ନୂଆଦିଲ୍ଲୀ: ଚର୍ଚ୍ଚିତ ଅବକାରୀ ନୀତି ମାମଲା ସହିତ ଜଡ଼ିତ ଦୁଇଟି ମାମଲାରେ ଆମ ଆଦମୀ ପାର୍ଟି ମୁଖ୍ୟ ଅରବିନ୍ଦ୍ର କେଜ୍ରିୱାଲଙ୍କୁ ଆଶ୍ୱସ୍ତି ମିଳିଛି । ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଦ୍ୱାରା ଜାରି ସମନର ଅଣଦେଖା କରିବା ମାମଲାରେ ଦିଲ୍ଲୀ ରାଉଜ ଏବିନ୍ୟୁ କୋର୍ଟ ଦିଲ୍ଲୀର ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କୁ ଦୋଷ ମୁକ୍ତ କରିଛନ୍ତି ।
ଅତିରିକ୍ତ ମୁଖ୍ୟ ଜୁଡିସିଆଲ୍ ମାଜିଷ୍ଟ୍ରେଟ୍ ପାରସ ଦଲାଲ ଗୁରୁବାର ଏହା ଆଦେଶକୁ ପାରିତ କରିଛନ୍ତି । ମନି ଲଣ୍ଡ୍ରିଂ ନିବାରଣ ଆଇନର ଧାରା ୫୦ ଅନୁଯାୟୀ ଜାରି ସମନକୁ ଅଣଦେଖା କରିବା ଅଭିଯୋଗରେ ଇଡି ଫେବୃଆରୀ ୨୦୨୪ରେ ଅରବିନ୍ଦ କେଜରିୱାଲଙ୍କ ବିରୁଦ୍ଧରେ କୋର୍ଟକୁ ଯାଇଥିଲା। କଥିତ ଦୁର୍ନୀତିର ତଦନ୍ତ ପାଇଁ କେଜ୍ରିୱାଲଙ୍କୁ ଭିନ୍ନ ଭିନ୍ନ ତାରିଖରେ ପାଞ୍ଚଟି ସମନ ଜାରି କରାଯାଇଥିଲେ ମଧ୍ୟ ସେ କେନ୍ଦ୍ରୀୟ ଏଜେନ୍ସି ସମ୍ମୁଖରେ ହାଜର ହୋଇନଥିଲେ ।
କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ (ସିବିଆଇ) ଦ୍ୱାରା ଅଗଷ୍ଟ ୧୭, ୨୦୨୨ରେ ୨୦୨୧-୨୨ ପାଇଁ ଦିଲ୍ଲୀ ଉତ୍ପାଦ ଶୁଳ୍କ ନୀତିରେ ଅନିୟମିତତା ଅଭିଯୋଗରେ ପଞ୍ଜିକୃତ ଏକ ମାମଲାରୁ ଇଡି ତଦନ୍ତ ହୋଇଥିଲା । ୨୦ ଜୁଲାଇ, ୨୦୨୨ରେ ଲେଫ୍ଟନାଣ୍ଟ ଗଭର୍ଣ୍ଣର ଭିକେ ସକ୍ସେନାଙ୍କ ଅଭିଯୋଗ ଉପରେ ସିବିଆଇ ମାମଲା ପଞ୍ଜିକୃତ ହୋଇଥିଲା। ପରେ ଇଡି ୨୨ ଅଗଷ୍ଟ, ୨୦୨୨ରେ ଅଭିଯୁକ୍ତଙ୍କ ବିରୁଦ୍ଧରେ ମନି ଲଣ୍ଡରିଂ ଦୃଷ୍ଟିକୋଣରୁ ଏକ ମାମଲା ପଞ୍ଜିକୃତ କରିଥିଲା। କେଜ୍ରିୱାଲଙ୍କୁ ପରେ ମୁଖ୍ୟ ମାମଲାରେ ଗିରଫ କରାଯାଇଥିଲା ଏବଂ ଶେଷରେ ସୁପ୍ରିମକୋର୍ଟ ତାଙ୍କୁ ଜାମିନ ପ୍ରଦାନ କରିଥିଲେ।