ଶ୍ରୀନଗର: ଗୋଟିଏ ପଟେ ଜମ୍ମୁ କାଶ୍ମୀର ମୁଖ୍ୟମନ୍ତ୍ରୀ ଓମାର ଅବଦୁଲ୍ଲାଙ୍କଠାରୁ ସମ୍ପର୍କ ଛିନ୍ନ କରିବାକୁ ନେତାମାନେ ଯୋଜନା କରୁଥିବାବେଳେ ସେପଟେ ସେ ନିଜର ବ୍ୟକ୍ତିଗତ ଜୀବନରେ ଆଉ ଏକ ନୂତନ ସମ୍ପର୍କରେ ଯୋଡ଼ି ହୋଇଛନ୍ତି । ୫୬ ବର୍ଷୀୟ ଓମାର ଅବଦୁଲ୍ଲା ହାତକୁ ଦୁଇ ହାତ ହୋଇଛନ୍ତି । ଅବଦୁଲ୍ଲାଙ୍କ ମହିଳା ପତ୍ରକାର ନିଧି ରାଜଦାନଙ୍କ ସହିତ ଗତକାଲି ବିବାହ ସମ୍ପନ୍ନ ହୋଇଥିବା ଜାତୀୟ ଗଣମାଧ୍ୟମରେ ଖବର ପ୍ରକାଶ ପାଇଛି ।
ଓମାର ଅବଦୁଲ୍ଲା ସୋସିଆଲ୍ ମିଡ଼ିଆ ଏକ୍ସରେ ଉଭୟଙ୍କର କିଛି ଫଟୋ ସେୟାର କରି “ଗତକାଲି ଏକ ନୂତନ ଯାତ୍ରା ଆରମ୍ଭ” ବୋଲି ଲେଖିଛନ୍ତି । ଏହା ସହିତ ଏକ ମୁଦିର ଚିହ୍ନ ରହିଛି । ନିଜର କିଛି ସମ୍ପର୍କୀୟଙ୍କ ଗହଣରେ ଗତକାଲି ବିବାହ ସମ୍ପନ୍ନ ହେବାର ପରେ ଉଭୟ ଆଜି ଫଟୋ ପୋଷ୍ଟ କରି ସୂଚନା ଦେଇଛନ୍ତି ।
ଉଭୟଙ୍କର ଦୁଇଟି ମୁହୂର୍ତ୍ତର ଫଟୋ ପୋଷ୍ଟ କରାଯାଇଛି । ଗୋଟିଏ ନିଧି ନାଲି ରଙ୍ଗର ପୋଷାକ ପିନ୍ଧିଥିବାବେଳେ ଅନ୍ୟଟିରେ ଏକ ହାଲୁକା ରଙ୍ଗର କପଡ଼ା ପିନ୍ଧିଛନ୍ତି । ଫଟୋରୁ ଉଭୟଙ୍କ ଜୀବନରେ ଏକ ନୂତନ କାହାଣୀ ଆରମ୍ଭ ହୋଇଥିବା ସ୍ପଷ୍ଟ ଜଣାପଡ଼ୁଛି ।
ନିକଟରେ ଓମାର ଅବଦୁଲ୍ଲାଙ୍କର ପାୟଲ ଅବଦୁଲ୍ଲାଙ୍କ ସହିତ ଛାଡ଼ପତ୍ର ହୋଇଛି । ୩୧ ଜୁଲାଇ, ୨୦୨୬ରେ ସୁପ୍ରିମକୋର୍ଟ ଉଭୟଙ୍କ ଛାଡ଼ପତ୍ରକୁ ମଞ୍ଜୁର କରିଥିଲେ । ଉଭୟ ପରସ୍ପର ବିରୋଧରେ ଦାଖଲ କରିଥିବା ଅଭିଯୋଗକୁ ମଧ୍ୟ ପ୍ରତ୍ୟାହାର କରିନେଇଥିଲେ । ନିଧି ତାଙ୍କର ଦ୍ୱିତୀୟ ପତ୍ନୀ ଅଟନ୍ତି ।
ଦିଲ୍ଲୀସ୍ଥିତ 'ଦି ଓବରଏ' ହୋଟେଲରେ କାମ କରୁଥିବା ସମୟରେ ପରସ୍ପର ସହ ଭେଟ ହେବା ପରେ, ଓମାର ଅବଦୁଲ୍ଲା ଏବଂ ପାୟଲ ୧୯୯୪ ମସିହାରେ ବିବାହ କରିଥିଲେ। ସେମାନଙ୍କର ଜାହିର ଏବଂ ଜମିର ନାମକ ଦୁଇ ପୁଅ ଅଛନ୍ତି। ଦମ୍ପତି ୨୦୦୯ ମସିହାରୁ ଅଲଗା ରହୁଥିଲେ ଏବଂ ୨୦୧୧ ମସିହାରେ ଓମାର ସେମାନଙ୍କ ବିଚ୍ଛେଦ ବିଷୟରେ ଘୋଷଣା କରିଥିଲେ ।