ଦରଭଙ୍ଗା : ବିହାର ଗସ୍ତରେ ଥିବା ଲୋକସଭାର ବିରୋଧୀ ଦଳ ନେତା ଏବଂ କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀଙ୍କ ବିରୋଧରେ ଦୁଇଟି ମାମଲା ରୁଜୁ ହୋଇଛି। ଗୋଟିଏ ଅଭିଯୋଗ ହେଉଛି ଆମ୍ବେଦକର କଲ୍ୟାଣ ଛାତ୍ରାବାସ ପରିସରରେ ଅନୁମତି ବିନା ବଳପୂର୍ବକ ଏକ କାର୍ଯ୍ୟକ୍ରମ ଆୟୋଜନ କରିବା ଏବଂ ଅନ୍ୟଟି ବିଏନଏସ ଅଧୀନରେ ଧାରା ୧୬୩ ବଳବତ୍ତର ଥିବା ସତ୍ତ୍ୱେ ନିର୍ଦ୍ଧାରିତ କାର୍ଯ୍ୟକ୍ରମରେ ଯୋଗ ନ ଦେଇ ଆମ୍ବେଦକର ହଷ୍ଟେଲକୁ ଭିଡ଼ କରିବା ପାଇଁ ରୁଜୁ କରାଯାଇଛି। ରାହୁଲ ଗାନ୍ଧୀଙ୍କ ସମେତ ୨୦ ଜଣ ଜଣାଶୁଣା ନାତାଙ୍କ ନାମ ଏବଂ ୧୦୦ ଜଣ ଅଜ୍ଞାତ ବ୍ୟକ୍ତିଙ୍କ ବିରୁଦ୍ଧରେ ଏହି ମାମଲା ରୁଜୁ କରାଯାଇଛି।
ରାହୁଲ ଦରଭଙ୍ଗାରେ ଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତି ସମୁଦାୟର ଛାତ୍ରଛାତ୍ରୀଙ୍କୁ ଭେଟିଥିଲେ । ଏହି ସାକ୍ଷାତକାର ଆମ୍ବେଦକର ହଷ୍ଟେଲ ପରିସରରେ ହୋଇଥିଲା । ଯାହକୁ ପ୍ରସାଶନ ପକ୍ଷରୁ ଅନୁମତି ଦିଆଯାଇନଥିଲା । ତେବେ ଦାବି କରାଯାଇଛି ଯେ ହଷ୍ଟେଲରେ କୌଣସି ପ୍ରକାର ରାଜନୀତିକ କାର୍ଯ୍ୟକ୍ରମ ପାଇଁ ଅନୁମତି ନଥିଲା । ତା ସତ୍ବେ ମଧ୍ୟ ରାହୁଲ ସେଠାରେ କାର୍ଯ୍ୟକ୍ରମ ଆୟୋଜିତ କରିଥିଲେ । ରାହୁଲ ବିଏନଏସର ଧାରା ୧୬୩ ଉଲଂଘନ କରିଥିବାର ଆରୋପ ରହିଛି । ଯାହା ଫଳରେ ଲେହେରିଆୟସରାୟ ପୋଲିସ ୨ଟି ମାମଲା ରୁଜ୍ଜୁ କରିଥିବା ବେଳେ ଦୁଇଟି ଯାକ ମାମଲାରେ ରାହୁଲ ଦୋଷୀ ବୋଲି ଦର୍ଶାଯାଇଛି ।
ତେବେ "ମୋ ନାଁରେ ୩୦ ରୁ ୩୨ ଟି ମାଲଲା ରହିଛି ଏସବୁ ମୋ ପାଇଁ ମେଡାଲ ସଦୃଶ । ମୁଁ ଦରଭଙ୍ଗାର ଛାତ୍ରାବାସ ଯାଇ ସେଠାରେ ପିଲାମାନଙ୍କୁ ବିଶ୍ବବିଦ୍ୟାଳୟରେ ସଂରକ୍ଷଣ ପାଇଁ ଯାହା ନିୟମ ରହିଛି ତାକୁ ଲାଗୁ କରାଯାଉ ଏବଂ ୫୦ ପ୍ରତିଶତ ସୀମାକୁ ହଟାଯାଉ ବୋଲି ମାମଲା ପରେ ରାହୁଲ ଗାନ୍ଧୀ ପ୍ରତିକ୍ରିୟା ରଖିଛନ୍ତି ।