ପ୍ରୟାଗରାଜ: ଦୀର୍ଘ ୧୨ ବର୍ଷ ତଳର ସଙ୍ଗମ ସହର ପ୍ରୟାଗରାଜରେ ଆୟୋଜିତ ମହାକୁମ୍ଭରେ ପୁଣି ଥରେ ହଇଚଇ ଖବର ସାମ୍ନାକୁ ଆସିଛି। ପ୍ରୟାଗରାଜ ମହାକୁମ୍ଭରେ ହୋଇଥିବା ଦଳାଚକଟାରେ ଅନେକ ଲୋକ ଆହତ ହୋଇଥିବା ସୂଚନା ମିଳିଛି। ପ୍ରତ୍ୟକ୍ଷଦର୍ଶୀଙ୍କ କହିବା ଅନୁଯାୟୀ, ଗାଧୋଇବା ଘାଟିରେ ଏହି ଦୁର୍ଘଟଣା ଘଟିଛି। ବୁଧବାର ରାତି ୧ଟାରେ ଏହି ଘଟଣା ଘଟିଛି। ଲୋକମାନେ ପରସ୍ପର ଉପରକୁ ଚଢ଼ି ଯାଉଥିଲେ। ଏହା ପୂର୍ବରୁ ୨୦୧୩ରେ ମହାକୁମ୍ଭ ସମୟରେ ପ୍ରୟାଗରାଜ ଜଙ୍କସନ (ତତ୍କାଳୀନ ଆହ୍ଲାବାଦ ଜଙ୍କସନ)ରେ ଭିଡ଼ ଜମିଥିଲା। ଏଥିରେ ଅନେକ ଲୋକ ପ୍ରାଣ ହରାଇଥିଲେ। ସେହିପରି ଅନେକ ଲୋକ ଆହତ ହୋଇଥିଲେ। ବଡ଼ କଥା ହେଲା, ସେତେବେଳେ ମଧ୍ୟ ଏହା ଥିଲା ମୌନି ଅମାବାସ୍ୟା ପର୍ବ।
ମିଳିଥିବା ସୂଚନା ଅନୁଯାୟୀ, ୨୦୧୩ମସିହାରେ ଆହ୍ଲାବାଦ ରେଳ ଷ୍ଟେସନରେ ମଧ୍ୟ ଏଭଳି ଦଳାଚକଟା ହୋଇଥିଲା, ଯେଉଁଥିରେ ୩୬ ଜଣଙ୍କ ମୃତ୍ୟୁ ହୋଇଥିଲା। ଫେବ୍ରୁଆରି ୧୦ ତାରିଖରେ ମହାକୁମ୍ଭ ମେଳା ସମୟରେ ମୌନି ଅମାବାସ୍ୟା ସ୍ନାନ ହେଉଥିବା ବେଳେ ରେଳ ଷ୍ଟେସନରେ ହଇଚଇ ସୃଷ୍ଟି ହୋଇଥିଲା। ଲୋକେ ଗାଧୋଇବା ପରେ ନିଜ ଘରକୁ ଯିବା ପାଇଁ ରେଳ ଷ୍ଟେସନ ଓ ବସ ଷ୍ଟେସନରେ ପହଞ୍ଚୁଥିଲେ। ପ୍ରୟାଗରାଜ ଜଙ୍କସନରେ ଥିବା ଆହ୍ଲାବାଦ ରେଳ ଷ୍ଟେସନରେ ବହୁ ସଂଖ୍ୟକ ଯାତ୍ରୀ ପହଞ୍ଚିଥିଲେ। ସମସ୍ତ ରେଳ ପ୍ଲାଟଫର୍ମ ଯାତ୍ରୀଙ୍କ ଦ୍ୱାରା ଭର୍ତ୍ତି ହୋଇଯାଇଥିଲା। ସମସ୍ତ ଫୁଟ୍ ଓଭରବ୍ରିଜ୍ରେ ଯାତ୍ରୀଙ୍କ ଭିଡ଼ ଥିଲା, ସନ୍ଧ୍ୟା ସାତଟା ବେଳକୁ ପ୍ଲାଟଫର୍ମ-୬କୁ ଯାଉଥିବା ଫୁଟ୍ ଓଭରବ୍ରିଜ୍ର ପାହାଚରେ ହଠାତ୍ ଭିଡ଼ ଜମିଥିଲା। ଧସ୍ତାଧସ୍ତି ସମୟରେ ଅନେକ ଲୋକ ଓଭରବ୍ରିଜ୍ରୁ ତଳକୁ ଖସି ପଡ଼ିଥିଲେ ଏବଂ ଅନେକଙ୍କୁ ଭିଡ଼ କବଳିତ କରିଥିଲା।
