ଭୁବନେଶ୍ୱର: ରବିବାର ଟୋଙ୍ଗା ଦ୍ୱୀପରେ ଏକ ଶକ୍ତିଶାଳୀ ଭୂମିକମ୍ପ ଅନୁଭୂତ ହୋଇଯାଇଛି । ମିଆଁମାରରେ ଵିଧ୍ଵଂସକାରୀ ଭୂମିକମ୍ପ ପରେ, ଟୋଙ୍ଗା ଦ୍ବୀପରେ ଏକ ଶକ୍ତିଶାଳୀ ଭୂମିକମ୍ପ ଅନୁଭୂତ ହୋଇଯାଇଛି । ରବିବାର ଦିନ ଏହି ଦ୍ଵୀପରେ ଭୁକମ୍ପର ଏକ ଶକ୍ତିଶାଳୀ ଝଟକା ଅନୁଭୂତ ହୋଇଥିଲା । ଯାହାର ତୀବ୍ରତା ୬.୧ ଥିଲା ଏବଂ ଏହାର କେନ୍ଦ୍ରସ୍ଥଳ ୧୦ କି.ମି ଗଭୀରରେ ଥିଲା ।
ଏହିଦିନ ଟୋଙ୍ଗା ଦ୍ବୀପରେ ଦୁଇ ଥର ଶକ୍ତିଶାଳୀ ଭୂମିକମ୍ପ ଅନୁଭୂତ ହୋଇଥିଲା । ନ୍ୟାସନାଲ ସେଣ୍ଟର ଅଫ ସୀସମୋଲୋଜି ଅନୁଯାୟୀ ପ୍ରଥମେ ୭ ତୀବ୍ରତା ବିଶିଷ୍ଟ ଏକ ବଡ ଭୂମିକମ୍ପ ଅନୁଭୂତ ହୋଇଥିଲା । ଏହାପରେ ପୁନର୍ବାର ୬.୧ ତୀବ୍ରତା ବିଶିଷ୍ଟ ଦ୍ଵିତୀୟ ଭୂମିକମ୍ପ ଝଟକା ଅନୁଭୂତ ହୋଇଥିଲା ।
ଟୋଙ୍ଗା ଦ୍ୱୀପଟି ପ୍ରଶାନ୍ତ ମହାସାଗର ଓ ଅଷ୍ଟ୍ରେଲିଆ ପ୍ଲେଟର ମିଳନ ସ୍ଥଳରେ ଅବସ୍ଥିତ ଅଟେ । ଏହି ପ୍ଲେଟରେ ଗତିଶୀଳତା ଯୋଗୁଁ ଏହି ଅଞ୍ଚଳ ଦୁନିଆର ସବୁଠାରୁ ଭୂମିକମ୍ପ ପ୍ରବଣ ଅଞ୍ଚଳ ଭାବେ ପରିଗଣିତ । ପ୍ରତିବର୍ଷ ଏହି ସ୍ଥାନରେ ପାଖାପଖି ୨୦୦ରୁ ଅଧିକ ଭୂମିକମ୍ପ ଆସିଥାଏ । ଅବଶ୍ୟ ଅନେକ ଭୂମିକମ୍ପ କ୍ଷୁଦ୍ର ହୋଇଥିବା ବେଳେ ୭ ତୀବ୍ରତା ବିଶିଷ୍ଟ ବଡ ଭୂମିକମ୍ପ ପ୍ରତି ୧୦ ବର୍ଷରେ ଥରେ ଅନୁଭୂତ ହୋଇଥାଏ ।