ସମ୍ବଲପୁର: ପୃଥିବୀ ଅନ୍ୟତମ ପ୍ରସିଦ୍ଧ ମାଟିବନ୍ଧ ଭାବରେ ପରିଚିତ ହୀରାକୁଦ ଜଳଭଣ୍ତାରରେ ଚଳିତ ବର୍ଷର ବିଦେଶ ପକ୍ଷୀଗଣନା କାର୍ଯ୍ୟ ଶନିବାର ଆରମ୍ଭ ହୋଇଛି। ହୀରାକୁଦ ବନ୍ୟପ୍ରାଣୀ ଡିଭିଜନ ପକ୍ଷରୁ ସମ୍ବଲପୁର, ଝାରସୁଗୁଡା, ବରଗଡ଼ ଓ ଛତିଶଗଡ ସଂଲଗ୍ନ ଜଳଭଣ୍ତାରରେ ଏହି ପକ୍ଷୀ ଗଣନା କାର୍ଯ୍ୟ କରାଯାଉଛି l
ହୀରାକୁଦ ଡ୍ୟାମ ଠାରୁ ଆରମ୍ଭ କରି ଛତିଶଗଡ ସୀମାନ୍ତ ପର୍ଯ୍ୟନ୍ତ ପ୍ରାୟ ୫୫୦ ବର୍ଗ କିଲୋମିଟର ରେ ପକ୍ଷୀ ଗଣନା ହେଉଛି l ଏଥିପାଇଁ ମୋଟ ୨୧ ଟି ସେକ୍ଟର ଗଠନ କରାଯାଇଛି l ଏହି ପକ୍ଷୀ ଗଣନା ପାଇଁ ୭୦ ଜଣ ବନ ଅଧିକାରୀ ଓ ପକ୍ଷୀ ବିଶେଷଜ୍ଞ ଓ ଗଣନାକାରୀ ମାନେ ସାମିଲ ହୋଇଛନ୍ତି l ୯ ଟି ଭିନ୍ନ ଭିନ୍ନ ସ୍ଥାନରୁ ଅଂଶଗ୍ରହଣ କାରୀ ଦଳ ଆଜି ଭୋରସକାଳ ୬ ଟାରୁ ଜମାଦାରପାଲି ବାହାରିଛନ୍ତି l ସକାଳ ୬ ଟାରୁ ସଂଦ୍ଧ୍ୟା ୫ ଟା ପର୍ଯ୍ୟନ୍ତ ଏହି ଗଣନା ଚାଳିବ l ଟିମ ଗୁଡିକୁ ବାଇନାକୁଲାର, ଲାଇଫ ଜାକେଟ ଓ ଜିପିଆରଏସ ଆଦି ଉପକରଣ ଯୋଗାଇ ଦିଆଯାଇଛି l ୩୨ ଟି ଡଙ୍ଗା ସାହାଯ୍ୟରେ ଏହି ୭୦ ଟି ଦଳ ପକ୍ଷୀ ଗଣନା କରିବେ l ପକ୍ଷୀ ମାନଙ୍କ ଉପରେ ଅଭିଜ୍ଞ ଥିବା ମତ୍ସ୍ୟଜିବି ମଧ୍ୟ ଏହି ଗଣନାରେ ସାମିଲ ହୋଇଛନ୍ତି l ଗତବର୍ଷ ୧୧୩ ପ୍ରଜାତିର ୩ ଲକ୍ଷ ୪୨ ହଜ଼ାର ୩୪୩ ବିଦେଶୀ ପକ୍ଷୀ ଆସିଥିବା ନେଇ ହୀରାକୁଦ ବନ୍ୟପ୍ରାଣୀ ଡିଭିଜନର ଡିଏଫଓ ସୂଚନା ଦେଇଛନ୍ତି l