ଖବର ଓଡ଼ିଶା: ପାକିସ୍ତାନ ଜମ୍ମୁ କାଶ୍ମୀରକୁ ଆତଙ୍କବାଦୀ ପଠାଉଛି, କାରଣ ସେ ନିଜେ ସ୍ଥାନୀୟ ଲୋକଙ୍କୁ ନିଯୁକ୍ତି ଦେଇ ପାରୁ ନାହିଁ । ଯେଉଁ ଦେଶ ନିଜ ନାଗରିକଙ୍କୁ ଦୁଇ ବେଳା ରୁଟି ଭଳି ମୌଳିକ ସୁବିଧା ଦେବାରେ ଅସମର୍ଥ, ସେହି ଅସ୍ଥିରତା ସୃଷ୍ଟି କରିବା ଏବଂ ଅଶାନ୍ତି ସୃଷ୍ଟି କରିବା ଲାଗି ଆତଙ୍କବାଦୀ ପଠାଉଛି ବୋଲି ଇ ପାରୁ ନାହିଁ ଜାମ୍ମୁ କାଶ୍ମୀର ଉପ ରାଜ୍ୟପାଳ ମନୋଜ ସିହ୍ନା କହିଛନ୍ତି ।
ଭାରତ ସୀମା ଜାମ୍ମୁ କାଶ୍ମୀରରେ ପାଳିତ ହୋଇଯାଇଛି ସ୍ୱାଧୀନତା ଦିବସ । ଉପ ରାଜ୍ୟପାଳ ମନୋଜ ସିହ୍ନା ବକ୍ସି ଷ୍ଟାଡିୟମରେ ସ୍ୱାଧୀନତା ଦିବସ ସମାରୋହରେ ଯୋଗ ଦେଇ ଧ୍ୱଜା ଉଡ଼ାଇଛନ୍ତି । ଏହି ଅବସରରେ ସେ ଭାରତର ଚିର ଶତ୍ରୁ ପଡ଼ୋଶୀ ପାକିସ୍ତାନ ଉପରେ ବର୍ଷିଛନ୍ତି । ପାକିସ୍ତାନ ଆତଙ୍କବାଦୀ ପଠାଉଛି ବୋଲି ଶ୍ରୀ ସିହ୍ନା ସିଧା ସିଧା କହିଛନ୍ତି । ଗତ କିଛି ମାସ ହେବ ଆତଙ୍କବାଦୀ କାର୍ଯ୍ୟକଳାପ ବୃଦ୍ଧି ପାଇଛି । ଏଥିରେ ବହୁ ସୁରକ୍ଷା କର୍ମୀ ଓ ସାଧାରଣ ନାଗରିକ ପ୍ରାଣ ହରାଇଛନ୍ତି ।
ସୀମାରେ ଆତଙ୍କବାଦ ଧିରେ ଧିରେ ହ୍ରାସ ପାଇଛି । କୌଣସି ବି ଆତଙ୍କବାଦୀ ସଂଗଠନର ନେତା ବଞ୍ଚି ନାହାଁନ୍ତି । ଆକ୍ରମଣ ଓ ପଥରବାଜୀ ଇତିହାସ ପୃଷ୍ଠାରେ ଲୁଚି ରହିଯାଇଛି । ଆତଙ୍କବାଦୀ ସଂଗଠନରେ କମ୍ ଏବଂ ଲୋକତନ୍ତ୍ରରେ ଲୋକଙ୍କ ବିଶ୍ୱାସ ବଢ଼ିଥିବାରୁ ପାକିସ୍ତାନ ଚିନ୍ତାରେ ପଡ଼ିଛି । ଏ ସମସ୍ତ ପରିସ୍ଥିତି ସତ୍ୱେ ଜାମ୍ମୁ -କାଶ୍ମୀର ଲୋକଙ୍କର ବିଶ୍ୱାସ ବଢ଼ିଛି । ସେଥିପାଇଁ ଲୋକସଭା ନିର୍ବାଚନରେ ମତଦାନ ରେକର୍ଡ ଭାଙ୍ଗିଛି ବୋଲି ଉପ ରାଜ୍ୟପାଳ ନିଜ ସମ୍ବୋଧନ ଭାଷଣରେ କହିଛନ୍ତି ।