ମୋଦୀ ସୁନାମି ପାଇଁ ଇତିହାସ ରଚିଲେ ଲାଲୁ, ପ୍ରଥମ ଥର ପାଇଁ ଖାତା ଖୋଲି ପାରିଲାନି ଆରଜେଡି
Khabar Odisha:national-politics-odisha-lalu-yadav-rjd-zero-mp-in-bihar
ନୂଆଦିଲ୍ଲୀ, ମେ ୨୫(ଖବର ଓଡିଶା):

ଲୋକସଭା ନିର୍ବାଚନରେ ବିହାରରେ ଏନଡିଏକୁ ୩୯ଟି ଆସନ ମିଳିଛି । କିନ୍ତୁ ରାଷ୍ଟ୍ରୀୟ ଜନତା ଦଳ ବା ଆରଜେଡିର ନାମ ଇତିହାସରେ ସାମିଲ ହୋଇଛି । ଆରଜେଡି ପାଇଁ ଏହି ନିର୍ବାଚନ ବହୁତ ଖରାପ ଥିଲା । ଦଳ ଗଠନ ହେବା ପରଠାରୁ ପ୍ରଥମଥର ପାଇଁ ଚଳିତ ନିର୍ବାଚନରେ ଗୋଟିଏ ହେଲେ ଆସନ ପାଇନାହିଁ । ଦଳ ଜାତିଗତ ସମୀକରଣକୁ ଦେଖି ମହାମେଂଟ ଗଠନ କରିଥିଲେ ସୁଧା ଦଳକୁ ଦୁର୍ଦ୍ଦଶାର ସାମ୍ନା କରିବାକୁ ପଡିଛି ।

ବିହାରରେ ୧୫ ବର୍ଷ ଧରି ରାଜ କରିଥିବା ଆରଜେଡି ଆଜି ଗୋଟିଏ ହେଲେ ଆସନ ହାତେଇପାରି ନାହିଁ । ବିହାରରେ ମୋଦୀଙ୍କ ଏପରି ଭାବେ ସୁନାମି ଚାଲିଲା କି ମହାମେଂଟ ସଫା ହୋଇଗଲା । ୧୯୯୭ରେ ଆରଜେଡି ଗଠନ ହୋଇଥିଲା । ଲାଲୁ ଏହି ଦଳକୁ ୧୫ ବର୍ଷ ବିହାରରେ ସରକାରରେ ରଖିଥିଲେ ।  କିନ୍ତୁ ଏବେ ଦଳ ଖରାପ ସମୟ ଧରି ଗତି କରୁଛି । ଦଳର ନେତା ଏହି ପରାଜୟକୁ ସ୍ୱୀକାର କରିବା ସହ ସମୀକ୍ଷା କରିବେ ବୋଲି କହିଛନ୍ତି ।

ଏକଦା ଲାଲୁ ବିହାର ରାଜନୀତିରେ ନିଜର ଦବଦବା ରଖିଥିଲେ । ୨୦୦୪ରେ ଦଳର ୨୨ଜଣ ସାଂସଦ ନିର୍ବାଚିତ ହୋଇଥିଲେ ।  କିନ୍ତୁ ଚଳିତ ଥର ଦେଳ ଫେଲ ମାରିଲା । ଏହାକୁ ନେଇ ବିରୋଧୀ ମଧ୍ୟ ଲାଲୁଙ୍କୁ ସମାଲୋଚନା କରିବାକୁ ପଛାଉ ନାହାନ୍ତି । ଆରଜେଡିର ଜାତି ଏବଂ ଧର୍ମକୁ ନେଇ ରାଜନୀତିକୁ ଲୋକ ଗ୍ରହଣ କରୁନଥିବା ବିରୋଧୀ କହିଛନ୍ତି ।

  • Tags:

Subscribe

National International State Sports Entertainment