ୟ, ପଶ୍ଚିମବଙ୍ଗର ମୁସଲିମବହୁଳ ମୁର୍ଶିଦାବାଦ ଜିଲ୍ଲାରେ ମଙ୍ଗଳବାର ୱାକଫ ଆଇନ ବିରୋଧରେ ହୋଇଥିବା ବିକ୍ଷୋଭ ପ୍ରଦର୍ଶନ ସମୟରେ ପୋଲିସ ଉପରେ ପଥରମାଡ ହୋଇଥିଲା । ପୋଲିସ ଗାଡିକୁ ଜାଳି ଦିଆଯାଇଥିଲା । ଜଙ୍ଗିପୁର ଅଞ୍ଚଳରେ ଜାତୀୟ ରାଜପତ ୧୨ରେ ଏହି ଘଟଣା ଘଟିଥିଲା । ତେବେ ବୁଧବାର ଜିଲ୍ଲାରେ ସ୍ଥିତି ଶାନ୍ତିପୂର୍ଣ୍ଣ ରହିଛି ଏବଂ କୌଣସି ପ୍ରକାରର ଅପ୍ରୀତିକର ଘଟଣା ଘଟିନାହିଁ ।