ୱାଶିଂଟନ୍: ନିକଟରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଗ୍ରୀନଲ୍ୟାଣ୍ଡକୁ ଆମେରିକାରେ ମିଶାଇ ଦେବାକୁ ଧମକ ଦେବା ପରେ ଅନ୍ତର୍ଜାତୀୟ ସ୍ତରରେ ହଇଚଇ ସୃଷ୍ଟି ହୋଇଥିଲା। ଟ୍ରମ୍ପ ଏହି ପ୍ରସଙ୍ଗରେ ଡେନମାର୍କ ପ୍ରଧାନମନ୍ତ୍ରୀଙ୍କ ସହ ଆଲୋଚନା କରିଥିଲେ ଏବଂ କହିଛନ୍ତି ଯେ ଏହା ଆମେରିକା ପାଇଁ ଗୁରୁତ୍ୱପୂର୍ଣ୍ଣ। ଟେଲିଗ୍ରାଫର ଏକ ରିପୋର୍ଟ ଅନୁଯାୟୀ, ୟୁରୋପୀୟ ସଂଘ (ଇୟୁ)ର ସାମରିକ ମୁଖ୍ୟ ଜେନେରାଲ ରବର୍ଟ ବ୍ରିଗର ମଧ୍ୟ ଗ୍ରୀନଲାଣ୍ଡରେ ୟୁରୋପୀୟ ସୈନ୍ୟ ମୁତୟନ ଉପରେ ଗୁରୁତ୍ୱାରୋପ କରିଛନ୍ତି।
ଏହି ଅଞ୍ଚଳରେ ଗ୍ରୀନଲ୍ୟାଣ୍ଡର ସୁରକ୍ଷା ଏବଂ ନିୟନ୍ତ୍ରଣ ଆମେରିକା ଏବଂ ୟୁରୋପୀୟ ସଂଘ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଗ୍ରୀନଲ୍ୟାଣ୍ଡରେ ପିଟୁଫିକ୍ ସ୍ପେସ୍ ବେସ୍ ରହିଛି, ଯେଉଁଥିରେ ୨୦୦ ଆମେରିକୀୟ ସୈନିକ ମୁତୟନ ଅଛନ୍ତି ଏବଂ କ୍ଷେପଣାସ୍ତ୍ର ଏବଂ ଉପଗ୍ରହ ଉପରେ ନଜର ରଖିଛନ୍ତି। ଜେନେରାଲ ରବର୍ଟ ବ୍ରିଗରଙ୍କ ମତରେ ଗ୍ରୀନଲାଣ୍ଡରେ କେବଳ ଆମେରିକୀୟ ସୈନିକ ନୁହଁନ୍ତି ୟୁରୋପୀୟ ସୈନିକଙ୍କୁ ମଧ୍ୟ ମୁତୟନ କରାଯିବା ଉଚିତ।
ଟ୍ରମ୍ପ ଗ୍ରୀନଲ୍ୟାଣ୍ଡକୁ ଆମେରିକାରେ ସାମିଲ କରିବାକୁ ଇଚ୍ଛା ପ୍ରକାଶ କରିବା ସହ ଡେନମାର୍କ ଉପରେ ମଧ୍ୟ ମନ୍ତବ୍ୟ ଦେଇ କହିଛନ୍ତି, "ଋଷୀୟ ଏବଂ ଚୀନ୍ ଜାହାଜର ଉପସ୍ଥିତି ଏହି ଅଞ୍ଚଳରେ ଉତ୍ତେଜନା ସୃଷ୍ଟି କରିପାରେ ଏବଂ ଗ୍ରୀନଲ୍ୟାଣ୍ଡ ଯୁକ୍ତରାଷ୍ଟ୍ର ଆମେରିକା ସହିତ ରହିବା ଉଚିତ୍।
