ନୂଆଦିଲ୍ଲୀ: ପହଲଗାମ ଆତଙ୍କବାଦୀ ଆକ୍ରମଣ ପରେ ଭାରତ ଗୋଟିଏ ପରେ ଗୋଟିଏ କଠୋର ପଦକ୍ଷେପ ଗ୍ରହଣ କରୁଛି । ପାକିସ୍ତାନ ମଧ୍ୟ ଭାରତୀୟ ବିମାନ ପାଇଁ ତାର ଆକାଶମାର୍ଗ ବନ୍ଦ କରିଛି । ତେଣୁ ସମସ୍ତ ଭାରତୀୟ ବିମାନ ବିକଳ୍ପ ଆକାଶମାର୍ଗରେ ଆସିବ ବୋଲି ଏୟାର ଇଣ୍ଡିଆ ସ୍ପଷ୍ଟ କରିଛି ।
ଏୟାର ଇଣ୍ଡିଆ ତାର ଏକ୍ସ ଆକାଉଣ୍ଟରେ ସାମ୍ପ୍ରତିକ ପରିସ୍ଥିତି ଉପରେ ସୂଚନା ଦେଇଛି । ପାକିସ୍ତାନ ଆକାଶମାର୍ଗ ବନ୍ଦ କରିବାରେ ବିଦେଶରୁ ଆସୁଥିବା କୌଣସି ବି ଯାତ୍ରୀଙ୍କୁ ଯେପରି କୌଣସି ଅସୁବିଧାର ସାମ୍ନା କରିବାକୁ ନ ପଡ଼େ, ତାହା ସୁନିଶ୍ଚିତ କରାଯାଇଛି । ଉତ୍ତର ଆମେରିକା, ଯୁକ୍ତରାଷ୍ଟ୍ର, ୟୁରୋପ ଓ ମିଡିଲ୍ ଇଷ୍ଟରୁ ଆସୁଥିବା ଏୟାର ଇଣ୍ଡିଆ ବିମାନ ଗୁଡ଼ିକର ଗତିପଥ ପରିବର୍ତ୍ତନ କରାଯିବ । ଯାତ୍ରୀ ଏବଂ କ୍ର୍ୟୁ ମେମ୍ବରଙ୍କ ସୁରକ୍ଷା ପ୍ରଥମ ପ୍ରାଥମିକତା ବୋଲି କହିଛି ଏୟାର ଇଣ୍ଡିଆ ।
ଏ ନେଇ କମ୍ପାନୀ ପକ୍ଷରୁ ହେଲ ଲାଇନ୍ ନମ୍ବର ଜାରି କରାଯାଇଛି । ଯାତ୍ରୀମାନେ ୦୧୧ ୬୯୩୨୯୩୩୩ ଓ ୦୧୧ ୬୯୩୨୯୯୯୯ ନମ୍ବରରେ ଯୋଗାଯୋଗ କରିପାରିବେ । ସେହିପରି http://airindia.com ୱେବସାଇଟରେ ସୂଚନା ପାଇପାରିବେ ବୋଲି କୁହାଯାଇଛି ।