ବିଶ୍ଵ ବିଦ୍ୟାଳୟ ଓ କଲେଜରେ ମୋବାଇଲ ଫୋନ ବ୍ୟାନ କଲେ ଯୋଗୀ ସରକାର, ଶିକ୍ଷକ ବି ବ୍ୟବହାର କରି ପାରିବେ ନାହିଁ
Khabar Odisha:national-odisha-cm-yogi-adityanath-govt-bans-mobile-phone-in-up-colleges-and-universities
ଲକ୍ଷ୍ନୌ,ଅକ୍ଟୋବର୧୮(ଖବର ଓଡ଼ିଶା):

ଉତ୍ତର ପ୍ରଦେଶରେ ଯୋଗୀ ଆଦିତ୍ୟନାଥ ସରକାର ରାଜ୍ୟର କଲେଜ୍ ଓ ବିଶ୍ଵ ବିଦ୍ୟାଳୟରେ ମୋବାଇଲ ଫୋନ ବ୍ୟବହାର ଉପରେ ନିଷେଧାଦେଶ ଜାରି କରିଛନ୍ତି। ଉତ୍ତର ପ୍ରଦେଶ ଉଚ୍ଚ ଶିକ୍ଷା ନିର୍ଦ୍ଦେଶାଳୟ ପକ୍ଷରୁ ଏନେଇ ସର୍କୁଲାର ଜାରି କରାଯାଇଛି। ବିଶ୍ଵ ବିଦ୍ୟାଳୟ ଓ କଲେଜ ଭିତରେ ମୋବାଇଲ ଫୋନ ଉପଯୋଗ ଉପରେ ସଂପୂର୍ଣ୍ଣ ଭାବେ ନିଷେଧ କରାଯାଇଛି।

ଛାତ୍ରଙ୍କୁ ଏବେ ବିଶ୍ଵ ବିଦ୍ୟାଳୟ ଓ କଲେଜ ଭିତରେ ମୋବାଇଲ ଫୋନ ନେବା କିମ୍ବା ବ୍ୟବହାର କରିବାକୁ ଅନୁମତି ଦିଆଯିବ ନାହିଁ। ଏହି ନିଷେଧାଦେଶ ରାଜ୍ୟର ସମସ୍ତ ବିଶ୍ଵ ବିଦ୍ୟାଳୟ ଓ କଲେଜର ଶିକ୍ଷକଙ୍କ ଉପରେ ମଧ୍ୟ ଲାଗୁ ହେବ। ଉଚ୍ଚ ଶିକ୍ଷା ନିର୍ଦ୍ଦେଶାଳୟ ରାଜ୍ୟର ସମସ୍ତ କଲେଜ ଓ ବିଶ୍ଵ ବିଦ୍ୟାଳୟର ଛାତ୍ରଙ୍କ ପାଇଁ  ଅନୁକୂଳ ଶିକ୍ଷା ବାତାବରଣ ସୁନିଶ୍ଚିତ କରିବା ପାଇଁ ସର୍କୁଲାର ଜାରି କରିଛନ୍ତି। ସରକାରଙ୍କ ହସ୍ତଗତ ସୂଚନା ଅନୁଯାୟୀ ବଡ଼ ସଂଖ୍ୟାରେ ଛାତ୍ର ଓ ଶିକ୍ଷକ କଲେଜରେ  ପାଠପଢା ଜାଗାରେ ମୋବାଇଲ ଫୋନରେ ନିଜର ବହୁମୂଲ୍ୟ ସମୟ ବ୍ୟଥିତ କରୁଛନ୍ତି।

ଉଲ୍ଲେଖଯୋଗ୍ୟ, ନିକଟରେ ଯୋଗୀ ଆଦିତ୍ୟନାଥ ସରକାର  ନିଜର ସରକାରୀ ବୈଠକ ସମୟରେ ମୋବାଇଲ ଫୋନ ବ୍ୟବହାର ଉପରେ ପ୍ରତିବନ୍ଧକ ଲଗାଇଥିଲେ। ଏଥିରେ କ୍ୟାବିନେଟ୍ ବୈଠକ ମଧ୍ୟ ସାମିଲ। କିଛି ମନ୍ତ୍ରୀ ଓ ଅଧିକାରୀଙ୍କୁ ଗୁରୁତ୍ଵପୂର୍ଣ୍ଣ ବୈଠକ ସମୟରେ ହ୍ଵାଟ୍ସ ଆପରେ ସନ୍ଦେଶ ପଢିବାରେ ମଗ୍ନ ଥିବା ଦେଖିବାକୁ ମିଳିବା ପରେ ଏହି ନିର୍ଣ୍ଣୟ ନିଆଯାଇଥିଲା।

Subscribe

National International State Sports Entertainment