ମିଆଁମାରରେ ଶକ୍ତିଶାଳୀ ଭୁକମ୍ପ ଧ୍ୱଂସର ଲୀଳା ରଚିଛି। ମିଆଁମାରାକୁ ସହାୟତା ପାଇଁ ଭାରତ ଅପରେସନ ବ୍ରହ୍ମା ଜରିଆରେ ତୁରନ୍ତ ମାନବୀୟ ସହାୟତା ଭାବରେ ୧୫ ଟନ୍ରୁ ଅଧିକ ରିଲିଫ ସାମଗ୍ରୀ ପଠାଇଛି। ବିପର୍ଯ୍ୟସ୍ତ ପରେ ମିଆଁମାରର ଏହି ଘଡ଼ିସନ୍ଧୀ ମୂହୂର୍ତ୍ତରେ ଭାରତ ପୁଣି ଥରେ ପ୍ରମାଣିତ କରିଛି ଯେ, ସେ ହେଉଛି ପ୍ରଥମ ଦେଶ ଯିଏ ବନ୍ଧୁତ୍ୱପୂର୍ଣ୍ଣ ରାଷ୍ଟ୍ରମାନଙ୍କୁ ସାହାର୍ଯ୍ୟ କରିବାକୁ ଆଗେଇ ଆସେ।
ଭାରତୀୟ ବାୟୁସେନା (IAF)ର C-୧୩ ଓ ଜେ ବିମାନ ହିଣ୍ଡନ ବାୟୁସେନା ଷ୍ଟେଶନରୁ ଉଡ଼ାଣ ଭରି ୧୫ ଟନ୍ ରିଲିଫ୍ ସାମଗ୍ରୀ ଧରି ମିଆଁମାରରେ ପହଞ୍ଚିଥିଲା। ଭାରତ ଦ୍ୱାରା ପଠାଯାଇଥିବା ରିଲିଫ୍ ସାମଗ୍ରୀରେ ସବୁକିଛି ଅନ୍ତର୍ଭୁକ୍ତ ଯାହାକି ଏହି ସଙ୍କଟରେ ମିଆଁମାରର ଲୋକଙ୍କ ପାଇଁ ଜରୁରୀ ଅଟେ । ଭୂମିହୀନ ଲୋକଙ୍କୁ ଆଶ୍ରୟ ଏବଂ ଉଷ୍ମତା ଯୋଗାଇବା ପାଇଁ ତମ୍ବୁ ଏବଂ ଶୋଇବା ବ୍ୟାଗ ପଠାଯାଇଛି। ସେଠାରେ ଖାଇବା ପାଇଁ ଖାଦ୍ୟ ମଧ୍ୟ ପଠାଯାଇଛି ଜ୍ଝ ପରିଷ୍କାର ପରିଚ୍ଛନ୍ନତା ପାଇଁ ଜଳ ବିଶୋଧନକାରୀ ଏବଂ ସ୍ୱଚ୍ଛତା କିଟ୍ ପଠାଯାଇଛି, ଯାହା ଏହି ବିପର୍ଯ୍ୟୟ ପରେ ରୋଗକୁ ରୋକିବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଅଟେ । ସେହିପରି ଏହି ରିଲିଫ ପ୍ୟାକେଜରେ ସ୍ବାସ୍ଥ୍ୟ କିଟ୍, ସୌର ଲ୍ୟାମ୍ପ, ଜେନେରେଟର ସେଟ୍ ଏବଂ ପାରାସିଟାମଲ, ଆଣ୍ଟିବାୟୋଟିକ, ସିରିଞ୍ଜ, ଗ୍ଲୋଭସ ଏବଂ ବ୍ୟାଣ୍ଡେଜ ଭଳି ଜରୁରୀ ଔଷଧ ରହିଛି। ପ୍ରାକୃତିକ ବିପର୍ଯ୍ୟୟ ସମୟରେ ଭାରତ ସର୍ବଦା ପଡ଼ୋଶୀ ଦେଶମାନଙ୍କୁ ସାହାଯ୍ୟ କରିବାକୁ ପ୍ରସ୍ତୁତ ରହିଛି ଏବଂ ଏଥର ମଧ୍ୟ ଏହା ନିଜର ଦାୟିତ୍ୱ ନିର୍ବାହ କରିଛି।