ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପ୍ରଥମ ଥର ପାଇଁ ପୋଡକାଷ୍ଟରେ ଅଂଶ ଗ୍ରହଣ କରିଛନ୍ତି । ଜେରୋଧା ସହ ପ୍ରତିଷ୍ଠାତା ନିଖିଲ କମାତଙ୍କ People by WTF seriesରେ ପ୍ରଧାନମନ୍ତ୍ରୀ ଅତିଥି ହୋଇଛନ୍ତି । ନିଖିଲ କମାତ ୨ ଘଣ୍ଟା ମୋଦୀଙ୍କ ସହିତ ତାଙ୍କ ବ୍ୟକ୍ତିଗତ ଜୀବନ ଏବଂ ରାଜନୈତିକ ଜୀବନୀ ଉପରେ ଖୋଲାଖୋଲି ଆଲୋଚନା କରିଛନ୍ତି । ପ୍ରଧାନମନ୍ତ୍ରୀ ମଧ୍ୟ ଖୋଲାଖୋଲି ଉତ୍ତର ରଖିଛନ୍ତି ।
ମୋଦୀ ନିଜର ପିଲା ଦିନ ଆରମ୍ଭ କରି ପ୍ରଧାନମନ୍ତ୍ରୀ ହେବା ଯାଏ ବିଭିନ୍ନ ପ୍ରସଙ୍ଗ ଉପରେ ପଚରା ଯାଇଥିବା ପ୍ରଶ୍ନଗୁଡ଼ିକର ସିଧା ସଳଖ ଉତ୍ତର ରଖିଛନ୍ତି । ପ୍ରଧାନ କାର୍ଯ୍ୟକ୍ରମର ଆରମ୍ଭରେ ନିଜର ପିଲା ଦିନର ସ୍ମୃତିକୁ ଗୋଟି ଗୋଟି କରି ରଖିଥିଲେ । ପ୍ରଧାନମନ୍ତ୍ରୀ କହିଛନ୍ତି ମୋତେ ପୋଖରୀରେ ପହଁରିବା ବହୁତ ପସନ୍ଦ ଥିଲା ସେଥିପାଇଁ ମୁଁ ପରିବାରରେ ସମସ୍ତଙ୍କ କପଡ଼ା ଧୋଉଥିଲି, କାରଣ ମୋତେ ପୋଖରୀକୁ ଯିବାକୁ ଅନୁମତି ମିଳୁଥିଲା ।
ମୋଦୀ ଆହୁରି କହିଛନ୍ତି, ମୋତେ ପାଠ ପଢ଼ାରେ ଏତେ ଭଲ ନ ଥିଲି । ଖାଲି ପାସ୍ କରିବାକୁ ପଢ଼ୁଥିଲି । ଜଣେ ଶିକ୍ଷକ ଆମ ଘରକୁ ଆସି ମୋ ବାପାଙ୍କୁ କହିଥିଲେ କି ବହୁତ ଜଲଦି ପାଠ ମନେ ରଖୁଛି । କିନ୍ତୁ ପୁଣି ସେ ନିଜ ଦୁନିଆରେ ହଜିଯାଉଛି । ପାଠ ପଢ଼ାରେ ଧ୍ୟାନ ଦେଉ ନାହିଁ ।
ସେ ଆହୁରି କହିଛନ୍ତି, ଯେତେବେଳେ ମୁଁ ମୁଖ୍ୟମନ୍ତ୍ରୀ ହେଲି ମୋ ଗାଁର ପିଲା ଦିନର ସାଙ୍ଗମାନଙ୍କୁ ଭେଟିବାକୁ ଡାକିଥିଲି । ସେମାନଙ୍କ ସହିତ ମୋ ପିଲା ଦିନର ସ୍ମୃତିକୁ ମନେ ପକାଇବାକୁ ଚାହୁଁଥିଲି । ବହୁତ ଭୋଜି ଭାତ ହେଲା କିନ୍ତୁ ମୋତେ ମଜା ଲାଗିଲା ନାହିଁ । କାରଣ ମୁଁ ସେମାନଙ୍କୁ ସାଙ୍ଗ ଭଳି ଦେଖୁଥିଲି, କିନ୍ତୁ ମୋ ସାଙ୍ଗମାନେ ମୋତେ ମୁଖ୍ୟମନ୍ତ୍ରୀ ଭାବରେ ଦେଖୁଥିଲେ । କେହି ମୋତେ ‘ତୁ’ କହୁ ନ ଥିଲେ । ସେତେବେଳେ ମୁଁ ଭାବିଲି ମୋ ପାଖରେ ଆଉ କେହି ‘ତୁ’ କହିବା ବ୍ୟକ୍ତି ନାହାଁନ୍ତି । ସମସ୍ତେ ମୋତେ ଔପଚାରିକ ଓ ସମ୍ମାନ ଦେଇ ମୋ ସହ କଥା ହେଉଛନ୍ତି ।