ଏକ ଦେଶ, ଏକ ନିର୍ବାଚନ କରିବାକୁ ସର୍ବଦଳୀୟ ବୈଠକ ଡାକିଲେ ନରେନ୍ଦ୍ର ମୋଦୀ
Khabar Odisha:national-political-odisha-narendra-modi-called-a-meeting-of-all-political-parties-represented-in-parliament-on-19th-june
ନୂଆଦିଲ୍ଲୀ, ଜୁନ ୧୬ (ଖବର ଓଡିଶା) :

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସଂସଦରେ ପ୍ରତିନିଧୀତ୍ୱ କରୁଥିବା ସମସ୍ତ ରାଜନୈତିକ ଦଳର ଅଧ୍ୟକ୍ଷଙ୍କୁ ନେଇ ଜୁନ ୧୯ରେ ଏକ ସର୍ବଦଳୀୟ ବୈଠକ ଡାକିଛନ୍ତି । ଏତଦ୍ ବ୍ୟତୀତ ଜୁନ ୨୦ରେ ଲୋକସଭା ଏବଂ ରାଜ୍ୟସଭାର ସାଂସଦଙ୍କୁ ନେଇ ଏକ ବୈଠକର ଆୟୋଜନ କରାଯାଇଛି । ସଂସଦୀୟ କାର୍ଯ୍ୟମନ୍ତ୍ରୀ ପ୍ରହ୍ଲାଦ ଜୋଶୀ ଏହି ବିଷୟରେ ସୂଚନା ଦେଇଛନ୍ତି । 

ପ୍ରହ୍ଲାଦ ଜୋଶୀ କହିଛନ୍ତି କି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଜୁନ ୧୯ରେ ଏକ ବୈଠକ କରି ଏକ ଦେଶ ଏକ ନିର୍ବାଚନ ଏବଂ ମହାତ୍ମା ଗାନ୍ଧୀଙ୍କ ୧୫୦ତମ ଜୟନ୍ତୀ ସହିତ ବହୁ ମହତ୍ୱପୂର୍ଣ୍ଣ ମାମଲାରେ ଚର୍ଚା କରିବାକୁ ଚାହୁଁଛନ୍ତି । ସେ ସଂସଦରେ ଏକ ଦଳୀୟ ଭାବନା ଆଣିବାକୁ ଚାହୁଁଛନ୍ତି । ତେଣୁ ଏହି ବୈଠକର ଆୟୋଜନ କରାଯାଇଛି । 

ଆସନ୍ତା କାଲିଠାରୁ ପ୍ରଥମ ଲୋକସଭା ଅଧିବେଶନ ଆରମ୍ଭ ହେବାକୁ ଯାଉଛି । ଏହାକୁ ସୁଚାରୁ ରୂପେ ତୁଲେଇବା ପାଇଁ ଆଜି ସର୍ବଦଳୀୟ ବୈଠକ ଡକା ଯାଇଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ, ସପାର ନେତା ରାମଗୋପାଳ ଯାଦବ ଏବଂ ବିଜେପି ନେତା ଥାବର ଚନ୍ଦ ଗେହେଲଟଙ୍କ ସମେତ ବହୁ ବରିଷ୍ଠ ନେତା ଏହି ବୈଠକରେ ଯୋଗ ଦେବା ପାଇଁ ସଂସଦରେ ପହଁଚିବେ । 

ତେବେ ଆଜି ସନ୍ଧ୍ୟାରେ ଏନଡିଏର ଏକ ବୈଠକ ଡକାଯାଇଛି । ଏଥିରେ ଆସନ୍ତା ଅଧିବେଶନ ପାଇଁ ରଣନୀତି ପ୍ରସ୍ତୁତ କରାଯିବ । ସେହି ସମୟରେ ଅଧିବେଶନକୁ ସୂଚାରୁ ରୂପେ ପରିଚାଳନା କରିବା ପାଇଁ ପ୍ରହ୍ଲାଦ ଜୋଶୀ, କେନ୍ଦ୍ର ମନ୍ତ୍ରୀ ନରେନ୍ଦ୍ର ସିଂହ ତୋମାର ଏବଂ ଅର୍ଜୁନ ରାମ ମେଘବାଲ କଂଗ୍ରେସ ସଂସଦୀୟ ଦଳ ପ୍ରମୁଖ ସୋନିଆ ଗାନ୍ଧୀଙ୍କୁ  ସାକ୍ଷାତ କରିଥିଲେ । ଏହା ପରେ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେବାକୁ ଯାଇ ସେ କହିଛନ୍ତି କି, ସୋନିଆଙ୍କ ସହ ବୈଠକ ସଫଳତାପୂର୍ବକ ସମ୍ପନ୍ନ ହୋଇଛି । ଆମକୁ ବିପକ୍ଷର ସମ୍ପୂର୍ଣ୍ଣ ସହେଯାଗ ଆବଶ୍ୟକ । ସରକାର ସର୍ବଦା ସହେଯାଗ କରିବା ପାଇଁ ପ୍ରସ୍ତୁତ ଅଛନ୍ତି । 

Subscribe

National International State Sports Entertainment