ମୁମ୍ୱାଇରେ କରୋନା ଆତଙ୍କ, କରୋନାରେ ସଂକ୍ରମିତ ହେଲେ ୱାକହାର୍ଟ ହସ୍ପିଟାଲରେ 26 ନର୍ସ ଓ 3 ଡାକ୍ତର
Khabar Odisha:mumbai-wockhardt-hospital-26-nurses-and-3-doctors-positive-in-pune-42-doctors-in-quarantine
ମହାରାଷ୍ଟ୍ର, ଏପ୍ରିଲ ୦୬ (ଖବର ଓଡ଼ିଶା):

ମୁମ୍ବାଇରେ କରୋନା ଭାଇରସ ଆତଙ୍କ ଦିନକୁ ଦିନ ବଢିବାରେ ଲାଗିଛି । ମୁମ୍ୱାଇରେ ଥିବା ଏକ ମେଡିକାଲରେ କାର୍ଯ୍ୟକରୁଥିବା 26 ଜଣ ନର୍ସ ଏବଂ ତିନିଜଣ ଡାକ୍ତରଙ୍କୁ କରୋନା ଜୀବାଣୁ ସଂକ୍ରମିତ ହୋଇଥିବା ନେଇ ଜଣାପଡିଛି । ଏହି ଖବର ଜଣାପଡିବା ପରେ ଅଧିକାରୀଙ୍କ ମଧ୍ୟରେ ହଇଚଇ ଖେଳିଯାଇଛି । କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ସମଗ୍ର ୱାକହାର୍ଟ ହସ୍ପିଟାଲକୁ ଏକ କଣ୍ଟେନମେଣ୍ଟ ଜୋନ ରୂପେ ଘୋଷଣା କରାଯାଇଛି । ଏଠାରୁ କାହାକୁ ବାହାରକୁ ଯିବାକୁ ଅନୁମତି ନାହିଁ କିମ୍ବା ଭିତରକୁ କାହାକୁ ପ୍ରବେଶ କରିବା ପାଇଁ ଅନୁମତି ଦିଆଯିବ ନାହିଁ ବୋଲି ସୂଚନା ଦିଆଯାଇଛି |

ବରିଷ୍ଠ ଅଧିକାରୀଙ୍କ ସୂଚନାନୁସାରେ, କରୋନା ସଂକ୍ରମିତ ହୋଇଥିବା ସ୍ୱାସ୍ଥ୍ୟ କର୍ମୀ ମାନଙ୍କର ଯଦି ରପୋର୍ଟ ପରୀକ୍ଷା କରାଯିବା ପରେ ଦୁଇ ଥର ନେଗେଟିଭ ଆସିବ ତା ହେଲେ ସେମାନଙ୍କୁ ହସ୍ପିଟାଲରୁ ବାହାରକୁ ଯିବା ପାଇଁ ଅନୁମତି ଦିଆଯିବ । ୱାକହାର୍ଟ ହସ୍ପିଟାଲ ମୁମ୍ବାଇର କେନ୍ଦ୍ରୀୟ ଅଞ୍ଚଳରେ ଥିବାରି ସ୍ଥାନୀୟ ପ୍ରଶାସନ ପାଇଁ ଚିନ୍ତାର କାରଣ ସାଜିଛି | ଏହା ସହ ପ୍ରଶାସନ ଡାକ୍ତରଖାନାରେ କାର୍ଯ୍ୟ କରୁଥିବା 270 ନର୍ସ ଏବଂ କିଛି ରୋଗୀଙ୍କ ନମୁନା ପରୀକ୍ଷା ପାଇଁ ପଠାଇଛି । ଯେଉମାନଙ୍କ ରିପୋର୍ଟ ପଜଟିଭ ଆସିବ ସେମାନଙ୍କୁ ଅଲଗା ରଖାଯିବ ବୋଲି ଜଣାପଡିଛି |

ସୂଚନାନୁସାରେ, କିଛି ଦିନ ପୂର୍ବରୁ ଜଣେ ରୋଗୀ ଛାତିରେ ଯନ୍ତ୍ରଣା ଅନୁଭବ କରିବା ପରେ ଏହି ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ। ପରେ ଜଣାପଡିଥିଲା ଯେ ସେ କରୋନା ଜୀବାଣୁ ଦ୍ୱାରା ସଂକ୍ରମିତ ହୋଇଛନ୍ତି। ସେହି ବ୍ୟକ୍ତି ଚାରି ଦିନ ପର୍ଯ୍ୟନ୍ତ ଡାକ୍ତରଖାନାରେ ଚିକିତ୍ସିତ ହୋଇଥିଲେ। ଏହା ପରେ ଏହି ସଂକ୍ରମଣ ଡାକ୍ତରଖାନାରେ ବ୍ୟାପିଥିବା ନେଇ ବିଶ୍ୱାସ କରାଯାଉଛି।

  • Tags:

Subscribe

National International State Sports Entertainment