ଟେସଲା ସିଇଓ ଏଲୋନ ମସ୍କ ଭାରତ ଗସ୍ତ ଯୋଜନାକୁ ସ୍ଥଗିତ ରଖିଛନ୍ତି। ଆସନ୍ତା ସୋମବାର ପ୍ରଧାନମନ୍ତ୍ରୀ ମୋଦୀଙ୍କ ସହ ମସ୍କ ଭେଟିବାର ଯୋଜନା ଥିଲା। ଏହି ଆଲୋଚନାରେ ମସ୍କ ଏକ ବଡ଼ ଘୋଷଣା କରିଥାନ୍ତେ । ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଭେଟିବା ପରେ ମସ୍କ ଭାରତୀୟ ବଜାରରେ ପ୍ରବେଶ କରିବାକୁ ଅନେକ ଯୋଜନା କରିବାକୁ ଯାଉଥିଲେ । କିନ୍ତୁ ମସ୍କ କାହିଁକି ତାଙ୍କ ଯାତ୍ରାକୁ ସ୍ଥଗିତ ରଖିଛନ୍ତି ତାହା ଏପର୍ଯ୍ୟନ୍ତ ଜଣା ପଡିନାହିଁ। ଟେସଲା ଏବଂ ପିଏମ ମୋଦୀଙ୍କ ଠାରୁ ଏପର୍ଯ୍ୟନ୍ତ କୌଣସି ସୂଚନା ମିଳିପାରିନାହିଁ।
ମସ୍କ ଭାରତ ଆସିପାରିବେ ନାହିଁ ବୋଲି X ରେ ପୋଷ୍ଟ କରିଛନ୍ତି। ସେ କହିଛନ୍ତି ଯେ ଟେସଲାର କିଛି ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ହେତୁ ମୁଁ ଭାରତ ଆସିପାରିବି ନାହିଁ, କିନ୍ତୁ ଚଳିତ ବର୍ଷ ଶେଷରେ ଏହି ଯାତ୍ରାକୁ ଅପେକ୍ଷା କରିଛି। ତେବେ ଦୁଇ ସପ୍ତାହ ପୂର୍ବରୁ, ମସ୍କ ନିଜେ X ରେ ପୋଷ୍ଟ କରି ଭାରତ ଆସିବାର ଯୋଜନା ବିଷୟରେ କହିଥିଲେ। ମସ୍କ ମଧ୍ୟ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଭେଟିବାକୁ ମତ ପ୍ରକାଶ କରିଥିଲେ। ଏହି ବୈଠକ ପରେ ମସ୍କ ମଧ୍ୟ ଭାରତୀୟ ବଜାରରେ ଅନେକ ବଡ଼ ଘୋଷଣା କରିଥାନ୍ତେ।
ଅଧିକ ପଢନ୍ତୁ : ଉତ୍ତରପ୍ରଦେଶରେ ସଡ଼କ ଦୁର୍ଘଟଣା, ୪ ମୃତ