କୋଲକାତା: ଭାରତକୁ ଅନୁପ୍ରବେଶ କରୁଥିବା ବାଂଲାଦେଶୀଙ୍କ ଯୋଜନାକୁ ସେନା ଭଣ୍ଡୁର କରିଦେଇଛି । କିନ୍ତୁ ଏହା ପୂର୍ବରୁ ୧୦୦ ଅଧିକ ବାଂଲାଦେଶୀ ଭାରତରେ ପ୍ରବେଶ କରି ସାରିଛନ୍ତି । ଏହାର ମାଷ୍ଟରମାଇଣ୍ଡକୁ ପଶ୍ଚିମବଙ୍ଗରୁ ଗିରଫ କରିଛି ବିଏସଏଫ୍ । ଜେରା ବେଳେ ଅନୁପ୍ରବେଶ ନେଇ ଅନେକ ତଥ୍ୟ ସେନାକୁ ହସ୍ତଗତ ହୋଇଛି । ଯୋଜନାର ଆଉ ଜଣେ ମୁଖ୍ୟ ପୁରୋଧା ବାଂଲାଦେଶରେ ରହିଛି ।
ଶେଖ ହସିନାଙ୍କ ସମୟରେ ବାଂଲାଦେଶରେ ଆରମ୍ଭ ହୋଇଥିବା ହିଂସା ଭାରତରେ ଉପରେ ପ୍ରଭାବ ପକାଇଛି । ଅନେକ ବାଂଲାଦେଶ ବାସିନ୍ଦା ଭାରତକୁ ସୁରକ୍ଷା ସ୍ଥାନ ଭାବରେ ବାଛି ଅନୁପ୍ରବେଶ କରିବାକୁ ଉଦ୍ୟମ ଜାରି ରଖିଛନ୍ତି । ବାଂଲାଦେଶ ସୀମାକୁ ଲାଗି କରିଥିବା ପଶ୍ଚିମବଙ୍ଗକୁ କିଛି ଅନୁପ୍ରବେଶ କରିବାକୁ ଉଦ୍ୟମ ଚେଷ୍ଟା କରୁଥିବାବେଳେ ବିଏସଏଫ୍ ସେନା ହାତରେ ଧରାପଡ଼ିଛନ୍ତି । ଏହାର ମାଷ୍ଟରମାଇଣ୍ଡକୁ ପଶ୍ଚିମବଙ୍ଗରୁ ଗିରଫ କରାଯାଇଛି ।
ବିଏଏସଏଫର ଜଣେ ଅଧିକାରୀଙ୍କ ସୂଚନା ମୁତାବକ, ଅନୁପ୍ରବେଶ ନେଇ ସେନାକୁ ଗୁଇନ୍ଦା ସୂଚନା ମିଳିଥିଲା । ଏହା ପରେ ଫ୍ରଣ୍ଟିୟରର ୧୧୮ ବାଟାଲିୟନର ବିଓପି ଶମଶେର ନଗରରେ ଖୋଳତାଡ଼ କରାଯାଇଥିଲା । ଶେଷରେ ଅଭିଯୁକ୍ତକୁ ୧୩ ଅକ୍ଟୋବର ବିଳମ୍ବିତ ରାତି ପ୍ରାୟ ୩ଟା ସମୟରେ ଭାରତ ବାଂଲାଦେଶ ସୀମାରୁ ଗିରଫ କରାଯାଇଛି । ଅଭିଯୁକ୍ତ ଜଣକ ହେମନଗର କାଲୀତଲା ଗ୍ରାମର ବାସିନ୍ଦା ଅଟେ ।
ପ୍ରତ୍ୟେକ ବ୍ୟକ୍ତିଙ୍କ ପିଛା ମିଳୁଥିବା ୩୫୦୦ ଟଙ୍କା
ଅଭିଯକ୍ତକୁ ଜେରା କରିବାବେଳେ ବିଏଏସଏଫକୁ ଅନେକ ତଥ୍ୟ ହସ୍ତଗତ ହୋଇଛି । ବାଂଲାଦେଶରେ ଥିବା ଅନ୍ୟ ଜଣେ ବ୍ୟକ୍ତି ତାର ୩ ଜଣ ସହଯୋଗୀଙ୍କ ସହିତ ମିଶି ଭାରତକୁ ଅନୁପ୍ରବେଶ କରାଉଛନ୍ତି । ଜଳପଥ ଦେଇ ଡଙ୍ଗା ଦ୍ୱାରା ଏହି ସବୁ କାର୍ଯ୍ୟ କରାଯାଉଛି । ସେଠାରୁ ପଶ୍ଚିମବଙ୍ଗ ଦଲାଲ ଭାରତକୁ ଆଣିବାରେ ସାହାଯ୍ୟ କରୁଥିଲା । ଏଥିପାଇଁ ତାକୁ ପ୍ରତ୍ୟେକ ବ୍ୟକ୍ତିଙ୍କ ପିଛା ୩୫୦୦ ଟଙ୍କା ମିଳୁଥିଲା । ୨ ବର୍ଷ ମଧ୍ୟରେ ପ୍ରାୟ ୧୦୦ ଜଣଙ୍କୁ ଏପରି ଅନୁପ୍ରବେଶ କରାଇଛି ବୋଲି ସେ ସ୍ୱୀକାର କରିଛି । ମାମଲାର ଗଭୀରକୁ ଯିବା ପାଇଁ ତଦନ୍ତ ଜାରି ରହିଥିବା ବିଏଏସଏଫ ଡିଜି ଏନ କେ ପାଣ୍ଡେୟ ସୂଚନା ଦେଇଛି ।