ଗ୍ରୀନଲ୍ୟାଣ୍ଡର ପ୍ରାକୃତିକ ସମ୍ପଦ ବିଶେଷ କରି ବରଫ ତଳେ ଲୁଚି ରହିଥିବା ଖଣିଜ ସମ୍ପଦ ଉପରେ ରୁଷ୍ ଓ ଚୀନ୍ ନଜର ରଖିଛନ୍ତି। ଗ୍ରିଗର କହିଛନ୍ତି ଯେ ଗ୍ରୀନଲ୍ୟାଣ୍ଡରେ ୟୁରୋପୀୟ ସୈନ୍ୟମୁତୟନ ଚୀନ୍ ଏବଂ ରୁଷିଆକୁ ସ୍ପଷ୍ଟ ବାର୍ତ୍ତା ଦେବ ଯେ ଏହି ଅଞ୍ଚଳ ଉପରେ ଖରାପ ନଜର ପକାନ୍ତୁ ନାହିଁ। ଯଦି ଏଠାରେ ଆମେରିକା ଓ ୟୁରୋପୀୟ ସୈନ୍ୟଙ୍କ ଉପସ୍ଥିତି ଥାଏ, ତେବେ ଏହା ଏହି ଅଞ୍ଚଳର ସୁରକ୍ଷାକୁ ଆହୁରି ସୁଦୃଢ଼ କରିବ।
ଗ୍ରୀନଲାଣ୍ଡ ୟୁରୋପୀୟ ସଂଘର ସଦସ୍ୟ ନୁହଁନ୍ତି, କିନ୍ତୁ ଡେନମାର୍କ ଏହାର ସୁରକ୍ଷା କରେ। ଡେନମାର୍କ ୟୁରୋପୀୟ ସଂଘର ଏକ ସଦସ୍ୟ ରାଷ୍ଟ୍ର ଏବଂ ଗ୍ରୀନଲ୍ୟାଣ୍ଡର ସୁରକ୍ଷା ପାଇଁ ଦାୟୀ। ତେବେ ଟ୍ରମ୍ପଙ୍କ ଧମକ ଏବଂ ୟୁରୋପୀୟ ସଂଘର ପ୍ରତିକ୍ରିୟା ଏହି ଅଞ୍ଚଳରେ ଅନ୍ତର୍ଜାତୀୟ ନିରାପତ୍ତା ପାଇଁ ଚିନ୍ତାକୁ ଆହୁରି ବଢ଼ାଇ ଦେଇଛି।
ଗ୍ରୀନଲ୍ୟାଣ୍ଡ ପ୍ରସଙ୍ଗରେ କେବଳ ଡେନମାର୍କ ନୁହେଁ ଫ୍ରାନ୍ସ ମଧ୍ୟ କହିଛି ଯେ ଗ୍ରୀନଲ୍ୟାଣ୍ଡ ଉପରେ ଆକ୍ରମଣ କରିବାକୁ କୌଣସି ଦେଶକୁ ଅନୁମତି ଦିଆଯିବ ନାହିଁ। ଡୋନାଲ୍ଡ ଟ୍ରମ୍ପ ଗ୍ରୀନଲ୍ୟାଣ୍ଡଦଖଲ ପାଇଁ ସାମରିକ ବଳ ପ୍ରୟୋଗ କରିବା କଥା କହିବା ପରେ ତାଙ୍କ ତରଫରୁ ଏହି ବୟାନ ଆସିଥିଲା। ଫ୍ରାନ୍ସବୈଦେଶିକ ମନ୍ତ୍ରୀ ଜିନ୍ ନୋଏଲ ବାରୋଟ କହିଛନ୍ତି ଯେ ୟୁରୋପୀୟ ସଂଘ ବିଶ୍ୱର ଅନ୍ୟ ଦେଶମାନଙ୍କୁ ଏହାର ସାର୍ବଭୌମ ସୀମା ଉପରେ ଆକ୍ରମଣ କରିବାକୁ ଅନୁମତି ଦେବ ନାହିଁ।