ପହଲଗାମ : କାଶ୍ମୀରର ପହଲଗାମରେ ହୋଇଥିବା ଆତଙ୍କବାଦୀ ଆକ୍ରମଣ ସାରା ଦେଶକୁ ସ୍ତବ୍ଧ କରିଛି । କାଶ୍ମୀରର ପହଲଗାମରେ ହୋଇଥିବା ଆତଙ୍କବାଦୀ ଆକ୍ରମଣରେ ୨୬ ପର୍ଯ୍ୟଟକଙ୍କ ମୃତ୍ୟୁ ହୋଇଛି । ଏହି ଛାତି ଥରା କାହାଣୀ ଯିଏ ଅଙ୍ଗେ ନିଭାଇଛନ୍ତି ସେ ବଖାଣିଛନ୍ତି ସେହି ନରସଂହାର ଦୃଶ୍ୟ କାହାଣୀ । ଏହି ଆତଙ୍କୀ ଘଟଣାରେ ଅଳ୍ପକେ ବର୍ତ୍ତିଯାଇଛି ଆସାମ ବିଶ୍ୱବିଦ୍ୟାଳୟର ପ୍ରଫେସର ଦେବାଶିଷ ଭଟ୍ଟାଚାର୍ଯ୍ୟଙ୍କ ଜୀବନ । ତାଙ୍କ ଜୀବନ ବଞ୍ଚାଇବାରେ ସାହାଯ୍ୟ କରିଛି ଇସଲାମ ଧର୍ମର କଲମା ।
ପ୍ରଫେସର ଭଟ୍ଟାଚାର୍ଯ୍ୟଙ୍କ କହିବା ଅନୁସାରେ ଆତଙ୍କବାଦୀମାନେ ପର୍ଯ୍ୟଟକମାନଙ୍କୁ ମୁସଲିମ ବୋଲି ପଚାରୁଥିଲେ ଓ କଲମା ପାଠ କରିବାକୁ କହିଥିଲେ ଏବଂ ଯେଉଁମାନେ କଲମା ପାଠ କରିପାରୁ ନଥିଲେ ସେମାନଙ୍କୁ ଗୁଳି କରାଯାଇଥିଲା । କିନ୍ତୁ ପ୍ରଫେସର ଜୋର ଜୋର ରେ ବାରମ୍ଵାର କଲମା ପାଠ କରିବାରୁ ଆତଙ୍କବାଦୀ ମାନେ ତାଙ୍କୁ ଛାଡି ଦେଇଥିଲେ ।
ପ୍ରଫେସର ଦେବାଶିଷ ଭଟ୍ଟାଚାର୍ଯ୍ୟ ସିଲଚରର ଆସାମ ବିଶ୍ୱବିଦ୍ୟାଳୟରେ ବଙ୍ଗଳା ପଢାନ୍ତି । ସେ ଜାତିରେ ଜଣେ ହିନ୍ଦୁ ବ୍ରାହ୍ମଣ ଅଟନ୍ତି । ସେ ତାଙ୍କ ପରିବାର ସହିତ କାଶ୍ମୀର ଛୁଟି କାଟିବାକୁ ଯାଇଥିଲେ । ଘଟଣା ଘଟିବା ଦିନ ଯେତେବେଳେ ଆତଙ୍କବାଦୀ ମାନେ ଅତର୍କିତ ଆକ୍ରମଣ କରିଥିଲେ ସେ ସମୟରେ ତାଙ୍କ ପାଖରେ ଥିବା କିଛି ଲୋକ ତଳେ ବସି କଲମା ପାଠ କରିବାକୁ ଲାଗିଲେ । ଏହା ଦେଖି ପ୍ରଫେସର ମଧ୍ୟ କଲମା ପାଠ କରିବା ଆରମ୍ଭ କଲେ। ଏହି ସମୟରେ, ଜଣେ ଆତଙ୍କବାଦୀ ତାଙ୍କ ପାଖକୁ ଆସିଥିଲା ଜଣେ ବ୍ୟକ୍ତିଙ୍କୁ କଲମା ପଢିବାକୁ କହିଥିଲା ହେଲେ ସିଏ ପଢ଼ିନପାରିବାରୁ ତାକୁ ଗୁଳିକରିଦେଇଥିଲେ ଯାହାର ରକ୍ତ ଛିଟା ଆସି ପ୍ରଫେସରଙ୍କ ସାର୍ଟରେ ପଡିଥିଲା । ଏହାପରେ ସେ ପ୍ରଫେସରଙ୍କ ନିକଟକୁ ଆସି ପଚାରିଲା ଯେ ସେ କ’ଣ କରୁଛନ୍ତି, କିନ୍ତୁ ପ୍ରଫେସର ଆତଙ୍କବାଦୀଙ୍କୁ କୌଣସି ଉତ୍ତର ଦେଲେ ନାହିଁ ଏବଂ 'ଲା ଇଲ୍ଲାହ ଇଲାଲାହାଲ ' କହି କଲମା ପାଠ କରି ଚାଲିଲେ। ଏହା ଦେଖି ଆତଙ୍କବାଦୀ ତାଙ୍କୁ ହତ୍ୟା କରିନଥିଲା ।
