କୋଲକାତା: ସବୁବେଳେ କେନ୍ଦ୍ର ସରକାରଙ୍କ ବିରୋଧରେ ଯାଉଥିବା ତୃଣମୂଳ କଂଗ୍ରେସ ଅଧ୍ୟକ୍ଷ ତଥା ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ପୁଣି ଏକ ବଡ଼ ଘୋଷଣା କରିଛନ୍ତି । ପଶ୍ଚିମବଙ୍ଗରେ ୱକଫ୍ ସଂଶୋଧିତ ଆଇନ ଲାଗୁ ହେବ ନାହିଁ ବୋଲି ଘୋଷଣା କରିଛନ୍ତି ମମତା ।
ମମତା ବାନାର୍ଜୀ କୋଲକାତାରେ ଆୟୋଜିତ ଜୈନ ସମ୍ପ୍ରଦାୟର ଏକ କାର୍ଯ୍ୟକ୍ରମରେ ଯୋଗ ଦେଇ ଉଦବୋଧନ ଦେଇଥିଲେ । ଆଉ ସେଠି ୱକଫ୍ ବିଧେୟକକୁ ନେଇ ବର୍ଷିଥିଲେ । ଅଳ୍ପସଂଖ୍ୟକଙ୍କ ପାଇଁ ସେ ଲଢ଼ିବା ନେଇ ପ୍ରତିଶ୍ରୁତି ଦେଇଛନ୍ତି । ସେ କହିଛନ୍ତି, ମୁଁ ଜାଣିଛି ୱକଫ୍ ଅଧିନିୟମ ଲାଗୁ ହେବାକୁ ନେଇ ଆପଣମାନେ ଦୁଃଖୀ ଅଛନ୍ତି । କିନ୍ତୁ ପଶ୍ଚିମବଙ୍ଗରେ ଏମିତି କିଛି ହେବ ନାହିଁ, ଯାହାକୁ କେହି ବାଣ୍ଟିକରି ତା ଉରେ ରାଜୁତି କରିବେ ବୋଲି ସେ ଭରସା ଦେଇଛନ୍ତି । ଏହି ଆଳରେ ସେ ବାଂଲାଦେଶର ସ୍ଥିତିର ଉଦାହରଣ ଦେଇଥିଲେ । ୱକଫ୍ ସଂଶୋଧନ ବିଲକୁ ଏବେ ପାରିତ କରାଯିବାର ନ ଥିଲା ବୋଲି ସେ କହିଛନ୍ତି । ଅନ୍ୟପକ୍ଷରେ କେଉଁଠି ନା କେଉଁଠି ମମତା ବାଂଲାଦେଶର ସ୍ଥିତି କରିବେ ବୋଲି ପରୋକ୍ଷରେ ଚେତାବନୀ ଦେଇଛନ୍ତି ।
ଏଠାରେ ଉଲ୍ଲେଖ ଯୋଗ୍ୟ, ସଂସଦର ଉଭୟ ଗୃହରେ ୱକଫ୍ ସଂଶୋଧନ ବିଲ୍ ପାରିତ ହେବା ପରେ ଗତ ଶନିବାର ରାଷ୍ଟ୍ରପତିଙ୍କ ମଞ୍ଜୁରି ମିଳି ସାରିଛି । ଏହା ଏବେ ବିଧିବଦ୍ଧଭାବେ ଆଇନରେ ପରିଣତ ହୋଇସାରିଛି ।