ବରଗଡ: ସଂଯୁକ୍ତ କୃଷକ ସଂଗଠନ ପକ୍ଷରୁ ମଙ୍ଗଳବାର ବରଗଡ ଜିଲ୍ଳାପାଳଙ୍କୁ ଏକ ଲିଖିତ ଅଭିଯୋଗ ଦିଆଯାଇଛି। ଦାବି ପୁରଣ ନହେଲେ ଆସନ୍ତା ୧୮ ତାରିଖରେ ରେଲ ରୋକୋ କରାଯିବ ବୋଲି ବରଗଡ ଜିଲ୍ଳାପାଳଙ୍କୁ ଚେତାବନି ଦେଇଛନ୍ତି କୃଷକ ସଂଗଠନ। ଗତ ଖରିଫ ଋତୁ ଡିସେମ୍ବର ମାସ ୬,୭ ଓ ୮ ତାରିଖ ଦିନ ମିଗ ଜୋମ ଜନିତ ବର୍ଷା କାରଣରୁ ପ୍ରଚୁର ପରିମାଣରେ ଧାନ ଫସଲ ନଷ୍ଟ ହୋଇଥିବା ଜିଲ୍ଳାପାଳଙ୍କୁ ଜଣାଇଥିଲେ। ଜିଲ୍ଳାପାଳ ପ୍ରସାସନିକ ଅଧିକାରୀ ମାନେ ଚାଷ ଜମି ବୁଲି ବୁଲି ୪୧ ହଜାର ହେକ୍ଟର ଜମି ୩୩ ଭାଗରୁ ଅଧିକ ଫସଲ ନଷ୍ଟ ହୋଇଥିବା ଜିଲ୍ଳାପାଳଙ୍କୁ ଜଣାଇଥିଲେ। ଜିଲ୍ଳାପାଳ ମଧ୍ୟ ଇନପୁଟ ସବସିଟି ବାବଦକୁ ୫୮ କୋଟି ଟଙ୍କା କ୍ଷତିପୁରଣ ଦାବି ନେଇ ଉପରିସ୍ଥ ଅଧିକାରୀଙ୍କୁ ଜଣାଇଥିଲେ। କିନ୍ତୁ ୪୦୦ ହେକ୍ଟର ଜମିର ୪୫ ଲକ୍ଷ ଟଙ୍କା କ୍ଷୟ କ୍ଷତି ବାବଦକୁ ମିଲିଛି। ଏନେଇ କୃଷକଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି।