କରୋନା ମାମଲାରେ ରେକର୍ଡ କଲା ଆମେରିକା, ଗୋଟିଏ ଦିନରେ 70 ହଜାର ନୂଆ କରୋନା ରୋଗୀ ଚିହ୍ନଟ
Khabar Odisha:united-states-of-america-70000-new-coronavirus-cases-over-past-24-hours-pandemic
ୱାଶିଂଟନ, ଜୁଲାଇ ୧୧( ଖବର ଓଡ଼ିଶା):

ସାରା ବିଶ୍ୱରେ କରୋନାର ଆତଙ୍କ ଜାରି ରହିଛି । ବିଶ୍ୱର ସମସ୍ତ ଦେଶ ବର୍ତ୍ତମାନ ମହାମାରୀ କରୋନାରେ ପ୍ରଭାବିତ ହୋଇଛନ୍ତି ହେଲେ ଆମେରିକା ମହାମାରୀ କରୋନାରେ ସବୁଠାରୁ ଅଧିକ ପ୍ରଭାବିତ ଦେଶ । ଗତ 24 ଘଣ୍ଟା ମଧ୍ୟରେ ଆମେରିକାରେ 70,000 ରୁ ଅଧିକ କରୋନା ଆକ୍ରାନ୍ତ ରୋଗୀ ଚିହ୍ନଟ ହୋଇଛନ୍ତି, ଯାହାକି ବର୍ତ୍ତମାନ ସୁଦ୍ଧା କୌଣସି ଦେଶରେ ମହାମାରୀ ଆରମ୍ଭ ହେବା ପରଠାରୁ ଏହା ସବୁଠାରୁ ବଡ ସଂଖ୍ୟା ଅଟେ | ଜନ୍ ହପକିନ୍ସ ବିଶ୍ୱବିଦ୍ୟାଳୟର ପରିସଂଖ୍ୟାନ ଅନୁଯାୟୀ, ବର୍ତ୍ତମାନ ପର୍ଯ୍ୟନ୍ତ ଆମେରିକାରେ 31,83,856 ଲୋକ କରୋନାରେ ପୀଡ଼ିତ ହୋଇସାରିଲେଣି ବୋଲି ଜଣାପଡିଛି |

  • Tags:

Subscribe

National International State Sports Entertainment