ନୂଆଦିଲ୍ଲୀ: ଦୁନିଆର ସର୍ବୋଚ୍ଚ ଗିରିଶୃଙ୍ଗ ମାଉଣ୍ଟ ଏଭରେଷ୍ଟରେ ବର୍ତ୍ତମାନ ପର୍ବତାରୋହଣ ସିଜିନ ଆରମ୍ଭ ହୋଇ ଯାଇଛି । ତେବେ ଏହା ମଧ୍ୟରେ ଆସିଛି ଦୁଃଖଦ ଖବର । ଏଭରେଷ୍ଟରେ ଦୁଇ ଜଣ ପର୍ବତାରୋହୀଙ୍କ ମୃତ୍ୟୁ ଘଟୀଛି । ଜଣେ ମୃତକ ଭାରତର ହୋଇଥିବା ବେଳେ ଅନ୍ୟ ମୃତକ ଫିଲିପାଇନ୍ସର । ଶୁକ୍ରବାର ନେପାଳର ପର୍ବତାରୋହଣ ଅଧିକାରୀ ଏହି ସୂଚନା ଦେଇଛନ୍ତି ।
୪୫ ବର୍ଷୀୟ ଭାରତୀୟ ପର୍ବତାରୋହୀ ହେଉଛନ୍ତି ସୁବ୍ରତ ଘୋଷ । ସେ ୮,୮୪୯ ମିଟର ଉଚ୍ଚ ଶିଖରର ସଫଳତାପୂର୍ବକ ଚଢିଥିଲେ । ମାତ୍ର ଗୁରୁବାର ହିଲେରୀ ଷ୍ଟେପର ତଳକୁ ଓହ୍ଲାଇବା ସମୟରେ ତାଙ୍କର ମୃତ୍ୟୁ ଘଟିଛି । ନେପାଳର ସ୍ନୋଇ ହୋରାଇଜନ ଟ୍ରେକ୍ସ ଆଣ୍ଡ ଏକ୍ସପେଣ୍ଡିଶନ କମ୍ପାନିର ଆୟୋଜକ ବୋଧରାଜ ଭଣ୍ଡାରୀ କହିଛନ୍ତି, ସୁବ୍ରତ ହିଲେରୀ ଷ୍ଟେପରୁ ତଳକୁ ଓହ୍ଲାଇବାକୁ ପ୍ରସ୍ତୁତ ଥିଲେ । ଆଉ ତାଙ୍କର ମୃତ୍ୟୁ ଘଟିଛି । ତାଙ୍କ ମୃତଦେହକୁ ବେସ କ୍ୟାମ୍ପ ପର୍ଯ୍ୟନ୍ତ ଆଣିବା ପାଇଁ ପ୍ରୟାସ କରାଯାଉଛି । ମୃତ୍ୟୁର କାରଣ ପୋଷ୍ଟମର୍ଟମ ପରେ ହିଁ ସ୍ପଷ୍ଟ ହେବ ।
ଔିଲେରୀ ଷ୍ଟେପକୁ ଡେଥ ଜୋନ ମଧ୍ୟ କୁହାଯାଏ । ଏହା ୮୦୦୦ ମିଟର ଉଚ୍ଚରେ ରହିଛି । ଏଠାରେ ଅକ୍ସିଜେନ ସ୍ତର ମଣିଷ ଜୀବିତ ରହିବା ପାଇଁ ପର୍ଯ୍ୟାପ୍ତ ନ ଥାଏ । ଅନ୍ୟପଟେ ଫିଲିପାଇନ୍ସର ୪୫ ବର୍ଷୀୟ ପର୍ବତାରୋହୀ ଫିଲିପ ସାଣ୍ଟିଆଗୋ । ତାଙ୍କର ମୃତ୍ୟୁର ବୁଧବାର ବିଳମ୍ବିତ ରାତ୍ରିରେ ଦକ୍ଷିଣ କୋଲରେ ହୋଇଛି । ନେପାଳ ପର୍ଯ୍ୟଟନ ବିଭାଗର ଅଧିକାରୀ ହିମାଲ ଗୌତମ କହିଛନ୍ତି, ଉଭୟ ଉଚ୍ଚ ଶିବିର ପର୍ଯ୍ୟନ୍ତ ପହଞ୍ଚିଥିଲେ, ମାତ୍ର ଅତ୍ୟଧିକ ଥକ୍କାପଣ ଯୋଗୁଁ ଯେତେବେଳେ ସେମାନେ କ୍ୟାମ୍ପରେ ବିଶ୍ରାମ କରୁଥିଲେ, ସେହି ସମୟରେ ହିଁ ଉଭୟଙ୍କର ମୃତ୍ୟୁ ଘଟିଛି ।
ଉଭୟ ପର୍ବତାରୋହୀ ଗୋଟିଏ ଅନ୍ତର୍ଜାତୀୟ ଅଭିଯାନ ଦଳର ସଦସ୍ୟ ଥିଲେ । ଏହାର ଆୟୋଜନ ବୋଧରାଜ ଭଣ୍ଡାରୀ ଦ୍ୱାରା କରାଯାଇଥିଲା । ନେପାଳ ଚଳିତ ସିଜିନରେ ୪୫୯ ପର୍ବତାରୋହୀଙ୍କ ୁ ଅନୁମତି ଦେଇଛି । ଚଳିତ ସପ୍ତାହରେ ପାଖାପାଖି ୧୦୦ ପର୍ବତାରୋହୀ ଓ ସେମାନଙ୍କର ଗାଇଡ ଶିଖରରେ ପହଞ୍ଚି ସାରିଛନ୍ତି ।