ଜମ୍ମୁକାଶ୍ମୀରର ଉଦାମପୁର ଜିଲ୍ଲାରେ ସୁରକ୍ଷାବାହିନୀ ଓ ଆତଙ୍କୀଙ୍କ ମଧ୍ୟରେ ଚାଲିଛି ଗୁଳି ବିନିମୟ । ଦୁଇରୁ ୩ ଜଣ ଆତଙ୍କୀଙ୍କୁ ସୁରକ୍ଷାବାହିନୀ ଘେରି ରଖିଛନ୍ତି । ଜମ୍ମୁକାଶ୍ମର ପୋଲିସ, ଭାରତୀୟ ସେବା ଏବଂ ସିଆରପିଏଫର ମିଳିତ ଟିମ୍ ଦ୍ୱାରା ଏହି ଅପରେସନ ଚାଲିଛି । ସୁରକ୍ଷାବାହିନୀ ଜିଲ୍ଲାର ରାନନଗରର ଜୋଫର ଅଞ୍ଚଳରେ ସର୍ଚ୍ଚ ଅପରେସନ କରିବା ବେଳେ ଆତଙ୍କୀମାନେ ପ୍ରଥମେ ଗୁଳି ଚଳାଇବା ଆରମ୍ଭ କରିଥିଲେ । ଏହି ସମୟରେ ପାଲଟା ଜବାବରେ ସୁରକ୍ଷାବାହିନୀ ମଧ୍ୟ ଗୁଳି ଚଳାଇଛି ।
ପୋଲିସର କହିବା ମୁତାବିକ ଦୁଇ ପଟରୁ ଗୁଳିବିନିମୟ ଜାରୀ ରହିଛି । ମାର୍ଚ୍ଚ ୨୪ରେ କାଠୁଆ ଜିଲ୍ଲାର ସନୟାଲ ଅଞ୍ଚଳରେ ଆତଙ୍କୀଙ୍କ ବିରୋଦ୍ଧରେ ଏକ ବଡ଼ ଅପରେସନ ଆରମ୍ଭ କରାଯାଇଥିଲା । ଏହାପରେ ୩ ଏନକାଉଣ୍ଟର ହୋଇଥିଲା । ତେବେ ଗତ ୧୭ ଦିନ ହେବ ସୁରକ୍ଷାବାହୀନି ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ଯାଉଥିବା ଆତଙ୍କୀଙ୍କ ଉପରେ କଡ଼ା ନଜର ରଖିଛି ।
କୁପୱାରାରେ ସୁରକ୍ଷା ବାହିନୀଙ୍କ ବଡ ସଫଳତା
ଅନ୍ୟପକ୍ଷରେ ସୁରକ୍ଷା ବାହିନୀ ରବିବାର କାଶ୍ମୀର ଅଞ୍ଚଳରେ ଆତଙ୍କବାଦ ବିରୋଧରେ ଏକ ବଡ଼ ସଫଳତା ହାସଲ କରିଛନ୍ତି। କୁପୱାରା ଜିଲ୍ଲାରେ ପୋଲିସ ଏବଂ ସେନା ପକ୍ଷରୁ ସର୍ଚ୍ଚ ଅପରେସନ କରାଯାଇଥିଲା । ତେବେ ଅପରେସନ ବେଳେ ଅସ୍ତ୍ରଶସ୍ତ୍ର, ଗୁଳିଗୋଳା ଏବଂ ବହୁ ପରିମାଣର ପାକିସ୍ତାନ ନିର୍ମିତ ଔଷଧ ଜବତ କରାଯାଇଥିଲା ।
ସେହିପରି ଜମ୍ମୁକାଶ୍ମୀରର କଣ୍ଡି ବନ୍ୟ ଅଞ୍ଚଳରେ ପୋଲିସ ଓ ସେନାର ମିଳିତ ଅପରେସନ ବେଳେ ଗୋଟିଏ ବନ୍ଧୁକ, ୭ଟି ହ୍ୟାଣ୍ଡ ଗ୍ରେନେଡ଼, ଚାଇନିଜ ନିର୍ମିତ ବାଇନାକୁଲାର,୨ଟି ସୋଲାର ମୋବାଇଲ ଚାର୍ଜର, ପାକିସ୍ତାନ ନିର୍ମିତ ଔଷଧ ଜବତ ହୋଇଥିଲା । ଏଥିସହ ଗତ ସପ୍ତାହରେ ଜାମ୍ମୁର ଆରଏସପୁରାରେ ଅର୍ନ୍ତରାଷ୍ଟ୍ରୀୟ ସୀମାରେ ଏକ ବଡ଼ ଧରଣର ଆତଙ୍କବାଦୀ ଷଡଯନ୍ତ୍ରକୁ ପଣ୍ଡ କରିଥିଲା । ଅନୁପ୍ରବେଶ ଉଦ୍ୟମକୁ ବିଫଳ କରିବା ସହ ଜଣେ ଅନୁପ୍ରବେଶକାରୀଙ୍କୁ ଏନକାଉଣ୍ଟର କରାଯାଇଥିଲା ।