ନୂଆଦିଲ୍ଲୀ: ଲୋକସଭାରେ ବିରୋଧୀ ଦଳ ନେତା ତଥା କଂଗ୍ରେସର ସାଂସଦ ରାହୁଲ ଗାନ୍ଧୀ ଏପ୍ରିଲ ୨୧ ଓ ୨୨ ଦୁଇ ଦିନିଆ ଆମେରିକା ଗସ୍ତ କରିବେ। ଏହି ସମୟରେ ସେ ରୋଡ୍ ଆଇଲ୍ୟାଣ୍ଡ ସ୍ଥିତ ବ୍ରାଉନ ୟୁନିଭର୍ସିଟିରେ ଭାଷଣ ଦେବେ ଏବଂ ସେଠାରେ ଛାତ୍ର-ଛାତ୍ରୀ ଓ ପ୍ରଫେସରଙ୍କ ସହିତ ଆଲୋଚନା କରିବେ ।
କଂଗ୍ରେସ ମିଡିଆ ସେଲର ଅଧ୍ୟକ୍ଷ ପବନ ଖେଡା ଏକ୍ସରେ ଏହାର ସୂଚନା ଦେଇଛନ୍ତି । ସେ ଲେଖିଛନ୍ତି, ପୂର୍ବତନ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଏପ୍ରିଲ ୨୧ ଓ ୨୨ ତାରିଖରେ ରୋଡ୍ ଆଇଲାଣ୍ଡ, ଆମେରିକା ସ୍ଥିତ ବ୍ରାଉନ ୟୁନିଭର୍ସିଟିର ଗସ୍ତ କରିବେ । ସେ ସେଠାରେ ସମ୍ବୋଧିତ କରିବେ ଏବଂ ଅଧ୍ୟାପକ ଓ ଛାତ୍ରଙ୍କ ସହ ଆଲୋଚନା କରିବେ । ଏହି ଗସ୍ତରେ ରାହୁଲ ଗାନ୍ଧୀ ଆମେରିକାରେ ବାସ କରୁଥିବା ପ୍ରବାସୀ ଭାରତୀୟ ଓ ଭାରତୀୟ ଦରିଆପାରି କଂଗ୍ରେସ(ଆଇଓସି)ର ପଦାଧିକାରୀ ଓ ସଦସ୍ୟଙ୍କୁ ସାକ୍ଷାତ କରିବେ ।
ସୂଚନାଯୋଗ୍ୟ, ଏହା ପୂର୍ବରୁ ରାହୁଲ ଗାନ୍ଧୀ ୨୦୨୩ ସେପ୍ଟେମ୍ବରରେ ଆମେରିକା ଯାତ୍ରା କରିଥିଲେ । ଉକ୍ତ ଗସ୍ତରେ ସେ ଟେକ୍ସାସ ୟୁନିଭର୍ସିଟିରେ ଛାତ୍ର ଓ ଶିକ୍ଷାବିତଙ୍କୁ ସମ୍ବୋଧିତ କରିଥିଲେ । ୱାଶିଂଟନ ଡିସି ତଥା ଟେକ୍ସାସରେ ଭାରତୀୟ ପ୍ରବାସୀ ସମୁଦାୟ ସହ ଆଲୋଚନା କରିବେ ।