ଭୁବନେଶ୍ୱର: ଓଡ଼ିଶା କଂଗ୍ରେସରେ ଭକ୍ତ ଚରଣ ଦାସ ପିସିସି ସଭାପତି ହେବା ପରେ ଧିରେ ଧିରେ କଂଗ୍ରେସ ଫର୍ମକୁ ଫେରୁଥିବା ଦେଖିବାକୁ ମିଳିଛି । ନାରୀ ନିର୍ଯ୍ୟାତନା ପ୍ରସଙ୍ଗରେ ରାଜ୍ୟ କଂଗ୍ରେସ ତାର ବଳ ଦେଖାଇଥିଲା । ମଙ୍ଗଳବାର ପିସିସିର ରାଜନୈତିକ ବ୍ୟାପାର କମିଟି ଗଠନ କରାଯାଇଛି । ଏଥିରେ ସଭାପତି, ରାଜ୍ୟ ପ୍ରଭାରୀଙ୍କ ସମେତ ୨୫ ଜଣ ସଦସ୍ୟ ରହିଛନ୍ତି ।
ପିସିସି ରାଜନୈତିକ ବ୍ୟାପାର କମିଟିରେ ରାଜ୍ୟ କଂଗ୍ରେସ ବହୁ ବରିଷ୍ଠ ଏବଂ ଅଭିଜ୍ଞ ନେତାଙ୍କୁ ସାମିଲ କରାଯାଇଛି । ଏଥିରେ ରାଜ୍ୟ ପ୍ରଭାରୀ ଅଜୟ କୁମାର ଲଲୁ ମୁଖ୍ୟ ଦାୟିତ୍ୱରେ ଥିବାବେଳେ ଭକ୍ତ ଚରଣ ଦାସ, ସାଂସଦ ସପ୍ତଗିରି ଉଲ୍ଲାକା, ବିଧାୟକ ଦଳ ନେତା ରାମଚନ୍ଦ୍ର କାଡ଼ାମ, ୪ ପୂର୍ବତନ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ, ଜୟଦେବ ଜେନା, ଶରତ ପଟ୍ଟନାୟକ, ପ୍ରସାଦ ହରିଚନ୍ଦନ, ଶ୍ରୀକାନ୍ତ ଜେନା, ନାଗେନ୍ଦ୍ର ପ୍ରଧାନ, ଜଗନ୍ନାଥ ପଟ୍ଟନାୟକ, ଅମର ଚନ୍ଦ୍ର ପ୍ରଧାନ, ସୁଶୀଲ ତିରିଆ, ଏପି ସେଠୀ, ରାମ ଚନ୍ଦ୍ର ଖୁଣ୍ଟିଆ, ଶରତ ରାଉତ, ଆସଫ୍ ଅଲ୍ଲି ଖାନ, ତାରା ପ୍ରସାଦ ବାହିନୀ ପତି, ରମେଶ ଜେନା, ସି ଏସ୍ ରାଜନ ଏକ୍କା, ଦେବାଶିଷ ପଟ୍ଟନାୟକ, ସନ୍ତୋଷ ସିଂ ସାଲୁଜା, ମହମ୍ମଦ ମୋକିମ, ବିଶ୍ୱରଞ୍ଜନ ମହାନ୍ତି ଏବଂ ସସ୍ମିତା ବେହେରା । ଏଆଇସିସି ସାଧାରଣ ସମ୍ପାଦକ କେସି ବେଣୁଗୋପାଳ ଏହାକୁ ଅନୁମୋଦନ ଦେଇଛନ୍ତି ।