ନୂଆଦିଲ୍ଲୀ: ପାକିସ୍ତାନ କବଜାରେ ଜଣେ ବିଏସଏଫ୍ ଯବାନ । ଜଣେ ଭାରତୀୟ ସୀମା ସୁରକ୍ଷା ବଳ (BSF) ଯବାନ ଭୁଲବଶତଃ ପଞ୍ଜାବ ସୀମା ପାର କରିବା ପରେ ପାକିସ୍ତାନ ରେଞ୍ଜର୍ସ ତାଙ୍କୁ ଅଟକ ରଖିଛନ୍ତି । ସେ ହେଲେ ୧୮୨ତମ ବାଟାଲିୟନର କନଷ୍ଟେବଳ ପିକେ ସିଂହ । ଯବାନଙ୍କ ମୁକ୍ତି ପାଇଁ ଦୁଇ ଦେଶର ସେନା ମଧ୍ୟରେ ଆଲୋଚନା ଚାଲିଥିବା ଜଣେ ଅଧିକାରୀ ପିଟିଆଇକୁ କହିଛନ୍ତି ।
୧୮୨ତମ ବାଟାଲିୟନର କନଷ୍ଟେବଳ ପିକେ ସିଂହଙ୍କ ବୁଧବାର ଫିରୋଜପୁର ସୀମାରେ ଭୁଲବଶତଃ ପାକ୍ ସୀମାକୁ ଅତିକ୍ରମ କରିଥିଲେ । ସେ ୟୁନିଫର୍ମ ପିନ୍ଧିଥିଲେ ଏବଂ ତାଙ୍କ ପାଖରେ ଏକ ସର୍ଭିସ୍ ରାଇଫଲ୍ ମଧ୍ୟ ଥିଲା । ସେ ଚାଷୀଙ୍କ ସହିତ ଥିଲାବେଳେ ଛାଇରେ ବିଶ୍ରାମ ନେବାକୁ ଆଗକୁ ଯାଇଥିଲେ । ଏହା ପରେ ତାଙ୍କୁ ପାକିସ୍ତାନୀ ରେଞ୍ଜର୍ସ ଧରି ନେଇଥିଲେ । ବିଏସଏଫ ଯବାନଙ୍କ ମୁକ୍ତି ପାଇଁ ଦୁଇ ଦେଶର ସେନା ମଧ୍ୟରେ ବୈଠକ ଚାଲିଛି । ତେବେ ଏହି ଘଟଣା କିଛି ନୂଆ ନୁହେଁ । ପୂର୍ବରୁ ଉଭୟ ପକ୍ଷ ମଧ୍ୟରେ ଏପରି ଘଟଣା ଘଟିଛି ।