ଏବେ ମେଟ୍ରୋ ସହରର ଚାଳ ଛପର ଘରେ ରହିବେନି ମଜୁରିଆ, ମୋଦୀ ସରକାରଙ୍କ ରହିଛି ଏହି ପ୍ଲାନ
Khabar Odisha:national-odisha-modi-government-to-unveil-a-bigger-housing-scheme-for-migrant-labourers-in-crowded-metros
ନୂଆଦିଲ୍ଲୀ, ଜୁନ ୧୮ (ଖବର ଓଡିଶା) :

ସମସ୍ତଙ୍କୁ ଘର ଯୋଗେଇ ଦେବକୁ ପ୍ରତିଶୃତି ଦେଇଥିବା ମୋଦୀ ସରକାର ନିଜର ଦ୍ୱିତୀୟ କାର୍ଯ୍ୟକାଳରେ ଗରୀବ ଏବଂ ଦିନ ମଜୁରିଆଙ୍କୁ ଉପହାର ଦେବାକୁ ପ୍ରସ୍ତୁତି କରି ସାରିଛନ୍ତି । ଦେଶରେ ମେଟ୍ରୋ ସହରରେ ଗରୀବ ଏବଂ ମଜୁରିଆଙ୍କୁ ପକ୍କା ଘର ଭଡାରେ ମିଳି ପାରିବ । ଯେଉଁଠାରେ ସମସ୍ତ ପ୍ରକାରର ସୁବିଧା ଉପଲବ୍ଧ ହୋଇ ପାରିବ । 

ଆବାସ ଏବଂ ସହରୀ ମାମଲାରେ ମନ୍ତ୍ରାଳୟ ଏକ ପ୍ରସ୍ତାବ ପ୍ରସ୍ତୁତ କରିଛନ୍ତି । ଏହି ପ୍ରସ୍ତାବ ଆଧାରରେ ବାର୍ଷିକ ୩ ଲକ୍ଷ ଟଙ୍କା କିମ୍ବା ଏହା ଠାରୁ କମ୍ ଉପାର୍ଜନ କରୁଥିବା ଗରୀବ ମଜୁରିଆଙ୍କୁ ମହାନଗରରେ ଏକ ବଖରା ଭଡା ଦେବା ପାଇଁ ଯୋଜନା କରାଯାଉଛି । ମନ୍ତ୍ରାଳୟ ଏହି ଯୋଜନାକୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ସହ ଯୋଡିବେ ବୋଲି ଅନୁମାନ କରାଯାଉଛି । ଫଳରେ ମାଟି ଛପର ଘରେ ରହୁଥିବା ଲୋକମାନଙ୍କୁ ମୁଖ୍ୟଧାରାରେ ଯୋଡା ଯାଇ ପାରିବ । ସେମାନଙ୍କୁ ସ୍ୱଚ୍ଛ ପାନୀୟ ଜଳ ଏବଂ ଶୌଚାଳୟ ଭଳି ସୁବିଧା ଯୋଗେଇ ଦିଆଯାଇ ପାରିବ । 

ନିଜ ଗୁଜୁରାଣ ମେଂଟାଇବା ପାଇଁ ଗ୍ରାମରୁ ସହରକୁ ଆସୁଥିବା ଲୋକମାନଙ୍କୁ ଏହି ଘର ଭଡାରେ ଦିଆଯିବ । କାରଣ ମହାନଗରରେ ରହିବା ପାଇଁ ସେମାନଙ୍କ ପାଖରେ ଆବଶ୍ୟକ ଅର୍ଥ ନଥାଏ । ଏହି ପ୍ରୋଜେକ୍ଟ ଆରମ୍ଭ କରିବା ପାଇଁ ଶ୍ରମିକଙ୍କର ଫଣ୍ଡ ବ୍ୟବହାର କରାଯିବ । ଏଥିପାଇଁ ହାଉସିଙ୍ଗ ବୋର୍ଡର ଗଠନ ହେବ । ଯାହାର ସଂଚାଳନ ଆବାସ ଏବଂ ସହରୀ ମନ୍ତ୍ରାଳୟ କରିବେ । ତେବେ ଏହାର ଆଉ ଏକ ମଡେଲ ହେଉଛି ଘରୋଇ କମ୍ପାନୀଗୁଡିକୁ ଘର ତିଆରି ପାଇଁ ଅନୁମତି ଦିଆଯିବ । ସରକାରଙ୍କ ଏହି ଯୋଜନା ବାଉଚର୍ ସ୍କିମ୍ ଆଧାରରେ ଚଳାଯିବ । ଯେଉଁଥିରେ ସହରୀ ହେଉ କିମ୍ବା ଲୋକାଲ ବଡି ପ୍ରଥମେ ତିନି ଲକ୍ଷରୁ କମ୍ ଆମଦାନୀ କରୁଥିବା ବ୍ୟକ୍ତିଙ୍କର ରେଜିଷ୍ଟ୍ରେସନ କରାଯିବ । ଏହା ପରେ ସେମାନଙ୍କୁ ଭାଉଚର ବଂଟାଯିବ । ଘର ଭଡାରେ ରହିବା ପାଇଁ ଆବେଦନ କରିଥିବା ଉପଭୋକ୍ତା ଏହାକୁ ହାଉସିଙ୍ଗ ବୋର୍ଡରେ ନେଇ ଦେଖାଇବେ । ଏହା ପରେ ସେମାନଙ୍କୁ ଘର ଯୋଗେଇ ଦିଆଯିବ । 

Subscribe

National International State Sports Entertainment