ନୂଆଦିଲ୍ଲୀ: ଉତ୍ତର ପ୍ରଦେଶ ହାଥରସରେ ଏକ ଘରୋଇ ବିଦ୍ୟାଳୟରେ ପଢୁଥିବା ଛାତ୍ରର ସନ୍ଦେହ ଜନକ ମୃତ୍ୟୁ ହୋଇଛି । ଛାତ୍ରଟି ଦ୍ୱିତୀୟ ଶ୍ରେଣୀର ଅଟେ । ଛାତ୍ରର ବାପା କୃଷ୍ଣ କୁଶୱାହା ହତ୍ୟା ଅଭିଯୋଗ ଆଣିଛନ୍ତି । ଏହି ମାମଲାରେ ବିଦ୍ୟାଳୟର ନିର୍ଦ୍ଦେଶକଙ୍କ ସମେତ ୫ ଜଣଙ୍କ ନାଁରେ ମାମଲା ରୁଜୁ ହୋଇଛି ।
ପୁଲିସ ନିକଟରେ ହୋଇଥିବା ଅଭିଯୋଗ ମୁତାବକ, ସୋମବାର କୃଷ୍ଣ କୁଶୱାହାଙ୍କ ନିକଟକୁ ସ୍କୁଲରୁ ଫୋନ ଆସିଥିଲା କି ତାଙ୍କର ପୁଅ ସ୍ୱାସ୍ଥ୍ୟ ଅବସ୍ଥା ଖରାପ ଅଛି । ଯେତେବେଳେ ସେ ସ୍କୁଲରେ ପହଁଚିଥିଲେ ସେଠାରେ ଥିବା କର୍ମାଚାରୀମାନେ କହିଥିଲେ କି ନିର୍ଦ୍ଦେଶକ ଦିନେଶ ୱାଘେଲ ତାଙ୍କ ପୁଅକୁ ନିଜ କାରରେ ମେଡ଼ିକାଲ ନେଇ ଯାଇଛନ୍ତି । ତେବେ ପରେ ସେ ଜାଣିବାକୁ ପାଇଥିଲେ କି ତାଙ୍କ ପୁଅର ମୃତ୍ୟୁ ହୋଇଛି ।
ପୁଲିସ ଅଧିକାରୀ ହିଂମାଶୁ ମାଥୁର କହିଛନ୍ତି ଯେ ପୁଅର ଶବକୁ ତାଙ୍କ ବାପା ନିର୍ଦ୍ଦେଶକଙ୍କ ଗାଡ଼ିରୁ ଜବତ କରିଥିଲେ । ସେ ଅଭିଯୋଗ କରିଛନ୍ତି ଯେ ଛାତ୍ରଟିର ଦେହରେ ଦାଗ ରହିଛି । ସେଥିପାଇଁ ସେ ନିର୍ଦ୍ଦେଶକ ଦିନେଶ ୱାଘେଲଙ୍କ ସମେତ ୫ ଜଣଙ୍କ ନାଁରେ ହତ୍ୟା ଅଭିଯୋଗ ଆଣିଛନ୍ତି । ତାଙ୍କ ପୁଅକୁ ହତ୍ୟା କରାଯାଇଥିବା ସେ ଅଭିଯୋଗ କରିଛନ୍ତି । ଏଭଳି ସନ୍ଦେହଜନକ ମୃତ୍ୟୁ ପରେ ଛାତ୍ରର ସମ୍ପର୍କୀୟମାନେ ବିଦ୍ୟାଳୟ ପରିସରରେ ଖୁବ ହଙ୍ଗାମା କରିଛନ୍ତି । ତେବେ ପୁଲିସ ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇ ଦେଇଥିବାବେଳେ ତଦନ୍ତ ଆରମ୍ଭ କରିଛି ।