ନୂଆଦିଲ୍ଲୀ: ରାଜ୍ୟସଭା ଯିବାକୁ ପ୍ରସ୍ତୁତି କରୁଥିବା ଖ୍ୟାତାନାମ ଆଇନଜୀବୀ ଉଜ୍ଜ୍ୱଳ ନିକମ ମୁମ୍ବାଇ ବିସ୍ଫୋରଣକୁ ନେଇ ବଡ ବୟାନ ଦେଇଛନ୍ତି । ସେ କହିଛନ୍ତି, ଅଭିନେତା ସଞ୍ଜୟ ଦତ୍ତ ଯଦି ହତିଆରରେ ଭର୍ତ୍ତି ଗାଡିର ସୂଚନା ଦେଇଥାନ୍ତେ ତେବେ ମୁମ୍ବାଇରେ ସିରିୟଲ ବ୍ଲାଷ୍ଟ ହୋଇ ନ ଥାନ୍ତା । ୧୯୯୩ରେ ଦେଶର ଆର୍ଥିକ ରାଜନୀତି କୁହାଯାଉଥିବା ମୁମ୍ବାଇରେ ସିରିୟଲ ବ୍ଲାଷ୍ଟରେ ୨୬୭ ଜଣଙ୍କ ମୃତ୍ୟୁ ଘଟିଥିଲା ।
ଏନଡିଟିଭି ସହ ଆଲୋଚନା ବେଳେ ନିକମ କହିଛନ୍ତି, ମୁଁ କେବଳ ଗୋଟିଏ କଥା କହିବାକୁ ଚାହୁଁଛି ୧୯୯୩ ମାର୍ଚ୍ଚ ୧୨ରେ ବିସ୍ଫୋରଣ ଘଟିଥିଲା । ଏହାର ଗୋଟିଏ ଦିନ ପୂର୍ବରୁ ଭ୍ୟାନ ସଞ୍ଜୟ ଦତ୍ତଙ୍କ ଘରେ ପହଞ୍ଚିଥିଲା । ଉକ୍ତ ଗାଡିରେ ହ୍ୟାଣ୍ଡ ଗ୍ରେନେଡ, ଏକେ ୪୭ ଭର୍ତ୍ତି ହୋଇଥିଲା । ଅବୁ ସାଲେମ ଏସବୁ ହତିଆର ନେଇ କି ଆସିଥିଲା । ସଞ୍ଜୟ ଦତ୍ତ କିଛି ହ୍ୟାଣ୍ଡ ଗ୍ରେନେଡ ଓ ବନ୍ଧୁକ ଦେଖିଥିଲେ । ଏହା ପରେ ବାକି ସବୁ ହତିଆର ଫେରାଇ ଦେଇ କେବଳ ଗୋଟିଏ ଏକ ୪୭ ରଖିଥିଲେ ।
ଆଇନଜୀବୀ କହିଛନ୍ତି, ଯଦି ସେହି ସମୟରେ ଅଭିନେତା ପୋଲିସକୁ ସୂଚନା ଦେଇଥାନ୍ତେ ତେବେ ମୁମ୍ବାଇ ବିସ୍ଫୋରଣ କେବେ ଘଟି ନ ଥାନ୍ତା । ନିକମ କହିଛନ୍ତି, ଏହି ବିଷୟରେ ସେ ସଞ୍ଜୟ ଦତ୍ତଙ୍କ ଓକିଲଙ୍କୁ ମଧ୍ୟ ଜଣାଇଥିଲେ । ଏକେ ୪୭ରେ ଗୁଳିମାଡ ନ କରାଯିବା ଏବଂ ପାଖରେ ରହିବା ଦୁଇଟି ଭିନ୍ନ କଥା । କିନ୍ତୁ ପୋଲିସକୁ ହତିଆର ବିଷୟରେ ନ ଜଣାଇବା କାରଣରୁ ସିରିୟଲ ବ୍ଲାଷ୍ଟ ହୋଇଥିଲା ଏବଂ ବହୁତ ଲୋକଙ୍କ ପ୍ରାଣହାନୀ ଘଟିଲା ।
ନିକମ ଏକ ଚ୍ୟାନେଲ ସହ ଆଲୋଚନା ବେଳେ କହିଛନ୍ତି, ସେହି ସମୟରେ ସଞ୍ଜୟ ଦତ୍ତ ନିର୍ଦ୍ଦୋଷ ଥିଲେ । କେବଳ ବନ୍ଧୁକ ପ୍ରତି ଆକର୍ଷଣ ଥିବା କାରଣରୁ ସେ ହତିଆତ ହାତରେ ଉଠାଇ ଦେଖିଥିଲେ । କିନ୍ତୁ ଆଇନ ନଜରରେ ସେ ଅପରାଧ କରିଛନ୍ତି । ମାତ୍ର ସେ ଜଣେ ଭଲ ମଣିଷ । ମୁଁ ସଞ୍ଜୟ ଦତ୍ତଙ୍କୁ ନିର୍ଦ୍ଦୋଷମାନେ ବୋଲି ଉଜ୍ଜଳ ନିକମ କହିଛନ୍ତି ।