ନୂଆଦିଲ୍ଲୀ: ପହଲଗାମରେ ଆତଙ୍କୀ ହମଲା ପରେ ଭାରତ ଓ ପାକିସ୍ତାନ ମଧ୍ୟରେ ତିକ୍ତତା ଚରମରେ ପହଞ୍ଚିଥିଲା । ଭାରତର ଅପରେସନ ସିନ୍ଦୂର ପରେ ଦୁଇ ଦେଶ ମଧ୍ୟରେ ଯୁଦ୍ଧ ସ୍ଥିତି ଉତ୍ପନ ହୋଇଥିଲା । ଚାରି ଦିନ ଧରି ରକେଟ୍ ଓ ଡ୍ରୋନ ଲଢେଇ ପରେ ଦୁଇ ଦେଶ ମଧ୍ୟରେ ସଂପ୍ରତି ଅସ୍ତ୍ରବିରତି ଜାରି ରହିଛି । ଏବେ ଭାରତ ସରକାର ପାକିସ୍ତାନର ଆତଙ୍କବାଦ ସମର୍ଥକ ମୁଖା ଦୁନିଆରେ ଖୋଲିବା ପାଇଁ ନୂଆ ପଦକ୍ଷେପ ଉଠାଇବାକୁ ଯାଉଛନ୍ତି । ରିପୋର୍ଟ ଅନୁଯାୟୀ, ସରକାର ପାକିସ୍ତାନର ଅସଲ ଚେହେରାର ପର୍ଦ୍ଦାଫାଶ କରିବା ପାଇଁ ବହୁ ଦଳୀୟ ପ୍ରତିନିଧିଙ୍କୁ ବିଦେଶ ପଠାଇବା ପାଇଁ ପ୍ରସ୍ତୁତି କରୁଛନ୍ତି ।
ଦ ହିନ୍ଦୁର ରିପୋର୍ଟ ଅନୁଯାୟୀ, ଭାରତ ସରକାରଙ୍କ ଏହି ପଦକ୍ଷେପର ଉଦ୍ଦେଶ୍ୟ ଅନ୍ତର୍ଜାତୀୟ ସମୁଦାୟ ସାମ୍ନାରେ ପାକିସ୍ତାନରୁ ବାହାରୁଥିବା ଆତଙ୍କବାଦ ଉପରେ ଭାରତର ଆଭିମୁଖ୍ୟ ସ୍ପଷ୍ଟ କରିବା । ସରକାର ଏହି ପ୍ରସଙ୍ଗରେ ସବୁ ଦଳ ସହ ଆଲୋଚନା କରୁଛନ୍ତି । ସରକାରଙ୍କ ଉଦ୍ଦେଶ୍ୟ ଦେଶର ସୀମାପାର ଆତଙ୍କବାଦ ପ୍ରସଙ୍ଗରେ ସମସ୍ତ ପାର୍ଟି ଏକଜୁଟ୍ ରୁହନ୍ତୁ ।
ଭାରତ ସରକାରଙ୍କ ପକ୍ଷରୁ ବିଦେଶ ପଠାଯିବାକୁ ଥିବା ପ୍ରତିନିଧି ଦଳର ମୁଖ୍ୟ ପାଞ୍ଚଟି ଉଦ୍ଦେଶ୍ୟ ଦୁନିଆ ସାମ୍ନାରେ ରଖିବା ।
- ପ୍ରଥମ ଉଦ୍ଦେଶ୍ୟ ପାକିସ୍ତାନ ପକ୍ଷରୁ ଆସୁଥିବା ଆତଙ୍କବାଦୀ ଭାରତୀୟ ନାଗରିକ ଓ ସେନା ଉପରେ ହମଲା କରିବା, ଯେଉଁ କାରଣରୁ ଅପରସନ ସିନ୍ଦୂରର ଆବଶ୍ୟକତା ପଡିଲା ।
- ଦ୍ୱିତୀୟ ଉଦ୍ଦେଶ୍ୟ ଆତଙ୍କବାଦ ବିରୋଧରେ କଣ ପାଇଁ ଅପରେସନ ସିନ୍ଦୂର ପରି ପଦକ୍ଷେପର ଆବଶ୍ୟକତା ପଡିଲା, ତାହା ଦୁନିଆକୁ ଜଣାଇବା ।
- ତୃତୀୟ ଅନ୍ତର୍ଜାତୀୟ ସମୁଦାୟକୁ ଏହା ଅବଗତ କରାଯିବ ରେଯ, ପାକିସ୍ତାନ ଦ୍ୱାରା କୌଣସି ବି ଦୁଃସାହସ କଲେ କିମ୍ବା ଆତଙ୍କବାଦୀ ଗତିବିଧି ଦେଖା ଦେଲେ ଭବିଷ୍ୟତରେ ଅପରେସନ ସିନ୍ଦୂର ପରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।
- ଚତୁର୍ଥ ଉଦ୍ଦେଶ୍ୟ ଦୁନିଆ ସାମ୍ନାରେ ଏହା ସ୍ପଷ୍ଟ କରାଯିବ ଯେ, ଅପରେସନ ସିନ୍ଦୂର ସମୟରେ କେବଳ ଆତଙ୍କୀ କେନ୍ଦ୍ର ଉପରେ ହମଲା କରାଯାଇଥିଲା।
- ଏହାର ପଞ୍ଚମ ଉଦ୍ଦେଶ୍ୟ ଆତଙ୍କବାଦକୁ ପ୍ରୋତ୍ସାହନ ଦେଉଥିବା ପାକିସ୍ତାନର ଭୂମିକାକୁ ପୂରା ଦୁନିଆ ସାମ୍ନାରେ ଆଣିବା ।