ନୂଆଦିଲ୍ଲୀ: ମହିଳା ସଂରକ୍ଷଣ ଓ ପୁନଃ ସୀମା ନିର୍ଦ୍ଧାରଣ ବିଲ୍କୁ ନେଇ ସଂସଦରେ ରାଜନୈତିକ ଉଷ୍ମତା ବଢ଼ିଛି। ବିଲ୍ ପାରିତ କରିବା ପାଇଁ ମୋଦୀ ସରକାରଙ୍କ ପାଖରେ ୩୭୦ ଜଣ ସାଂସଦଙ୍କ ସମର୍ଥନ ଥିବା ଦାବି କରାଯାଇଛି। ସରକାରଙ୍କ ଜଣେ ବରିଷ୍ଠ ସୂତ୍ର IANSକୁ ଏହି ସୂଚନା ଦେଇଛନ୍ତି।
ସଂସଦର ବିଶେଷ ଅଧିବେଶନରେ ସରକାର ସଂଶୋଧିତ ସମ୍ବିଧାନ ସଂଶୋଧନ ବିଲ୍ ଓ ପୁନଃ ସୀମା ନିର୍ଦ୍ଧାରଣ ସମ୍ପର୍କିତ ପ୍ରସ୍ତାବ ଆଣିବାକୁ ପ୍ରସ୍ତୁତ ହେଉଛନ୍ତି। ଲୋକସଭାରେ ଏହା ପାରିତ କରିବା ପାଇଁ ୫୪୦ ସଦସ୍ୟ ଭୋଟ୍ ଦେଲେ ୩୬୦ଟି ଭୋଟ୍ ଆବଶ୍ୟକ। ସରକାରଙ୍କ ଦାବି ଅନୁସାରେ, ତାଙ୍କ ପାଖରେ ଏହି ସଂଖ୍ୟାଠାରୁ ୧୦ଟି ଭୋଟ୍ ଅଧିକ ରହିଛି।
ଅନ୍ୟପଟେ ବିଲ୍କୁ ବିରୋଧ କରିବାକୁ ବିରୋଧୀ ଦଳଗୁଡ଼ିକ ମଧ୍ୟ ରଣନୀତି ପ୍ରସ୍ତୁତ କରିଛନ୍ତି। କଂଗ୍ରେସ ଓ ଆମ୍ ଆଦମୀ ପାର୍ଟି ସମେତ ଅନେକ ଦଳ ନିଜ ସାଂସଦଙ୍କୁ ହ୍ୱିପ୍ ଜାରି କରି ସଦନରେ ଉପସ୍ଥିତ ରହିବାକୁ କହିଛନ୍ତି। ଏହା ସହ ବିରୋଧୀ ନେତାମାନେ ଷ୍ଟାଲିନ ଓ ଶରଦ ପାୱାରଙ୍କ ସମର୍ଥନ ହାସଲ ପାଇଁ ଚେନ୍ନାଇ ଓ ମୁମ୍ବାଇ ଗସ୍ତ କରିଥିବା ରିପୋର୍ଟରେ କୁହାଯାଇଛି।
ଉଲ୍ଲେଖଯୋଗ୍ୟ, ଏପ୍ରିଲରେ ଆଗତ ୧୩୧ତମ ସମ୍ବିଧାନ ସଂଶୋଧନ ବିଲ୍କୁ ଲୋକସଭାରେ ୨୯୮ ଜଣ ସାଂସଦ ସମର୍ଥନ କରିଥିବା ବେଳେ ୨୩୦ ଜଣ ବିରୋଧ କରିଥିଲେ। ଆବଶ୍ୟକ ଦୁଇ-ତୃତୀୟାଂଶ ସମର୍ଥନ ନମିଳିବାରୁ ବିଲ୍ଟି ପାରିତ ହୋଇପାରିନଥିଲା। ଏବେ ସଂଶୋଧିତ ବିଲ୍କୁ ନେଇ ସରକାର ଓ ବିରୋଧୀଙ୍କ ମଧ୍ୟରେ ଲଢ଼େଇ ଜୋରଦାର ହେବାକୁ ଯାଉଛି।
Also Read: ପୁନଃ ସୀମା ନିର୍ଦ୍ଧାରଣ ବିଲ୍କୁ ସମର୍ଥନ କରିବେ ଷ୍ଟାଲିନ, ରାହୁଲ-ସୋନିଆଙ୍କ ବୁଝାଇବା ପରେ ବି ବଦଳିଲାନି ନିଷ୍ପତ୍ତି