ଟ୍ରେନରେ ଯାତ୍ରା କରିବାକୁ ସମସ୍ତେ ଭଲ ପାଆନ୍ତି, ହେଲେ ଆପଣ ଜାଣିଛନ୍ତି କି, ଏହାର ସେବା ଦେଶରେ ପ୍ରଥମେ କେବେ ଠୁ ଆରମ୍ଭ ହୋଇଥିଲା। କାରଣ ଭାରତୀୟ ରେଳବାଇ ହେଉଛି ବିଶ୍ୱର ଚତୁର୍ଥ ସର୍ବବୃହତ ରେଳ ନେଟୱାର୍କ । ଏହା ସହିତ ଭାରତୀୟ ରେଳବାଇ ହେଉଛି ଦେଶରେ ସବୁଠୁ ଅଧିକ ଚାକିରିର ସୁଯୋଗ ଦେଉଥିବା ସଂଗଠନ । ଦେଶରେ ପ୍ରତିଦିନ ଲକ୍ଷ ଲକ୍ଷ ଯାତ୍ରୀ ଟ୍ରେନରେ ଯାତ୍ରା କରିଥାନ୍ତି । କିନ୍ତୁ ଇଣ୍ଡିଆନ ରେଲୱେର ଅନେକ କାହାଣୀ ବିଷୟରେ ଅଧିକାଂଶ ଲୋକ ଅଜଣା ରହିଛନ୍ତି । ଯେପରିକି ଭାରତର ପ୍ରଥମ ଟ୍ରେନ । ବହୁତ କମ୍ ଲୋକ ଏହା ଜାଣିଥିବେ ଯେ, ଭାରତର ପ୍ରଥମ ଟ୍ରେନ କେବେ ଗଡିଥିଲା, ଏହା କେଉଁ ସ୍ଥାନରୁ କେଉଁଠିକୁ ପ୍ରଥମେ ଯାତ୍ରା କରିଥିଲା ? ତେବେ ଆସନ୍ତୁ ଜାଣିବା ଏ ସମ୍ପର୍କରେ:
୧୮୩୨ ମସିହାରେ ଇଂରେଜମାନେ ଭାରତରେ ଟ୍ରେନ ଚଳାଇବା ନେଇ ଯୋଜନା ଆରମ୍ଭ କରିଥିଲେ । ତେବେ ଅନେକ ବିଚାର ଏବଂ ବିଭିନ୍ନ ଯୋଜନା କରିବା ପରେ ମଧ୍ୟ ଏହା ସପଳ ହୋଇପାରୁ ନଥିଲା । ପ୍ରାୟ ୧ ଦଶନ୍ଧି ପରେ ୧୮୪୪ ମସିହାରେ ଏହାକୁ ଗୁରୁତ୍ୱ ଦେଇଥିଲେ ତତ୍କାଳୀନ ଗଭର୍ଣ୍ଣର ଜେନେରାଲ ଲର୍ଡ ହାର୍ଡିଙ୍ଗ । ବେସରକାରୀ ଉଦ୍ୟୋଗୀମାନଙ୍କୁ ଏହି କ୍ଷେତ୍ରରେ ସାମିଲ କରିବା ସହ ସେମାନଙ୍କୁ ରେଳ ପ୍ରଣାଳୀରେ କାମ କରିବା ପାଇଁ ସେ ଅନୁମତି ଦେଇଥିଲେ । ଏହାପରେ ୧୮୪୫ ମସିହାରେ ‘ଇଷ୍ଟ ଇଣ୍ଡିଆନ ରେଲୱେ କମ୍ପାନୀ’ ଏବଂ ‘ଗ୍ରେଟ ଇଣ୍ଡିଆନ ପେନିନସୁଲା ରେଲୱେ’ ନାମରେ ଦୁଇଟି କମ୍ପାନୀ ପ୍ରସ୍ତୁତ ହୋଇଥିଲା ।
