ମୁମ୍ବାଇ: ଚର୍ଚ୍ଚାରେ ବଲିଉଡର ପାୱାର କପଲ ଦୀପିକା ପାଦୁକୋନ ଓ ରଣବୀର ସିଂ। ଦୁହେଁ ଏବେ ନିଜ ଝିଅ ଦୁଆ ପାଇଁ ଆଲିସାନ୍ ଆପାର୍ଟମେଣ୍ଟ କିଣିଛନ୍ତି, ଯାହାର ମୂଲ୍ୟ ରହିଛି ୧୦୦ କୋଟି। ରଣବୀର ଓ ଦୀପିକା କିଣିଥିବା ଏହି ଘର ଏବେ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି। ଦୁଆ ପାଇଁ କିଣାଯାଇଥିବା ଏହି ଘର ମୁମ୍ବାଇରେ ଶାଖାରୁଖ ଖାନଙ୍କ ଘର ମନ୍ନତ ପାଖରେ ରହିଛି।
ସୋସିଆଲ ମିଡ଼ିଆରେ ଏହି ଆପାର୍ଟମେଣ୍ଟର ଫଟୋ ଭାଇରାଲ ହେବାରେ ଲାଗିଛି। ସମୁଦ୍ର କୂଳରେ ସୁନ୍ଦର ଡିଜାଇନରେ ନିର୍ମାଣ ହୋଇଛି କୋଠା। ତେବେ ଏହି ବିଳାସପୂର୍ଣ୍ଣ ଘର ନିଜ ଝିଅ ଦୁଆର ଭବିଷ୍ୟତକୁ ପାଇଁ ବାପା-ମା କିଣିଛନ୍ତି।
ଦୀପିକା ପାଦୁକୋନ ଶେଷ ଥର ପାଇଁ ‘ସିଙ୍ଘମ ଅଗେନ୍’ରେ ଡିସିପି ଶକ୍ତି ଶେଟ୍ଟୀ ଭାବରେ ନଜର ଆସିଥିଲେ। ମାଆ ହେବା ପରେ ଦୀପିକା ତାଙ୍କ ଆଗାମୀ ଫିଲ୍ମକୁ ନେଇ କୌଣସି ଘୋଷଣା କରିନାହାଁନ୍ତି । ସେହିପରି ରଣବୀର ସିଂ ବର୍ତ୍ତମାନ ଫିଲ୍ମ ‘ଧୁରନ୍ଧର’ର ସୁଟିଂରେ ବ୍ୟସ୍ତ ଅଛନ୍ତି। ଏହି ଫିଲ୍ମରେ ରଣବୀରଙ୍କ ସମେତ ସଞ୍ଜୟ ଦତ୍ତ, ଆର ମାଧବନ, ଅକ୍ଷୟ ଖାନ୍ନା ଏବଂ ୟାମି ଗୌତମ ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ଅଛନ୍ତି। ଏହା ବ୍ୟତୀତ ରଣବୀର ସଞ୍ଜୟ ଲୀଲା ବଂଶାଲୀଙ୍କ ନିର୍ଦ୍ଦେଶିତ ଆଗାମୀ ଫିଲ୍ମ ‘ଶକ୍ତିମାନ’ ଏବଂ ‘ବୈଜୁ ବାୱରା’ରେ ମଧ୍ୟ ନଜର ଆସିବେ।