ପ୍ରଫେସର କହିଛନ୍ତି ଯେ ଆମ ଚାରିପାଖରେ ଥିବା ଆତଙ୍କବାଦୀମାନେ ଚାଲିଯିବା ପରେ ସେ ତାଙ୍କ ସ୍ତ୍ରୀ ଏବଂ ପୁଅ ସହିତ ତୁରନ୍ତ ସେହି ସ୍ଥାନ ଛାଡି ଫେରିଗଲେ। ଆମ ପରିବାର ସାତ ଫୁଟ ବାଡ଼ ଡେଇଁଥିଲା ଓ ଏହାପରେ ୨ ଘଣ୍ଟା ଚାଲିଲୁ, ତା’ପରେ ସେ ଜଣେ ସ୍ଥାନୀୟ ଲୋକଙ୍କୁ ଭେଟିଲେ ସେ ପହଲଗାମକୁ ଫେରିବାର ରାସ୍ତା କହିଥିଲେ । ଆମର ଗାଇଡ୍ ମଧ୍ୟ ଆମକୁ ଖୋଜିବାକୁ ଆସିଲା ଏବଂ ଆମକୁ ପାଇଲା ପରେ ଡ୍ରାଇଭର ଆମକୁ ଶ୍ରୀନଗର ଫେରାଇ ଆଣିଲେବୋଲି ପ୍ରଫେସର କହିଛନ୍ତି ।
ତେବେ ପ୍ରଫେସରଙ୍କ ପଡୋଶୀ ଜଣେ ଇସଲାମ ଧର୍ମର ହୋଇଥିବାରୁ ସେ ଆଗରୁ କଲମା ବିଷୟରେ କିଛି ଜାଣିଥିଲେ ଯାହା ଦ୍ୱାରା ତାଙ୍କ ଜୀବନ ବଞ୍ଚିପାରିଲା ବୋଲି ପ୍ରଫେସର ଦେବାଶିଷ ଭଟ୍ଟାଚାର୍ଯ୍ୟ ଗଣମାଧ୍ୟରେ କହିଛନ୍ତି ।
ତେବେ ଏବେ ମନରେ ପ୍ରଶ୍ନ ଆସେ ଏହି କଲମା କଣ ?
ଇସଲାମରେ କଲମା ହେଉଛି ବିଶ୍ୱାସର ଏକ ଘୋଷଣା ଯାହା ଆଲ୍ଲାଙ୍କ ଏକତ୍ୱ ଏବଂ ମହମ୍ମଦଙ୍କ ଭବିଷ୍ୟବାଣୀରେ ବିଶ୍ୱାସକୁ ନିଶ୍ଚିତ କରେ। ସମସ୍ତ ମୁସଲମାନଙ୍କ ପାଇଁ କଲମା ଜାଣିବା ଅତ୍ୟନ୍ତ ଜରୁରୀ କାରଣ ଏହା ଇସଲାମୀୟ ବିଶ୍ୱାସର ମୂଳକୁ ପ୍ରତିନିଧିତ୍ୱ କରେ।ନିୟମିତ କଲମା ପାଠ କରିବା ହେଉଛି ମୁସଲମାନମାନଙ୍କ ପାଇଁ କେବଳ ଆଲ୍ଲାଙ୍କୁ ପୂଜା କରିବା ଏବଂ ପ୍ରଫେଟ ମହମ୍ମଦଙ୍କ ଶିକ୍ଷାକୁ ଅନୁସରଣ କରିବା ପ୍ରତି ସେମାନଙ୍କର ପ୍ରତିବଦ୍ଧତାକୁ ମନେ ପକାଇବାର ଏକ ଉପାୟ । ଏହା ମୁସଲମାନମାନଙ୍କ ପାଇଁ ବ୍ୟକ୍ତିଗତ ପ୍ରତିଫଳନ ଏବଂ ବିଶ୍ୱାସର ସାର୍ବଜନୀନ ପ୍ରମାଣପତ୍ର ଉଭୟରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରେ ବୋଲି କୁହାଯାଏ । ଇସଲାମରେ ଛଅଟି କଲମା ଅଛି, ପ୍ରତ୍ୟେକଟି ଏକ ଅନନ୍ୟ ଉଦ୍ଦେଶ୍ୟ ସାଧନ କରିଥାଏ ।