ଡେରାଡୁନ୍: ଉତ୍ତରାଖଣ୍ଡର ଡେରାଡୁନରେ ଏକ ଭୟଙ୍କର ସଡ଼କ ଦୁର୍ଘଟଣାରେ ୬ ଜଣ ଯୁବକ-ଯୁବତୀଙ୍କ ଦୁଃଖଦ ମୃତ୍ୟୁ ଘଟିଛି। ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ କାର୍ଟି ସଂପୂର୍ଣ୍ଣ ରୂପେ ଭାଙ୍ଗି ଚୁରମାର ହୋଇଯାଇଛି। ଏହି ଦୁର୍ଘଟଣାରେ ଜଣେ ବ୍ୟକ୍ତି ଆହତ ହୋଇଛନ୍ତି। ପୁଲିସ କଣ୍ଟେନରକୁ ଜବତ କରିଛି। ଏହି ମାମଲାରେ ପରବର୍ତ୍ତୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି।
ବିଳମ୍ବିତ ରାତିରେ କ୍ୟାଣ୍ଟ ଅଞ୍ଚଳର ଓଏନଜିସି ଛକ ନିକଟରେ ଏହି ଦୁର୍ଘଟଣା ଘଟିଛି। ଇନୋଭା କାର୍ ପ୍ରଥମେ କଣ୍ଟେନର୍ ଏବଂ ପରେ ଗଛ ସହ ଧକ୍କା ହୋଇଥିଲା। ପୁଲିସ ସୂଚନା ଅନୁଯାୟୀ, କାର୍ଟି କିଶନନଗର ଛକର ଥିଲା। ଓଏନ୍ ଜିସି ଛକରେ ଦ୍ରୁତଗତିରେ ଆସୁଥିବା ଏକ କାର୍ କଣ୍ଟେନରକୁ ଧକ୍କା ଦେଇଥିଲା। କାର୍ର ଧକ୍କା ଏତେ ଜୋରରେ ହୋଇଥିଲା ଯେ ଏହାର ବୋନେଟ୍ କଣ୍ଟେନର ପଛରେ ଅଟକି ଯାଇଥିଲା। ଏହାପରେ କାରଟି ଭୁଲ ଦିଗରେ ପ୍ରାୟ ୧୦୦ ମିଟର ଦୂରରେ ଥିବା ଏକ ଗଛରେ ପିଟି ହୋଇଯାଇଥିଲା।
ଦୁର୍ଘଟଣାରେ କାର୍ଟି ଉଡ଼ି ଯାଇଥିଲା। ଏହି ଦୁର୍ଘଟଣାରେ ୬ ଜଣଙ୍କମୃତ୍ୟୁ ଘଟିଛି। ଏହି ଦୁର୍ଘଟଣାରେ ଯୁବକ-ଯୁବତୀଙ୍କର ଶରୀରର ଖଣ୍ଡ ବିଖଣ୍ଡିତ ହୋଇ ପଡ଼ିଛି। ମୃତକମାନେ ହେଲେ ଗୁନୀତ (୧୯), କୁନାଲ (୨୩), ନବ୍ୟା ଗୋଏଲ (୨୩), ଅତୁଲ ଅଗ୍ରୱାଲ (୨୪), କାମାକ୍ଷା (୨୦) ଓ ରିଷଭ ଜୈନ। ଏମାନେ ସମସ୍ତେ ରାଜପୁର ରୋଡ୍ ଅଞ୍ଚଳର। ୨୫ ବର୍ଷୀୟ ସିଦ୍ଧେଶ ଅଗ୍ରୱାଲ ଗୁରୁତର ଆହତ ହୋଇଛନ୍ତି।
ଅଧିକ ପଢ଼ନ୍ତୁ: ବିକ୍ଷୋଭ କରିପାରନ୍ତି ଖାଲିସ୍ତାନୀ ସମର୍ଥକ