ନୂଆଦିଲ୍ଲୀ: କୌଣସି ବିଧେୟକକୁ ରାଷ୍ଟ୍ରପତି ତିନି ମାସ ମଧ୍ୟରେ ଅନୁମୋଦନ ଦେବାକୁ ସୁପ୍ରିମକୋର୍ଟ ପରାମର୍ଶ ଦେବାକୁ ନେଇ କ୍ଷୁବ୍ଧ ହୋଇଛନ୍ତି ଉପ ରାଷ୍ଟ୍ରପତି ଜଗଦୀପ ଧନଖଡ଼ । ସେ ଏପରି ଏକ ଗଣତନ୍ତ୍ରର କଳ୍ପନା ବି କରି ନ ଥିଲେ ବୋଲି କହିଛନ୍ତି ।
ରାଜ୍ୟସଭା ପ୍ରଶିକ୍ଷାର୍ଥୀଙ୍କୁ ସମ୍ବୋଧିତ କରି ଉପରାଷ୍ଟ୍ରପତି ଧନଖଡ଼ କହିଛନ୍ତି ଯେ ଭାରତ ଏପରି ଏକ ଗଣତନ୍ତ୍ର କଳ୍ପନା କରିନଥିଲା ଯେଉଁଠାରେ ବିଚାରପତିମାନେ ଆଇନ ତିଆରି କରିବେ, କାର୍ଯ୍ୟନିର୍ବାହୀ କାର୍ଯ୍ୟ କରିବେ ଏବଂ ଏକ 'ସୁପର ପାର୍ଲାମେଣ୍ଟ' ଭାବରେ କାର୍ଯ୍ୟ କରିବେ। ରାଷ୍ଟ୍ରପତିଙ୍କୁ ଏକ ସାମ୍ପ୍ରତିକ ନିଷ୍ପତ୍ତି ଦ୍ୱାରା ନିର୍ଦ୍ଦେଶ ଦିଆଯାଇଛି । ଆମେ କୁଆଡ଼େ ଯାଉଛୁ ? ଦେଶରେ କ'ଣ ଘଟୁଛି ? ଆମକୁ ଅତ୍ୟନ୍ତ ସମ୍ବେଦନଶୀଳ ହେବାକୁ ପଡିବ । ଏହା ସମୀକ୍ଷା ଦାଖଲ କରିବା କି ନାହିଁ ତାହା ପ୍ରଶ୍ନ ନୁହେଁ," । ସୁପ୍ରିମକୋର୍ଟଙ୍କ ନିଷ୍ପତ୍ତି ଉପରେ ଉପରାଷ୍ଟ୍ରପତି ଧନଖଡ଼ କହିଛନ୍ତି, "ଆମେ କେବେ କଳ୍ପନା କରିନଥିଲୁ ଯେ ଗଣତନ୍ତ୍ର ଏହିପରି ହେବ। ରାଷ୍ଟ୍ରପତିଙ୍କୁ ସମୟସୀମା ମଧ୍ୟରେ ନିଷ୍ପତ୍ତି ନେବାକୁ କୁହାଯାଏ ଏବଂ ଯଦି ତାହା ନ ହୁଏ, ତେବେ ଆଇନ ତିଆରି କରାଯାଏ।"
ଧନଖଡ଼ କହିଛନ୍ତି ଯେ ତାଙ୍କର ଚିନ୍ତା "ଅତ୍ୟନ୍ତ ଉଚ୍ଚ ସ୍ତରରେ" ଥିଲା ଏବଂ ସେ ତାଙ୍କ ଜୀବନରେ କେବେ କଳ୍ପନା କରିନଥିଲେ ଯେ ତାଙ୍କୁ ଏହା ଦେଖିବାକୁ ପଡ଼ିବ । ସେ କାର୍ଯ୍ୟକ୍ରମରେ ଉପସ୍ଥିତ ପ୍ରଶିକ୍ଷାର୍ଥୀମାନଙ୍କୁ ମନେ ପକାଇ ଦେଇଥିଲେ ଯେ ଭାରତର ରାଷ୍ଟ୍ରପତିଙ୍କ ପଦବୀ ବହୁତ ଉଚ୍ଚ । ରାଷ୍ଟ୍ରପତି ସମ୍ବିଧାନର ସୁରକ୍ଷା, ସଂରକ୍ଷଣ ଏବଂ ପ୍ରତିରକ୍ଷା ପାଇଁ ଶପଥ ନିଅନ୍ତି । ଯେତେବେଳେ ମନ୍ତ୍ରୀ, ଉପରାଷ୍ଟ୍ରପତି, ସାଂସଦ ଏବଂ ବିଚାରପତିମାନେ ସମ୍ବିଧାନ ପାଳନ କରିବାକୁ ଶପଥ ନିଅନ୍ତି । ଆମେ ଏପରି ପରିସ୍ଥିତି ସୃଷ୍ଟି କରିପାରିବୁ ନାହିଁ ଯେଉଁଠାରେ ଆପଣ ଭାରତର ରାଷ୍ଟ୍ରପତିଙ୍କୁ ନିର୍ଦ୍ଦେଶ ଦେବେ ଏବଂ କେଉଁ ଆଧାରରେ? ସମ୍ବିଧାନ ଅନୁଯାୟୀ ଆପଣଙ୍କର ଏକମାତ୍ର କ୍ଷମତା ହେଉଛି ଧାରା ୧୪୫ (୩) ଅନୁଯାୟୀ ସମ୍ବିଧାନର ବ୍ୟାଖ୍ୟା କରିବା । ଏଥିପାଇଁ ପାଞ୍ଚ କିମ୍ବା ତା'ଠାରୁ ଅଧିକ ବିଚାରପତି ରହିବା ଉଚିତ ବୋଲି କହିଛନ୍ତି ଉପରାଷ୍ଟ୍ରପତି କହିଛନ୍ତି ।
ଏଠାରେ ଉଲ୍ଲେଖ ଯୋଗ୍ୟ, ସୁପ୍ରିମକୋର୍ଟ ତାମିଲନାଡ଼ୁ ସରକାର ଓ ରାଜ୍ୟପାଳଙ୍କ ମଧ୍ୟରେ ଥିବା ଏକ ବିବାଦର ଶୁଣାଣିରେ କହିଥିଲେ ଯେ ବିଧାନସଭାରେ ଆଗତ ବିଲକୁ ରାଜ୍ୟପାଳ ତିନି ମାସ ମଧ୍ୟରେ ଅନୁମୋଦନ କରିବେ । ସେହିପରି ରାଷ୍ଟ୍ରପତି ମଧ୍ୟ ୩ ମାସ ମଧ୍ୟରେ ବିଲକୁ ଅନୁମୋଦନ କରିବା ଉଚିତ । ଯଦି ବିଳମ୍ବ ହେଉଛି ତେବେ ତାହାର ପ୍ରକୃତ କାରଣ ଦର୍ଶାଇବା ଆବଶ୍ୟକ ବୋଲି କହିଥିଲେ ସୁପ୍ରିମକୋର୍ଟ ।