ନୂଆଦିଲ୍ଲୀ: ଭାରତର ସର୍ବୋଚ୍ଚ ନ୍ୟାୟାଳୟର ପ୍ରଧାନ ବିଚାରପତି (CJI) ଜଷ୍ଟିସ୍ ସୂର୍ଯ୍ୟକାନ୍ତ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ ଭେଟିବାକୁ ସ୍ପଷ୍ଟ ଭାବେ ମନା କରିଦେଇଛନ୍ତି। ରାହୁଲ ଗାନ୍ଧୀଙ୍କ ସମେତ ଅନ୍ୟ କିଛି ବିରୋଧୀ ଦଳର ନେତା ମୁଖ୍ୟ ବିଚାରପତିଙ୍କୁ ଭେଟିବା ପାଇଁ ସମୟ ମାଗିଥିଲେ, ମାତ୍ର ସେ ଏହି ପ୍ରସ୍ତାବକୁ ଖାରଜ କରିଦେଇଛନ୍ତି।
ସୂତ୍ରରୁ ପ୍ରକାଶ ଯେ, ବିରୋଧୀ ଦଳର ନେତାମାନଙ୍କ ପକ୍ଷରୁ ପ୍ରଧାନ ବିଚାରପତିଙ୍କ ସହ ଆଲୋଚନା ପାଇଁ ଆବେଦନ କରାଯାଇଥିଲା। କିନ୍ତୁ ଜଷ୍ଟିସ୍ ସୂର୍ଯ୍ୟକାନ୍ତ ଏହି ପ୍ରସ୍ତାବକୁ ପ୍ରତ୍ୟାଖ୍ୟାନ କରି ସ୍ପଷ୍ଟ ଭାବେ ମତ ଦେଇଛନ୍ତି ଯେ, ଏଭଳି ବୈଠକ କରିବା ଠିକ୍ ନୁହେଁ। ନ୍ୟାୟପାଳିକାର ନିରପେକ୍ଷତା ଏବଂ ମର୍ଯ୍ୟାଦା ବଜାୟ ରଖିବା ପାଇଁ ଏହି ନିଷ୍ପତ୍ତି ନିଆଯାଇଥିବା ଚର୍ଚ୍ଚା ହେଉଛି।
ଏହି ପ୍ରସଙ୍ଗକୁ ନେଇ ବର୍ତ୍ତମାନ ଜାତୀୟ ରାଜନୀତି ଏବଂ ଆଇନଜୀବୀ ମହଲରେ ବେଶ୍ ଆଲୋଚନା ଜାରି ରହିଛି।CJI ଙ୍କ ଏହି ନିଷ୍ପତ୍ତି ପରେ ଜାତୀୟ ରାଜନୀତିରେ ମଧ୍ୟ ହଇଚଇ ସୃଷ୍ଟି ହୋଇଛି। ଗୋଟିଏ ପଟେ ବିରୋଧୀ ଦଳଗୁଡ଼ିକ ଏହି ପ୍ରସଙ୍ଗରେ ସରକାର ଏବଂ ସାମ୍ବିଧାନିକ ବ୍ୟବସ୍ଥାକୁ ଘେରିବାକୁ ପ୍ରୟାସ କରୁଥିବା ବେଳେ, ଶାସକ ଦଳ (BJP) ଏହାକୁ ନେଇ କଂଗ୍ରେସ ତଥା ରାହୁଲ ଗାନ୍ଧୀଙ୍କୁ କଡ଼ା ସମାଲୋଚନା କରିଛି।
Also Read: ପୂର୍ବର ହିଂସା ଓ ଆଇନ ଅମାନ୍ୟ: CJP ପ୍ରଦର୍ଶନକୁ କାହିଁକି ବନ୍ଦ କଲା ଦିଲ୍ଲୀ ପୋଲିସ ? ସାମ୍ନାକୁ ଆସିଲା ବଡ଼ କାରଣ