ସବୁ ପ୍ରତୀକ୍ଷାର ଅନ୍ତ ଘଟିଲା । ଇତିହାସ ରଚିଲେ ଭାରତୀୟ ମହାକାଶଚାରୀ ଶୁଭାଂଶୁ ଶୁକ୍ଲା । ମହାକାଶରୁ ସୁରକ୍ଷିତ ଭାବେ ଫେରି ଆସିଲେ ଶୁଭ୍ରାଂଶୁ । ଶୁଭାଂଶୁଙ୍କ ସମତେ ଅନ୍ୟ ୪ ମହାକାଶଚାରୀ ପୃଥୀବୀ ପୃଷ୍ଠକୁ ସୁରକ୍ଷିତ ଫେରିଛନ୍ତି । ୧୫ ଜୁଲାଇ (ମଙ୍ଗଳବାର) ଅପରାହ୍ନ ୩ଟାରେ ଭାରତ ପାଇଁ ଏହା ଏକ ଐତିହାସିକ ରେକର୍ଡ ହୋଇଛି ।ଇଣ୍ଟରନ୍ୟାସନାଲ ସ୍ପେଶ୍ ଷ୍ଟେସନରେ ୧୮ ଦିନ ବିତାଇବା ପରେ, ଗତକାଲି ସେଠାରୁ ପୃଥିବୀ ଅଭିମୁଖେ ବାହାରିଥିଲେ ଆକ୍ସିଅମ୍-୪ର ୪ ଜଣ ମହାକାଶଚାରୀ। ପ୍ରାୟ ୧୨୦ କିଲୋମିଟର ଉପରୁ ଘଣ୍ଟାପ୍ରତି ୨୭ ହଜାର କିଲୋମିଟର ବେଗରେ ଖସିଥିଲା। ବାୟୁମଣ୍ଡଳ ସହ ଘର୍ଷଣର ତୀବ୍ରତା ଏତେ ଅଧିକ ରହିଥିଲା ଯେ, ମହାକାଶଯାନଟି ୧୨ରୁ ୧୫ ମିନିଟ୍ ପାଇଁ ଅଗ୍ନିପିଣ୍ଡୁଳା ପାଲଟିଯାଇଥିଲା। ଅପରାହ୍ନ ୩ଟାରେ କାଲିଫର୍ଣ୍ଣିଆ ତଟବର୍ତ୍ତୀ ପ୍ରଶାନ୍ତ ମହାସାଗରରେ ତାଙ୍କ ଯାନ ସଫଳତାର ସହ ଅବତରଣ କରିଛି। ସେଠାରେ ପୂର୍ବରୁ ମହଜୁଦ ଥିବା ରେସ୍କ୍ୟୁ ଜାହାଜ ଓ ଉଦ୍ଧାରକାରୀ ଦଳ ୪ ମହାକାଶଚାରୀଙ୍କୁ ଉଦ୍ଧାର କରିବା ପରେ, ସେମାନଙ୍କୁ ନାସା ବେସ୍ କୁ ନିଆଯିବ। ଏହାପରେ ସେମାନଙ୍କୁ ୭ ଦିନ ରିହାବିଲିଟେସନ୍ ପିରିୟଡରେ ରଖାଯିବ। ନାସାରୁ କ୍ଲିଅରାନ୍ସ ପାଇଲେ ଭାରତ ଫେରିବେ ଦେଶର ଦ୍ବିତୀୟ ମହାକାଶଚାରୀ ଶୁଭାଂଶୁ ଶୁକ୍ଳା।
ଅବତରଣ ବେଳର ଦୃଶ୍ୟକୁ ଟେଲିଭିଜନ ପୀଦାରେ ଦେଖି ଭାବବିହ୍ୱଳ ହୋଇଛନ୍ତି ପରିବାର । ଶୁଭାଂଶୁ ଶୁକ୍ଲାଙ୍କ ପ୍ରତ୍ୟାବର୍ତ୍ତନକୁ ନେଇ ଲକ୍ଷ୍ନୌ ଗର୍ବିତ ହୋଇଛି । ସୋସିଆଲ ମିଡ଼ିଆରେ ଦେଶର ହୀରା ଲକ୍ଷ୍ନୌର କୋହେନୂର ବୋଲି କହିଛନ୍ତି । ସେହିପରି କେନ୍ଦ୍ର ଭୂବିଜ୍ଞାନ ମନ୍ତ୍ରୀ ସୁପୁତ୍ରର ପ୍ରତ୍ୟାବର୍ତ୍ତନ ବୋଲି କହିଛନ୍ତି, ଯାହା ପୂର୍ବରୁ କେବେ ସମ୍ଭବ ହୋଇନଥିଲା, ତାହା ଆଜି ହୋଇଛି ।