ଭାରତ-ଆମେରିକା ଶୁକ୍ଲ ଆଲୋଚନା ଭିତରେ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ପ୍ରଂଶସା କଲେ ଆମେରିକା ରାଷ୍ଟ୍ରପତି। ହ୍ୱାଇଟ୍ ହାଉସରେ ସାମ୍ବାଦିକ ସମ୍ମିଳନୀ ବେଳେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପ୍ରଧାନମନ୍ତ୍ରୀ ମୋଦୀଙ୍କ ନେତୃତ୍ୱକୁ ପ୍ରଂଶସା କରିବା ସହିତ କହିଛନ୍ତି, ମୋଦୀ ସବୁଠୁ ସ୍ମାର୍ଟ ନେତା ଆଉ ସେ ମୋର ବହୁତ ଭଲ ବନ୍ଧୁ। ଟାରିଫ୍ କୁ ନେଇ ଆମ ଭିତରେ ଭଲ ଆଲୋଚନା ହୋଇଛି।
ଟ୍ରମ୍ପ କହିଛନ୍ତି ଆମେରିକା ଓ ଭାରତ ମଧ୍ୟରେ ଭଲ ସମନ୍ୱୟ ରହିବ, ଏବଂ ମୋଦୀ ଭାରତର ମହାନ୍ ପ୍ରଧାନମନ୍ତ୍ରୀ। ଫେବୃୟାରୀରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଆମେରିକା ଗ୍ରସ୍ତ ପରେ ଟ୍ରମ୍ପ ଏହି ମନ୍ତବ୍ୟ ଦେଇଛନ୍ତି। ଏହା ପ୍ରଥମ ଥର ନୁହେଁ, ଆମେରିକା ରାଷ୍ଟ୍ରପତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ପ୍ରଶଂସା କରିଛନ୍ତି। ସେମାନେ ପୂର୍ବରୁ ମଧ୍ୟ ଏହା କରିଆସୁଛନ୍ତି। ପ୍ରଧାନମନ୍ତ୍ରୀ ମୋଦିଙ୍କ ଆମେରିକା ଗସ୍ତ ସମୟରେ, ସେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଜଣେ ମହାନ ନେତା ଏବଂ ତାଙ୍କଠାରୁ ଭଲ ଆଲୋଚନାକାରୀ ଭାବରେ ମଧ୍ୟ ବର୍ଣ୍ଣନା କରିଥିଲେ।
ତେବେ ନିକଟରେ ଲୋକପ୍ରିୟ ଆମେରିକୀୟ ପୋଡକାଷ୍ଟର ଲେକ୍ସ ଫ୍ରିଡମ୍ୟାନଙ୍କ ସହ କଥାବାର୍ତ୍ତା ସମୟରେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆମେରିକା ରାଷ୍ଟ୍ରପତିଙ୍କୁ ପ୍ରଶଂସା କରିଥିଲେ। ପୋଡକାଷ୍ଟରେ ପ୍ରଧାନମନ୍ତ୍ରୀ ମୋଦି ଟ୍ରମ୍ପଙ୍କୁ ତାଙ୍କର ବନ୍ଧୁ ବୋଲି ବର୍ଣ୍ଣନା କରିଥିଲେ ଏବଂ ତାଙ୍କୁ ଜଣେ ସାହସୀ ବ୍ୟକ୍ତିତ୍ୱ ଭାବରେ ବର୍ଣ୍ଣନା କରିଥିଲେ।
ଅଧିକ ପଢନ୍ତୁ: ମିଆଁମାର ପାଇଁ ଅପରେସନ ବ୍ରହ୍ମା ଜରିଆରେ ଭାରତ ସାଜିଲା ସଙ୍କଟମୋଚନ, ପଠାଇଲା ୧୫ଟନ୍ ରିଲିଫ୍ ସାମ୍ରଗୀ