ଉତ୍ତରପ୍ରଦେଶ: ପିତାମାତାଙ୍କ ଇଚ୍ଛା ବିରୁଦ୍ଧରେ ବିବାହ କଲେ ମିଳିବନି ପୋଲିସ ସୁରକ୍ଷା। ଏପରି ରାୟ ଶୁଣାଇଛନ୍ତି ଆହ୍ଲାହାବାଦ ହାଇକୋର୍ଟ କହିଛନ୍ତି। ଏନେଇ କୋର୍ଟ କହିଛନ୍ତି ଯେ, ପିତାମାତାଙ୍କ ଇଚ୍ଛା ବିରୁଦ୍ଧରେ ଯାଇ ବିବାହ କରୁଥିବା ପ୍ରେମିକମାନେ ପରେ ପୋଲିସ ସୁରକ୍ଷା ମାଗିଥାନ୍ତି । ଯଦି ତାଙ୍କ ଜୀବନ ଏବଂ ସ୍ବାଧୀନତା ପ୍ରତି ପ୍ରକୃତ ବିପଦ ନଥାଏ ତାହାଲେ ତାଙ୍କୁ ସୁରକ୍ଷା ଦିଆଯାଇପାରିବ ନାହିଁ ।ଜଷ୍ଟିସ ସୌରଭ ଶ୍ରୀବାସ୍ତବ ଏକ ପ୍ରେମୀ ଯୁଗଳଙ୍କ ସୁରକ୍ଷା ପାଇଁ ଆଗତ ଏକ ଆବେଦନର ଶୁଣାଣି କରି ଏହି ଗୁରୁତ୍ୱପୂର୍ଣ୍ଣ ରାୟ ନିଷ୍ପତ୍ତି ଶୁଣାଇଛନ୍ତି ।
ଏହି ରାୟ ଶ୍ରେୟା କେସରୱାନୀ ଓ ତାଙ୍କ ସ୍ୱାମୀଙ୍କ ଦ୍ୱାରା ଦାୟର ଏକ ରିଟ୍ ପିଟିସନର ଶୁଣାଣି ସମୟରେ ଜଷ୍ଟିସ ସୌରଭ ଶ୍ରୀବାସ୍ତବଙ୍କ ଦ୍ୱାରା ଦିଆଯାଇଛି। ଶ୍ରେୟା କେସରୱାନୀ ଓ ତାଙ୍କ ସ୍ୱାମୀ ଆହ୍ଲାହାବାଦ ହାଇକୋର୍ଟରେ ଏକ ରିଟ୍ ପିଟିସନ ଦାୟର କରିଥିଲେ। ଯେଉଁଥିରେ ସେମାନେ ପୋଲିସ ସୁରକ୍ଷା ସହିତ ତାଙ୍କ ପରିବାର ସଦସ୍ୟମାନଙ୍କୁ ସେମାନଙ୍କ ଶାନ୍ତିପୂର୍ଣ୍ଣ ବୈବାହିକ ଜୀବନରେ ହସ୍ତକ୍ଷେପ ନ କରିବାକୁ ନିର୍ଦ୍ଦେଶ ଦେବାକୁ ଅନୁରୋଧ କରିଥିଲେ। ଆବେଦନରେ, ଦମ୍ପତି ପୋଲିସ ସୁରକ୍ଷା ଯୋଗାଇବା ଏବଂ ପରିବାର ସଦସ୍ୟଙ୍କୁ ସେମାନଙ୍କର ଶାନ୍ତିପୂର୍ଣ୍ଣ ବୈବାହିକ ଜୀବନରେ ହସ୍ତକ୍ଷେପ ନକରିବା ପାଇଁ ନିର୍ଦ୍ଦେଶ ଦେବାକୁ ଦାବି କରିଥିଲେ।
ଆବେଦନରେ କୁହାଯାଇଥିବା କଥାଗୁଡ଼ିକ ବିଚାର କରିବା ପରେ, କୋର୍ଟ କହିଛନ୍ତି ଯେ ଆବେଦନକାରୀଙ୍କ ପ୍ରତି କୌଣସି ଗମ୍ଭୀର ବିପଦ ନାହିଁ। କୋର୍ଟ କହିଛନ୍ତି ଯେ, ଲତା ସିଂହ ବନାମ ଉତ୍ତର ପ୍ରଦେଶ ରାଜ୍ୟ ଏବଂ ଅନ୍ୟାନ୍ୟ ମାମଲାରେ ସୁପ୍ରିମକୋର୍ଟ ଦେଇଥିବା ନିଷ୍ପତ୍ତି ଆଧାରରେ, ଏହି ମାମଲାରେ ମଧ୍ୟ ପୋଲିସ ସୁରକ୍ଷା ଯୋଗାଇବା ପାଇଁ କୌଣସି ନିର୍ଦ୍ଦେଶ ଦେବାର ଆବଶ୍ୟକତା ନାହିଁ।
ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ସ୍ପଷ୍ଟ ଭାବରେ କହିଛି ଯେ କୋର୍ଟଗୁଡ଼ିକ ନିଜସ୍ୱ ଇଚ୍ଛାରେ ବିବାହ କରିବାକୁ ପଳାଇ ଯାଇଥିବା ଯୁବକମାନଙ୍କୁ ସୁରକ୍ଷା ପ୍ରଦାନ କରିବା ପାଇଁ ଉଦ୍ଦିଷ୍ଟ ନୁହେଁ। ଏହି ମାମଲାରେ, ଆବେଦନକାରୀଙ୍କ ଜୀବନ ଏବଂ ସ୍ୱାଧୀନତା ବିପଦରେ ଥିବାର କୌଣସି ଆଧାର ମିଳିନାହିଁ। ତେଣୁ ଏକ୍ଷେତ୍ରରେ ସେମାନଙ୍କୁ ପୋଲିସ ସୁରକ୍ଷା ପାଇବାର ଅଧିକାର ନାହିଁ । ଯଦି ତାଙ୍କ ଜୀବନ ପ୍ରତି ବିପଦ ଥାଏ ତାହାଲେ ସୁରକ୍ଷା ଦିଆଯାଇପାରିବ ବୋଲି କହିବା ସହ ଆବେଦନକୁ ଖାରଜ କରିଦେଇଛନ୍ତି।