ମେ ୧୩ ହେବନି ପିପିଲି ଉପ-ନିର୍ବାଚନ, ପୁଣି ଘୁଞ୍ଚିଲା ଭୋଟ୍ ଗ୍ରହଣ ତାରିଖ
Khabar Odisha:Again-Pipili-Election-Postponed

ଭୁବନେଶ୍ୱର, ଏପ୍ରିଲ ୨୨ (ଖବର ଓଡ଼ିଶା): ପୁଣି ଘୁଞ୍ଚିଲା ପିପିଲି ଉପ-ନିର୍ବାଚନ । ମେ ୧୩ ହେବନି ଭୋଟ୍ ଗ୍ରହଣ । ପିପିଲି ଉପନିର୍ବାଚନ ଘୁଞ୍ଚିବା ନେଇ ଆଜି ନିର୍ବାଚନ କମିଶନ ଘୋଷଣା କରିଛନ୍ତି । ମେ ୧୩ ପରିବର୍ତ୍ତେ ପିପିଲି ଉପନିର୍ବାଚନ ପାଇଁ ମେ ୧୬ ରେ ଭୋଟ୍ ଗ୍ରହଣ ହେବ ବୋଲି ନିର୍ବାଚନ କମିଶନ ଘୋଷଣା କରିଛନ୍ତି ।

ଆଜିକୁ ମିଶାଇ ପିପିଲି ଉପନିର୍ବାଚନ ପାଇଁ ତିନି ତିନି ଥର ତାରିଖ ଘୋଷଣା ହେଲାଣି । ପୂର୍ବରୁ ଏପ୍ରିଲ ୧୭ରେ ପିପିଲି ଉପନିର୍ବାଚନ ହେବାକୁ ଥିବା ବେଳେ ହଠାତ୍ କଂଗ୍ରେସ ପ୍ରାର୍ଥୀ ଅଜିତ ମଙ୍ଗରାଜଙ୍କ ବିୟୋଗ ପରେ ପିପିଲି ଉପନିର୍ବାଚନ କୁ ଘୁଞ୍ଚାଇ ଦିଆଯାଇଥିଲା ଓ ଆସନ୍ତା ମେ ୧୩ ରେ ପିପିଲି ଉପନିର୍ବାଚନ ହେବାର ଥିଲା ମାତ୍ର ବର୍ତମାନ ୧୩ ତାରିଖରେ ଇଦ୍‌-ଉଲ-ଫିତର ପଡୁଥିବାରୁ ପିପିଲି ଉବନିର୍ବାଚନକୁ ପୁଣି ଘୁଞ୍ଚାଇ ଦିଆଯାଇଛି । ଏବେ ମେ ୧୬ରେ ପିପିଲି ପଡିବ ଭୋଟ୍ ।

  • Tags:

Subscribe

National International State Sports Entertainment