ଭୁବନେଶ୍ୱର: ବିଜୁ ଜନତା ଦଳ ମଙ୍ଗଳବାର ଜିଲ୍ଲା ସଭାପତି ଘୋଷଣା କରାଯାଇଛି । ପ୍ରାଥମିକ ପର୍ଯ୍ୟାୟରେ ୧୮ଟି ଜିଲ୍ଲା ପାଇଁ ସଭାପତିଙ୍କ ନାମ ଘୋଷଣା ହୋଇଛି । ବହୁ ବରିଷ୍ଠ ଏବଂ ପୁରୁଣା ନେତାଙ୍କ ସାଙ୍ଗଠନିକ ଦାୟିତ୍ୱ ଦେଇଛନ୍ତି ସୁପ୍ରିମୋ ନବୀନ ପଟ୍ଟନାୟକ ।
ଅନୁଗୁଳ ଜିଲ୍ଲାରେ ବ୍ରଜକିଶୋର ପ୍ରଧାନଙ୍କୁ ସଭାପତି ହୋଇଥିବାବେଳେ ବରଗଡ଼ ସୁଶାନ୍ତ କୁମାର ମହାପାତ୍ରଙ୍କ ଉପରେ ଭରସା କରିଛନ୍ତି ସୁପ୍ରିମୋ । ସେହିପରି ଭଦ୍ରକରେ ଜଗନ୍ନାଥ ସ୍ୱାଇଁ, ବୌଦ୍ଧରେ ପ୍ରଦୀପ ଅମାତ, ଦେବଗଡ଼ରେ ରୋମାଞ୍ଚ ରଞ୍ଜନ ବିଶ୍ୱାଳ, ଗଜପତିରେ ପ୍ରଦୀପ ନାୟକ, ଜଗତସିଂହପୁରରେ ପ୍ରଶାନ୍ତ କୁମାର ମୁଦୁଲି, ଯାଜପୁରରେ ସରୋଜ କୁମାର ମହାପାତ୍ର, ଝାରସୁଗୁଡ଼ାରେ ହରିଶ ଗଣତ୍ରା ଏବଂ କନ୍ଧମାଳରେ ପଦ୍ମନାଭ ବେହେରା ବିଜେଡ଼ିର ସଭାପତିଭାବେ ଘୋଷଣା ହୋଇଛନ୍ତି ।
ସେହିପରି ମାଲକାନଗିରିରେ ମାନସ ମାଡ଼କାମୀ, ମୟୁରଭଞ୍ଜ-୧ରେ ସୁଦାମ ମାରାଣ୍ଡି, ନବରଙ୍ଗପୁର ମନୋହର ରାନ୍ଧାରୀ, ନୟାଗଡ଼ରେ ରମେଶ ଚନ୍ଦ୍ର ବେହେରା, ନୂଆପଡ଼ାରେ ଅବନୀ ରଞ୍ଜନ ଯୋଶୀ, ପୁରୀରେ ଉମାକାନ୍ତ ସାମନ୍ତରାୟ, ସୁବର୍ଣ୍ଣପୁରରେ ସରୋଜ କୁମାର କାମ୍ପା ଏବଂ ସୁନ୍ଦରଗଡ଼ରେ ଯୋଗେଶ ସିଂହ ସଭାପତି ହୋଇଛନ୍ତି ।
ତେବେ ଆହୁରି ଅନେକ ଜିଲ୍ଲାରେ ବିଜେଡ଼ି ତାର ସଭାପତି ଘୋଷଣା କରିନାହିଁ । କେନ୍ଦ୍ରାପଡ଼ା, ଖୋର୍ଦ୍ଧା, କୋରାପୁଟ, କଳାହାଣ୍ଡି ଏବଂ କେଉଁଝର ଆଦି ଜିଲ୍ଲାମାନଙ୍କ ସଭାପତି ଆଗାମୀ ଦିନରେ ଘୋଷଣା କରାଯାଇପାରେ ।