ତେବେ ସମସ୍ତ ଯୋଜନା ପରେ ୧୮୫୩ ମସିହା ଏପ୍ରିଲ ୧୬ ତାରିଖରେ ଭାରତରେ ଗଡିଥିଲା ପ୍ରଥମ ଟ୍ରେନ । ଛତ୍ରପତି ଶିବାଜୀ ଟର୍ମିନାଲରୁ ଠାଣେ ପର୍ଯ୍ୟନ୍ତ ୩୫ କିଲୋମିଟରର ଯାତ୍ରା କରିଥିଲା ଏହି ଗାଡି । ୩ଟି ଇଞ୍ଜିନ ସହ ପ୍ରଥମ ଟ୍ରେନର ୨୦ଟି କୋଚ ଛତ୍ରପତି ଶିବାଜୀ ଟର୍ମିନାଲରୁ ବାହାରି ଠାଣେରେ ପହଞ୍ଚିଥିଲା । ତେବେ ଦେଶର ଏହି ପ୍ରଥମ ଟ୍ରେନ ଯାତ୍ରାରେ ପ୍ରାୟ ୪୦୦ ଯାତ୍ରୀ ସାମିଲ ରହିଥିଲେ । ଏହି ଟ୍ରେନଟି ମାତ୍ର ୫୭ ମିନିଟ୍ ପର୍ଯ୍ୟନ୍ତ ଚାଲିଥିଲା। ଏଥିରେ ସମୁଦାୟ ୫୪ଟି ବଗି ରହିଥିଲା।
ଆଜି ଭାରତୀୟ ରେଳ ସେବାକୁ ପୂରିଛି ୧୭୨ ବର୍ଷ। ଏହି ଅବସରରେ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ମଧ୍ୟ ସୋସିଆଲ ମିଡ଼ିଆ ପ୍ଲାଟଫର୍ମରେ ଫଟୋ ଜାରି କରି ଏହା ଏକ ଐତିହାସିକ ଦିନ ବୋଲି କହିଛନ୍ତି। ରେଳମନ୍ତ୍ରୀ କହିଛନ୍ତି, ‘୧୭୨ ବର୍ଷ ପୂର୍ବେ ୧୮୫୩ ମସିହା ଏପ୍ରିଲ ୧୬ ତାରିଖରେ ଭାରତରେ ରେଳ ଚଳାଚଳ ଆରମ୍ଭ ହୋଇଥିଲା। ମୁମ୍ବାଇରେ ସେହି ଦିନଟି ଐତିହାସିକ ଥିଲା। ସେହି ଦିନ ସେଠାରେ ସାଧାରଣ ଛୁଟି ଘୋଷଣା କରାଯାଇଥିଲା। ସେହି ଦିନ ଅପରାହ୍ନ 3:35 ରେ, 14 କୋଚ୍ ବିଶିଷ୍ଟ ଏକ ଟ୍ରେନ୍ ପ୍ରଥମ ଥର ପାଇଁ 21 ତୋପ ସଲାମୀ ସହିତ ବୋରି ବନ୍ଦରରୁ ଥାନେ ଅଭିମୁଖେ ଯାତ୍ରା କରିଥିଲା। ଜାହାଜରେ 400 ଜଣ ଯାତ୍ରୀ ଥିଲେ। ଏହି ଟ୍ରେନ୍ ଟି ତିନୋଟି ଇଞ୍ଜିନ୍ ଦ୍ୱାରା ଟଣାଯାଉଥିଲା, ଯାହାର ନାମ ଥିଲା 'ସିନ୍ଧ, ସୁଲତାନ ଏବଂ ସାହେବ'। ସେହି ଟ୍ରେନ୍ ୧ ଘଣ୍ଟା ୧୫ ମିନିଟରେ ୩୪ କିଲୋମିଟର ଯାତ୍ରା କରିଥିଲା। ସେବେଠାରୁ ଆଜି ପର୍ଯ୍ୟନ୍ତ ଭାରତୀୟ ରେଳ ଦେଶ ସେବା କରିବାକୁ ପ୍ରସ୍ତୁତ।