ସୂଚନାଯୋଗ୍ୟ, ୨୦୧୩ ମହାକୁମ୍ଭ ସମୟରେ ଏହି ଦୁର୍ଘଟଣା ଘଟିଥିବା ନେଇ ଘୋଷଣା କରାଯାଇଥିଲା। ସଙ୍ଗମରୁ ଘରକୁ ଫେରୁଥିଲେ ଶ୍ରଦ୍ଧାଳୁ। ସେମାନେ ସମସ୍ତେ ନିଜ ଘରକୁ ଯିବା ପାଇଁ ପ୍ରୟାଗରାଜ ରେଳ ଷ୍ଟେସନରେ ପହଞ୍ଚିଥିଲେ ଏବଂ ଟ୍ରେନ୍କୁ ଅପେକ୍ଷା କରିଥିଲେ। ଏହାପରେ ହଠାତ୍ ଟ୍ରେନ୍ଟି ଅନ୍ୟ ପ୍ଲାଟଫର୍ମରେ ଛିଡ଼ା ହୋଇଛି ବୋଲି ଘୋଷଣା ହୋଇଥିଲା।
ରେଳବାଇର ଏହି ଘୋଷଣା ପରେ ଷ୍ଟେସନରେ ଉପସ୍ଥିତ ଯାତ୍ରୀଙ୍କ ମଧ୍ୟରେ ଆତଙ୍କିତ ପରିସ୍ଥିତି ସୃଷ୍ଟି ହୋଇଥିଲା, ବହୁ ସଂଖ୍ୟକ ଲୋକ ଟ୍ରେନଧରିବା ପାଇଁ ଅନ୍ୟ ପ୍ଲାଟଫର୍ମ ଆଡକୁ ଯିବା ଆରମ୍ଭ କରିଥିଲେ। ଲୋକମାନେ ଫୁଟ୍ ଓଭରବ୍ରିଜ୍ ଦେଇ ପ୍ଲାଟଫର୍ମ ଆଡ଼କୁ ଯାଉଥିଲେ। ଏଭଳି ସ୍ଥିତିରେ ପୋଲ ଉପରେ ଭାର ଏତେ ବଢିଯାଇଥିଲା ଯେ ପୋଲଟି ତଳକୁ ଖସି ପଡିଥିଲା । ଏହି ଦୁଃଖଦ ଘଟଣାରେ ୩୬ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୫୦ ଜଣ ଗୁରୁତର ଆହତ ହୋଇ ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ। ଏହି ଯାତ୍ରୀମାନେ ମଧ୍ୟପ୍ରଦେଶ, ରାଜସ୍ଥାନ, ଛତିଶଗଡ଼, ଉତ୍ତରପ୍ରଦେଶ, ମହାରାଷ୍ଟ୍ର, ଦିଲ୍ଲୀ, ବିହାର, ଗୁଜରାଟ ଆଦି ଦେଶର ବୋଲି ଜଣାପଡ଼ିଥିଲା। ସେହି ଦୁର୍ଘଟଣାରୁ ଶିକ୍ଷା ନେଇ ରେଳବାଇ ଭିଡ଼ ନିୟନ୍ତ୍ରଣ ଉପରେ ଯଥେଷ୍ଟ ଧ୍ୟାନ ଦେଇଥିଲା।